ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମା , ପୁରୁଣା ଝାଡୁର ବ୍ୟବହାରରେ କରି ଦିଅନ୍ତୁ ଏହି ଛୋଟ କାମ , ଧନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ :-

କାର୍ତ୍ତିକ ପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳିତ ହେବ । ଚନ୍ଦ୍ର ଗ୍ରହଣ ଯେହେତୁ ଭାରତରେ ଦେଖାଯିବ ତେବେ ସୂତକ କାଳ ମାନିବା ନିହାତି ଜରୁରୀ ଅଟେ । ଏହିଦିନ ଏକ ଛୋଟ ପ୍ରୟୋଗର ବିଧି ରହିଛି । ଆମ ଶାସ୍ତ୍ରରେ ଅନେକ ପୌରାଣିକ ମାନ୍ୟତା ରହିଛି । ପୌରାଣିକ ଧର୍ମ ଗ୍ରନ୍ଥ ଅନୁଯାୟୀ ସନ୍ଧ୍ୟା କିମ୍ବା ରାତିରେ ଝାଡୁ ମାରିବା ଉଚିତ ନୁହେଁ । ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ବ୍ୟକ୍ତିକୁ ଝାଡୁ ଧରି ଛିଡ଼ା ହୋଇଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

କେବେବି ଘରେ ଓଲଟା ଝାଡୁ ରଖନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରର ସଦସ୍ୟ କେହି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡୁ ମାରିବା ଉଚିତ ନୁହେଁ । କିଛି ସମୟ ଛାଡ଼ି ଝାଡୁ ମାରନ୍ତୁ । ଝାଡୁକୁ ଅନାଦର କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯଦି ଆପଣ ନୂଆ ଘରକୁ ଯାଉଛନ୍ତି ତେବେ ପୁରୁଣା ଝାଡୁ ନେଇ ଯାଆନ୍ତୁ ନାହିଁ । ପୌରାଣିକ ମାନ୍ୟତା ଅନୁଯାୟୀ ଝାଡୁ ନା କେବଳ ଘରର ଆବର୍ଜନା ସଫା କରିଥାଏ ବରଂ ଜୀବନରେ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ଘରର ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ । ଘର ପରିବାରରେ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ ।

ଯେଉଁ ଘରେ ଝାଡୁର ଅପମାନ ହୋଇଥାଏ ସେଠାରେ ଧନ ହାନୀ ହୋଇଥାଏ । କାରଣ ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । ପ୍ରଥମତଃ ଝାଡୁକୁ କେବେବି ରାତିରେ ଛାତ ଉପରେ ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ । ଆପଣ ଚାହିଁଲେ ଦିନରେ ଝାଡୁକୁ ଧୋଇ ଶୁଖାଇ ପାରିବେ । ମାତ୍ର ରାତି ସମୟରେ ତାହାକୁ ଖୋଲା ଆକାଶ ତଳେ ଆଦୋୖ ରଖନ୍ତୁ ନାହିଁ । କାରଣ ନକରାତ୍ମକତା ଆଗାମୀ ଦିନ ଝାଡ଼ୁ ଦେଇ ଘରକୁ ପ୍ରବେଶ କରିଥାଏ । ନିଜର ଖରାପ ସମୟକୁ ସବୁଦିନ ପାଇଁ ଦୂରେଇବାକୁ ଚାହୁଁଥିଲେ ଭୁଲରେବି ଝାଡୁରେ ଗୋଡ଼ ବଜାନ୍ତୁ ନାହିଁ । ଯଦି କୌଣସି କାରଣରୁ ବାଜି ଯାଉଛି ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ ।

ଝାଡୁର ଗୁପ୍ତ ଦାନ କରିବା ଅତ୍ୟନ୍ତ ଶୁଭ ଫଳ ଆଣିଥାଏ । ଏଥିପାଇଁ ଅମାବାସ୍ୟା , ଗୁରୁବାର କିମ୍ବା ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିରକୁ ଯାଇ ସେଠାରେ ସଫାସୁତୁରା କରିବା ପରେ ଗୋଟିଏ କିମ୍ବା ତିନୋଟି ଝାଡୁ ଛାଡ଼ି ଆସନ୍ତୁ । ମନେ ରଖନ୍ତୁ ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ଝାଡୁ ଦାନ କରିବା ଅଶୁଭ ହୋଇଥାଏ ।

ଯଦି ଆପଣ କୌଣସି ନୂଆ ଘରକୁ ଯାଉଛନ୍ତି ତେବେ ନିଶ୍ଚିତ ଭାବରେ ନୂଆ ଝାଡୁ ନେଇ ଯାଆନ୍ତୁ । କିନ୍ତି ପୁରୁଣା ଝାଡୁକୁ ମଧ୍ୟ ଫିଙ୍ଗନ୍ତୁ ନାହିଁ ବରଂ ଦୁଇ ଦିନ ପରେ ତାହାକୁ ଘରକୁ ଆଣି କିଛି ଦିନ ବ୍ୟବହାର କରି ବାହାର କରି ଦିଅନ୍ତୁ । ସନ୍ଧ୍ୟା କିମ୍ବା ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତୁ ନାହିଁ । ସର୍ବଦା ଗୋଟିଏ ସ୍ଥାନରେ ଝାଡୁ ରଖନ୍ତୁ ।

ଝାଡୁକୁ କେବେବି ଗଛ ତଳେ ରଖନ୍ତୁ ନାହିଁ । ପୁରୁଣା ଝାଡୁକୁ ଫିଙ୍ଗିବାର ନିର୍ଦିଷ୍ଟ ସ୍ଥାନ ମଧ୍ୟ ରହିଛି । ପୁରୁଣା ଝାଡୁକୁ ସୋମବାର , ଅମାବାସ୍ୟା , ହୋଲି ଦହନ ଏବଂ ଗ୍ରହଣ ପରେ ଘରୁ ବାହାର କରି ପାରିବେ । ଏହିଦିନ ଘରୁ ଝାଡୁ ବାହାର କରିବା ଦ୍ୱାରା ଘରୁ ନକରାତ୍ମକତା ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ ।

ଝାଡୁକୁ ସର୍ବଦା ଏପରି ସ୍ଥାନରେ ଫିଙ୍ଗି ଦିଅନ୍ତୁ ଯେଉଁଠି ତାହା ଉପରେ କାହାରି ପାଦ ପଡ଼ିବ ନାହିଁ । ମାତ୍ର ଗୁରୁବାର , ଶୁକ୍ରବାର , ଏକାଦଶୀ କିମ୍ବା ଲକ୍ଷ୍ମୀ ପୂଜନ ଦିନ ଘରୁ ଝାଡୁ ଭୁଲରେ ବି ବାହାର କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଘରୁ ବାହାରି ଯିବେ ଏବଂ ଘରକୁ ଦାରିଦ୍ର୍ୟତାର ଆଗମନ ହେବ ।ଯେତେବେଳେ ଆପଣ ଘରକୁ ଝାଡୁ ଅଣୁଛନ୍ତି ସେତେବେଳେ ଧଳା ରଙ୍ଗର ସୂତା ନିଶ୍ଚୟ ବାନ୍ଧନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ରହିବେ ।

Leave a Reply

Your email address will not be published. Required fields are marked *