ଅକ୍ଟୋବର ୩୧ ବଡ଼ ସୋମବାର ଦିନ କରନ୍ତୁ ନାହିଁ ଏହି ତିନୋଟି ଭୁଲ । ନଚେତ ପୁରା ଘର ହୋଇଯିବ ନଷ୍ଟ :-

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବାର କୌଣସି ନା କୌଣସି ଦେବଦେବୀଙ୍କ ସହ ଜଡ଼ିତ ହୋଇଥାଏ । ସେହିଦିନ ସେହି ଦେବଦେବୀଙ୍କ ଶକ୍ତି ଅଧିକ ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ସୋମବାର ଦିନ କରାଯାଉଥିବା ବାର ବ୍ରତ ଏବଂ ପୂଜା । ଏହାବ୍ୟତୀତ କିଛି ବିଶେଷ ଉପାୟ ବିଷୟରେ ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିନେବା । ସପ୍ତାହର ପ୍ରଥମ ଦିନ ସୋମବାର ଯାହାକି ଭଗବାନ ଶିବଙ୍କ ନିମନ୍ତେ ହୋଇଥାଏ । ଏହିଦିନର ଅଧିପତି ହେଉଛନ୍ତି ଚନ୍ଦ୍ର । ତେଣୁ ଏହିଦିନର ନାମ ରଖାଯାଇଛି ସୋମବାର । ତେଣୁ ଏହିଦିନ ଭଗବାନ ଚନ୍ଦ୍ର ଏବଂ ଶିବଙ୍କ ଆରାଧନା ମଧ୍ୟ କରାଯାଏ ଏବଂ ବ୍ରତ ମଧ୍ୟ ରଖାଯାଏ ।

ସୋମବାର ଦିନ ରଖା ଯାଇଥିବା ବ୍ରତ ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ଏହିଦିନ ନିଜର କୌଣସି ମନସ୍କାମନା ପାଇଁ , ସୁଖ ଶାନ୍ତି ପାଇଁ ନିଶ୍ଚୟ ବ୍ରତ ରଖନ୍ତୁ । କୁଆଁରୀ ଝିଅ ମାନେ ସାଧରଣତଃ ଉତ୍ତମ ଜୀବନସାଥୀ ପାଇବା ପାଇଁ ସୋମବାର ବ୍ରତ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ଭଗବାନ ଶିବ ଏବଂ ଚନ୍ଦ୍ରଙ୍କ ସହିତ ଜଡ଼ିତ କରାଯାଇଛି । ତେଣୁ ଏହିଦିନ ସେହି କାମ କରାଯାଏ ଯାହା ଭଗବାନ ଶିବଙ୍କୁ ପସନ୍ଦ ଥାଏ । ଏହିଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପିତ କରିବା ଉଚିତ ।

ଭଗବାନ ଶିବଙ୍କୁ ବେଲପତ୍ର ଅର୍ପିତ କରିବା ଉଚିତ । ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଭଗବାନ ଶିବଙ୍କୁ ଧଳା ରଙ୍ଗର ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ ।ତେଣୁ ଭଗବାନ ଶିବଙ୍କୁ କ୍ଷୀର ଦହି , ଧଳା ଫୁଲ ଅର୍ପଣ କରି ନିଜେ ମଧ୍ୟ ଧଳା ରଙ୍ଗର ଭୋଜନ ଗ୍ରହଣ କରିବା ଉଚିତ । ଏହାଦ୍ବାରା ଭଗବାନଙ୍କ କୃପା ବର୍ଷା ହୋଇଥାଏ । ଏହିଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଘରୁ ବାହାରକୁ ଯିବା ସମୟରେ ନିଶ୍ଚୟ ଆଇନା ଦେଖି ଯାଆନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାମ ସଫଳ ହେବ ।

ଏହି କାମ ଭୁଲରେ ବି ସୋମବାର ଦିନ କରନ୍ତୁ ନାହିଁ :-

ସୋମବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧି ଶିବ ମନ୍ଦିରକୁ ଯାଆନ୍ତୁ ନାହିଁ । ମହିଳାଙ୍କୁ ସୋମବାର ଦିନ କେଶ ଧୋଇବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ବ୍ରତରେ ବ୍ରତଧାରୀଙ୍କୁ ସଂଯମ ରଖିବା ଉଚିତ । ନଚେତ ମହାଦେବ କ୍ରୋଧିତ ହେବେ । ସୋମବାର ଦିନ ବ୍ରତଧାରୀ ନାସପାତି ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ମାଂସ ସେବନ କରିବା ଉଚିତ ନୁହେଁ କିମ୍ବା ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ କରିବା ଉଚିତ । ମହାଦେବଙ୍କ ପୂଜା ସହିତ ନନ୍ଦି ମହାରାଜଙ୍କ ପୂଜା ମଧ୍ୟ କରି ଦିଅନ୍ତୁ । ସୋମବାର ଦିନ ଗୋମାତାଙ୍କୁ ପୂଜା କରିବା ଉଚିତ ଏବଂ ରୁଟି ଖୁଆଇବା ଉଚିତ । ମହାଦେବଙ୍କୁ ତୁଳସୀ ଭୁଲରେବି ଅର୍ପିତ କରନ୍ତୁ ନାହିଁ କିମ୍ବା ଖଣ୍ଡିତ ଚାଉଳ ଏବଂ ଶଙ୍ଖରେ ପାଣି ମଧ୍ୟ ଅର୍ପିତ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *