ସକାଳୁ ଉଠି ଏହି କାମ କରିବା ଦ୍ୱାରା ଘରକୁ ଆସିନଥାଏ ଗରିବି | ସକାଳୁ ଉଠି କରନ୍ତୁ ନାହିଁ ଏହି ଭୁଲ, ଶ୍ରୀ କୃଷ୍ଣ କଣ କୁହନ୍ତି!

ସକାଳୁ ଉଠି ଘରର ମହିଳା ମାନେ ଏମିତି କଣ କରିବା ଦରକାର | ଯାହା ଦ୍ୱାରା ଘରର ଉନ୍ନତି ହେବ | ଘରେ ସୁଖ ଶାନ୍ତି ରହିବ | ଏବଂ ଏମିତି କଣ କାମ ଅଛି ଯାହାକୁ ନା ଖାଲି ମହିଳା, ବରଂ ପୁରୁଷ ବାଳକ ଏବଂ ବୃଦ୍ଧ ଲୋକ ବି କରିବା ଉଚିତ ନୁହେଁ | ଚାଲନ୍ତୁ ଜାଣିବା ଶୋଇକି ଉଠିବା ପରେ ମହିଳାଙ୍କୁ କଣ କରିବା ଦ୍ୱାରା ଘରେ କେବେ ବି ଧନର କମି ରହିନଥାଏ | ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଯେ ଘରର ମୁଖ୍ୟ ଦ୍ୱାରକୁ ବହୁତ ମହତ୍ୱ ଦିଆଯାଇଛି |

ସେ ବାସ୍ତୁ ଶାସ୍ତ୍ର ହେଉ କିମ୍ଭା ଜ୍ୟୋତିଷ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଘରର ଅନ୍ୟ କବାଟ ସବୁ ଯେମିତି ବି ଯାହା ହେଉ ନା କାହିଁକି କିନ୍ତୁ ମୁଖ୍ୟ ଦ୍ୱାର ସବୁ କବାଟ ଠାରୁ ବଡ଼ ଏବଂ ଦୁଇ ପଲ୍ହା ହେବା ଦରକାର | ଏବଂ ଧ୍ୟାନ ଦେବେ ଯେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫା ରହିବା ଦରକାର କାରଣ ଆମ ଘରର ମୁଖ୍ୟ ଦ୍ୱାର ଦେଇ ହିଁ ମାତା ଲଷ୍ମୀ ଆମ ଘରକୁ ଆସିଥାନ୍ତି | ସେଥିପାଇଁ ଘରର ମୁଖ୍ୟ ଦ୍ୱାରକୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସଠିକ ସ୍ଥିତି, ସଠିକ ଦିଗରେ ମଧ୍ୟ ରହିବ ନିହାତି ଆବଶ୍ୟକ ହୋଇଥାଏ | ଯାହା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ | ଆସନ୍ତୁ ଜାଣିବା ମହିଳା ମାନଙ୍କୁ କଣ କରିବା ଦରକାର ସକାଳୁ ଉଠି ଯେ ଘରେ ଦୁଃଖ, କଷ୍ଟ କାମ ଏବଂ ସୁଖ, ଶାନ୍ତି ବେଶୀ ରହିବ |

ସକାଳୁ ଉଠିବା ପରେ ଘରର ମୁଖ୍ୟ ଦ୍ଵାରର ଏରୁଣ୍ଡି ବନ୍ଦର ଦୁଇ ପାର୍ଶ୍ୱରେ ଟିକେ ଟିକେ ଜଳ ଢାଳନ୍ତୁ | ଧ୍ୟାନ ରଖିବେ ଏହାକୁ ଘର ଭିତରୁ ହିଁ ଢ଼ାଳିବାର ଅଛି ବାହାରୁ ନୁହେଁ | ଏବଂ ଖାସ କରି ଶନିବାର ଏବଂ ରବିବାରକୁ ନିଜ ଘରର ମୁଖ୍ୟ ଦ୍ୱାରରେ ଝାଡୁ ମରିବା ଆଗରୁ 2ବାଲ୍ଟି କିମ୍ଭା 2ଢାଳ ପାଣି ହିଁ ଢାଳିଦେବେ | ଦ୍ୱିତୀୟତଃ ଆପଣ ନିଜ ଘରେ ଲାଲ, ହଳଦିଆ, ମରୁନ ରଙ୍ଗର ପେଣ୍ଟ କରିପାରିବେ ନହଲେ ପେଣ୍ଟିଙ୍ଗ ଆଣି ଟାଙ୍ଗୀ ପାରିବେ କିନ୍ତୁ ଧ୍ୟାନ ଦେବେ ଆପଣ ନିଜ ଘରେ ପେଣ୍ଟ କରିବା ଆଗରୁ କୋୖଣସି ଜ୍ୟୋତିଷଙ୍କ ଠାରୁ କିମ୍ବା ବାସ୍ତୁ ଶାସ୍ତ୍ରୀଙ୍କ ପାଖରୁ ପରାମର୍ଶ ନେଇ କରିବେ |

ତୃତୀୟତଃ ଆପଣ ନିଜ ଘରର ମୁଖ୍ୟ ଦ୍ୱାରକୁ କେବଳ ବୁଧ ବାରକୁ ଛାଡି ଅନ୍ୟ ସବୁ ବାରରେ ନିଜ ଘରକୁ ଲୁଣ ମିଶା ପାଣିରେ ପୋଛନ୍ତୁ ଯଦି ଆପଣ ସେହିଥିରେ ଗୋଟେ ଚୁଟକି ହଳଦୀ ବି ପକେଇଦେବେ ତେବେ ଆପଣଙ୍କ ବୃହସ୍ପତି ମଜବୁତ ହେବେ ଏବଂ ଆପଣଙ୍କ ଘରକୁ ମାତା ଲଷ୍ମୀ ବହୁତ ସହଜରେ ଆସିଯିବେ | ଚାଁଥୁର୍ତ୍ତତଃ ଆପଣ ନିଜ ଘରର ମୁଖ୍ୟ ଦ୍ୱାରରେ ସୋମବାରକୁ ଆମ୍ଭ ପତ୍ରର ମାଳ କରି ଟାଙ୍ଗନ୍ତୁ | ଆପଣ ନିଜେ ବି କରିପାରିବେ ଏବଂ ଏମିତି ଆପଣ ପ୍ରତି ସୋମବାରକୁ ପୂର୍ବଟିକୁ ଫୋପାଡ଼ି ଦେବେ ଏବଂ ନୂଆ ଲଗେଇବେ | ଏମିତି କରିବା ଦ୍ୱାରା ଆପଣଙ୍କ ଘରେ କାହାରିବି ସ୍ୱାସ୍ଥ୍ୟ ଖରାପ ହେବ ନାହିଁ | ଏବଂ ଘରେ ସୁଖ ଏବଂ ଶାନ୍ତି ରହିବ |

ଯଦି ଆପଣ ମହିଳା ଅଟନ୍ତି ତେବେ ଧ୍ୟାନ ଦେବେ କି ଆପଣ ନିଜର ଅଧିକତାର ସମୟ ରୋଷେଇ ଘରେ ହିଁ ବିତେଇଥାନ୍ତି | ଧ୍ୟାନ ରଖିବେ କି ରାତିରେ ଖାଇବା ପରେ ଅଇଁଠା ବାସନକୁ କେବେ ବି ସକାଳ ପର୍ଯ୍ୟନ୍ତ ରଖିବେ ନାହିଁ | ଏବଂ ଏହା ମଧ୍ୟ କରିବେ କି ସଫା କରିବା ପରେ ରାତିରେ ଗୋଟେ ପତ୍ରରେ ପାଣି ନିଶ୍ଚିତ ରୂପେ ରଖି ନିଜ ଶୋଇବା ଘରକୁ ଯିବେ | ଏବଂ ଅନ୍ୟ ଏକ କଥା ଯଦି ଆପଣ ଗ୍ୟାସରେ କ୍ଷୀର ଫୁଟାଉଛନ୍ତି ମନେ ରଖିବେ କ୍ଷୀର ଗ୍ୟାସରେ ବସେଇବା ଆଗରୁ ଚୁଲାରେ କିଛି ବୁନ୍ଦା କ୍ଷୀର ପକାଇ କ୍ଷୀର ଫୁଟାନ୍ତୁ

ଯଦି ଆପଣ ରୁଟି କରୁଛନ୍ତି ତେବେ ସେହି ରୁଟି ଚକଟିଲା ବେଳେ ସେହି ରୁଟିରେ କିଛି କ୍ଷୀର ବୁନ୍ଦା ପକାନ୍ତୁ ଏମିତି କରି ଯେତେବେଳେ ଆପଣ ସେହି ରୁଟିକୁ ଗ୍ୟାସରେ ସେକିବେ ସେତେବେଳେ ସେଥିରୁ ଯେଉଁ ବାସ୍ନା ବାହାରି ଥାଏ ସେହି ବାସ୍ନାରେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯାଇଥାଏ | ମାତା ଲଷ୍ମୀ ମଧ୍ୟ ପ୍ରଶନ ହୋଇଥାନ୍ତି | ଏହା ସହ ଘରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇଥାଏ |

ଏହା ସହ କେବେ ବି ଆପଣ ନିଜର ପୁରା ଘରକୁ ଅନ୍ଧାର କରି ରଖନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବଢିଯାଏ | ତେଣୁ କେବେ ବି ନିଜ ଘରର କୁ ସମ୍ପୂର୍ଣ ଅନ୍ଧାର କରନ୍ତୁ ନାହିଁ | ଘରର କେଉଁ ବି ଏକ କୋଣରେ ନାଇଟ ବଲ୍ ଲଗାନ୍ତୁ | ଏହା ପରେ ଆପଣ ଟି ନିଶ୍ଚିତ ରୂପେ ନିଜ ଘରେ ପୂଜା ପାଠ କରୁଥିବେ | ଆପଣ ଯେଉଁ ବି ଧର୍ମର ହୁଅନ୍ତୁ ନା କାହିଁକି ଆପଣ ଭଗବାନଙ୍କୁ ପ୍ରାଥନା ତ ନିଶ୍ଚିତ ରୂପେ କରୁଥିବେ |

ତେବେ ବନ୍ଧୁଗଣ ଏମିତି ବି ଥାଏ ଯେ ଯଦି ଭଗବାନ ବ୍ରହ୍ମ ଦେବ ରାଗିଯିବେ ତେବେ ଆମକୁ ନା ସନ୍ତାନ ସୁଖ ମିଳିଥାଏ ନା ପତିଙ୍କ ସୁଖ ନାହିଁ ଆମର କେହି ସଂମାନ କରନ୍ତି | ତେଣୁ ଆପଣ ନିଜର ଏକ ନିୟମ କରନ୍ତୁ ପ୍ରତିଦିନ ଗୋଟେ ଢାଳ ଜଳରେ ଗୋଟେ ଚୁଟକୀ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ | ଏବଂ ହଳଦୀକୁ ନିଜ ବେକ କିମ୍ଭା ନିଜ ମଥାରେ ଲଗାନ୍ତୁ |

ଏହା ପରେ ଆପଣ ନିଜ ଘରକୁ ସମ୍ପୂର୍ଣ ରୂପରେ ସଫା ସୁତୁରା କରନ୍ତୁ ଧ୍ୟାନ ଦେବେ ଘର ସଫା କରିଲା ବେଳେ ଘର ସେହି ପାଣିରେ ଧୋଇବେ ଯେଉଁ ପାଣିରେ ଲୁଣ ମିଶିଥିବ | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଖୁସି ହୋଇଥାନ୍ତି ଏବଂ ଏହା ପରେ ଆପଣ ଭଲରେ ସାନ୍ନ ସାରି ପୂଜା ଗୃହରେ ବସି ମାତା ଲଷ୍ମୀଙ୍କୁ ପୂଜା କରନ୍ତୁ ତାଙ୍କୁ ନିଜ ଘରେ ରହିବାର ଅନୁରୋଧ କରନ୍ତୁ | ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା କିପରି ନଷ୍ଟ ହୋଇଯିବ |

Leave a Reply

Your email address will not be published. Required fields are marked *