ଗାଈର ଏହି ଅଙ୍ଗକୁ ଛୁଇଁବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟତା

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗାଈକୁ ଗୋମାତା କିମ୍ବା ଭଗବାନଙ୍କ ମାନା ଯାଇଛି । ଗାଈର ପୂଜା କରିଲେ ସବୁ ପ୍ରକାରର ପାପ ଦୂର ହୋଇଥାଏ । ଏମିତିକି ଗାଈ ଶରୀରରେ ସବୁ ପ୍ରକାରର ଦେବଦେବୀଙ୍କ ବାସ ମଧ୍ୟ ହୋଇଥାଏ । ଗାଈ ଦେହରେ ସବୁ ନକ୍ଷତ୍ର ରହିଥାଏ । ଗାଈର ପିଠି ପାଖରେ ଏକ କୁଜ ଭଳି ରହିଥାଏ ଯେଉଁଠି ସୂର୍ଯ୍ୟ କେତୁ ନାଡ଼ି ରହିଥାଏ । ତାହାକୁ ଛୁଇଁବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ ।

ଗାଈ ଠାରୁ ମିଳୁଥିବା ପ୍ରତ୍ୟକ ଉପାଦାନର କିଛିନା କିଛି ପ୍ରୟୋଗ ଏବଂ ଲାଭ ନିଶ୍ଚୟ ରହିଥାଏ । ଗାଈ କ୍ଷୀରକୁ ଅମୃତ ସଦୃଶ ମାନା ଯାଏ । କ୍ଷୀରରେ ହାଲୁକା ହଳଦିଆ ଅର୍ଥାତ ସୁବର୍ଣ୍ଣ ରଙ୍ଗ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଗାଈର ପୂଜା କରିବା ଦ୍ୱାରା କଣ ଲାଭ ମିଳିଥାଏ ।ଏହାସହିତ ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ କେଉଁ ଉପାୟ କରିବା ଆବଶ୍ୟକ ତାହା ମଧ୍ୟ କହିବୁ । ଏହାବ୍ୟତୀତ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ର ଶୁଭ ବୋଲି କୁହାଯାଇଛି ତାହା ମଧ୍ୟ କହିବୁ ।

ସନାତନ ଧର୍ମରେ ଗାଈ ଗଙ୍ଗତ୍ରୀ ଏବଂ ଗଙ୍ଗାର ଧାର୍ମିକ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁସାରେ ଗାଈ ଶରୀରରେ ତେତିଶ କୋଟି ଦେବା ଦେବୀ ବାସ କରନ୍ତି । ଯେଉଁ ବ୍ୟକ୍ତି ଗାଈର ପୂଜା କରିଥାଏ ତାଙ୍କ ଉପରେ ଭଗବାନ ପ୍ରସନ୍ନ ହୁଅନ୍ତି । ଯେଉଁ ବ୍ୟକ୍ତି ଗାଈର ସେବା କରିଥାଏ ସେହି ବ୍ୟକ୍ତିର ସମସ୍ତ ସମସ୍ୟାକୁ ଭଗବାନ ଦୂର କରିଥାନ୍ତି । ଏହାବ୍ୟତୀତ ଭଗବାନ ସେହି ବ୍ୟକ୍ତିର ସମସ୍ତ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ଗାଈ ଗୋଠରୁ ଫେରୁଥିବା ସମୟରେ ଯେଉଁ ଧୂଳି ଉଡ଼ିଥାଏ ତାହାଦ୍ୱାରା ମନୁଷ୍ୟର ସବୁ ପାପ ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି ପାଠପଢ଼ାରେ ଦୁର୍ବଳତା ଥାଏ ସେହିବ୍ୟକ୍ତି ଗାଈକୁ ସବୁଜ ଚାରା ଦେବା ଅତ୍ୟନ୍ତ ଭଲ ପ୍ରମାଣିତ ହୋଇଥାଏ । ଏଥିରେ ବୁଧ ଗ୍ରହର ଦଶା ଠିକ ହୋଇଥାଏ ଏବଂ ସବୁ ପ୍ରକାରର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଗାଈ ଦାନ କରିବା ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଯଦି ମଙ୍ଗଳ ଗ୍ରହ ସମସ୍ୟା ରହିଛି ତେବେ କୌଣସି ଗରିବ ବ୍ୟକ୍ତି କିମ୍ବା ବ୍ରାହ୍ମଣଙ୍କୁ ଗାଈ ଦାନ କରନ୍ତୁ । ଯଦି ନବଗ୍ରହ ଏବଂ ଶନି ଦୋଷାରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତେବେ କଳା ଗାଈ ଦାନ କରିବା ଉଚିତ । ଏହାଦ୍ବାରା ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ଗାଈକୁ ନିୟମିତ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଥାଏ । ଖରା ଦିନରେ ଘରକୁ ଆସିଥିବା ଗାଈକୁ ଜଳ ପିଆଇବା ଉଚିତ । ଏହାଦ୍ବାରା ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।ଗୋମାତାଙ୍କୁ ଶୀତଦିନରେ ଗୁଡ଼ ଖୁଆଇବା ଉଚିତ । ଯଦି ଆପଣ ପିତୃ ଦୋଷ ଦୂର କରିବାକୁ ଚାହୁଁଥାନ୍ତି ତେବେ ଅମାବାସ୍ୟା ଦିନ ଗାଈକୁ ରୋଟି ଗୁଡ଼ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ପିତୃ ଦୋଷ ଦୂର ହୋଇଥାଏ ।

ଯଦି ଘରେ ପିଲାମାନେ ଅଧିକ କ୍ରୋଧିତ ହୋଇ ଯାଉଛନ୍ତି ତେବେ ଘରକୁ ଗାଈ ଆଣି ସେହ ପିଲା ହାତରୁ ସ୍ପର୍ଶ କରାଇ ରୁଟି ଖାଇବାକୁ ଦିଅନ୍ତୁ । ଏପରି କରିବା ସନ୍ତାନ ପାଇଁ ଶୁଭ ହୋଇଥାଏ । ଗୋମାତାଙ୍କ ପିଠିରେ ଏକ ଚୁଡ଼ ରହିଥାଏ ସେଉଁଠି ସୂର୍ଯ୍ୟ କେତୁ ନାଡ଼ି ରହିଥାଏ । ସବୁଦିନ ତାହା ଉପରେ ସ୍ପର୍ଶ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଘର ବନାଇବା ପୂର୍ବରୁ ସେହି ସ୍ଥାନରେ ଗାଈ ବାଛୁରୀ ବାନ୍ଧିଲେ ସେହି ସ୍ଥାନର ବାସ୍ତୁ ଦୋଷ ଦୂର ହୋଇଥାଏ । କାମରେ କୌଣସି ପ୍ରତିବନ୍ଧକ ଆସେନାହିଁ । ଗୋମାତାଙ୍କ ପଞ୍ଚଗବ୍ୟ ମଧ୍ୟ ସବୁ ରୋଗର ନିରାକରଣ ଅଟେ । ପଞ୍ଚାଗବ୍ୟ ଦ୍ୱାରା ସବୁ ପ୍ରକାରର ରୋଗ ନଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *