ବନ୍ଧୁଗଣ ଆମ ଶାସ୍ତ୍ର ରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ୱ ରହିଛି | କିନ୍ତୁ ଗୁରୁବାର କୁ ବିଶେଷ ଗୁରୁତ୍ୱପୂର୍ଣ ବୋଲି କୁହାଯାଏ କାରଣ ଗୁରୁବାର କୁ ଧର୍ମର ଦିନ ବୋଲି ବିଶ୍ୱାସ କରାଯାଏ | ଏବଂ ଏହି ଦିନ ଧାର୍ମିକ କାର୍ଯ୍ୟ କରିବା ଦ୍ୱାରା ଶୁଭତା ରେ ବୃଦ୍ଧି ହୋଇଥାଏ ଏବଂ ଗୁରୁଗ୍ରହ ମଜବୁଜ ହୋଇଥାନ୍ତି | ସମସ୍ତ 9 ଗ୍ରହ ଙ୍କ ମଧ୍ୟ ରୁ ସବୁଠାରୁ ଭାରି ଗ୍ରହ ଗୁରୁଗ୍ରହ ହୋଇଥାଏ, ତେଣୁ ଏହି ଦିନ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ |
ଏହି ଦିନ ଏମିତି କିଛି କର୍ମ କରିବା ଉଚିତ ହୋଇନଥାଏ,ତେଣୁ ଏହି କିଛି ବିଶେଷ କାର୍ଯ୍ୟ କରିବେ ନାହିଁ | ଏବଂ ଗୁରୁ ଆମ ଜନ୍ମ କୁଣ୍ଡଳୀ ରେ ବହୁତ ସାରା ସୁଖର କାରକ ଅଟନ୍ତି | ଜୀବନ ରେ ଗୁରୁଗ୍ରହ ଠିକ ହେବା ଦ୍ୱାରା ବୈବାହିକ ଜୀବନ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ | ଏହା ସହିତ ସୁଯୋଗ୍ୟ ଜୀବନ ସାଥି ପ୍ରାପ୍ତି ହୋଇଥାଏ, ବିବାହ ଶୀଘ୍ର ହୋଇଥାଏ ଏବଂ ସନ୍ତାନ ସୁଖ ମଧ୍ୟ ମିଳିଥାଏ | ଗୁରୁଗ୍ରହ କୁଣ୍ଡଳୀ ରେ ସଠିକ ଥିଲେ ସନ୍ତାନ ଲାଭ ହୋଇଥାଏ | ପୁତ୍ର ସୁଖ ପାଇବାରେ ଗୁରୁଗ୍ରହ ହିଁ ସଠିକ ରହିଥାଏ |
ବୃହସ୍ପତି ଗ୍ରହ ଆମ ଜୀବନ ରେ କ୍ୟାରିଅର ର କାରକ ଅଟନ୍ତି, ଗୁରୁଗ୍ରହ ଜନ୍ମ କୁଣ୍ଡଳୀ ରେ ସଠିକ ଥିଲେ ଆପଣ କ୍ୟାରିଅର ରେ ବହୁତ ଉନ୍ନତି କରିଥାନ୍ତି ଏବଂ ବହୁତ ସଫଳତା ପାଇଥାନ୍ତି |ଚାକିରୀ ରେ ପଦୋନ୍ନତି ହୋଇଥାଏ, ବ୍ୟାପାର ରେ ବହୁତ ଲାଭ ବି ହୋଇଥାଏ | ଧର୍ଯ୍ୟ ବୃଦ୍ଧି ହୋଇଥାଏ, ଗୁରୁଗ୍ରହ ର ସଠିକ ହେବା ଆପଣଙ୍କ ଜୀବନ ରେ ସବୁକିଛି ଶୁଭ ହିଁ ହୋଇଥାଏ |
କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀ ରେ ଗୁରୁ କୌଣସି କାରଣ ରୁ ଅଶୁଭ ହୋଇଯାନ୍ତି, କମଜୋର ହୋଇଯାନ୍ତି ତେବେ ଆପଣଙ୍କ ଜୀବନ ରେ ବହୁତ କିଛି ସୁଖ ସୁବିଧା ବହୁତ ବିଳମ୍ବ ରେ ମିଳିଥାଏ |ଯେମିତିକି ସନ୍ତାନ ପ୍ରାପ୍ତି ହୋଇପାରିନଥାଏ, ଦାମ୍ପତ୍ୟ ଜୀବନ ରେ କଳହ ହୋଇଥାଏ, ବୈବାହିକ ଜୀବନ ସୁଖମୟ ହୁଏ ନାହିଁ | ବିବାହ ରେ ବିଳମ୍ବ ହୋଇଥାଏ | ଧନ ସଂଚୟ ହୋଇପାରିନଥାଏ,ଅର୍ଥ ଅଭାବ ହୁଏ |
ତେବେ ବନ୍ଧୁଗଣ ଗୁରୁ ଶିକ୍ଷା, ଉଚ୍ଚଶିକ୍ଷା ର କାରକ ହୋଇଥାନ୍ତି, ଜୀବନ ରେ ସବୁକିଛି ଠିକ ହୋଇଯାଏ ଯଦି ଗୁରୁ ଙ୍କୁ ଶୁଭ କରି ଦିଆଯାଏ | ତେବେ ଗୁରୁବାର ଦିନ କୁ ଗୁରୁ ଙ୍କ ଦିନ ବୋଲି କୁହ ଯାଏ, ଯଦି ଏହି ଦିନ ଆପଣ କିଛି କାର୍ଯ୍ୟ କରିବେ ଆଉ କିଛି ବିଶେଷ କାର୍ଯ୍ୟ କରିବେ ନାହିଁ ତାହେଲେ ଗୁରୁ ମଜବୁତ ହୋଇଥାନ୍ତି |
ତେବେ ଗୁରୁବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଆପଣଙ୍କ ଗୁରୁଗ୍ରହ ମଜବୁତ ହୋଇଥାନ୍ତି | ତେବେ ଆଜି ଆମେ ଏହି ପୋର୍ଟାଲ ରେ ଆପଣଙ୍କୁ କହିବାକୁ ଯାଉଛି ଯେ ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ଏବଂ କେଉଁ କାର୍ଯ୍ୟ ନକରିବା ଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
କଣ କରିବା ଉଚିତ ନୁହେଁ?
ବନ୍ଧୁଗଣ ଶାସ୍ତ୍ର ରେ ମହିଳାଙ୍କ ଯେଉ ଜନ୍ମ କୁଣ୍ଡଳୀ ବିଷୟରେ କୁହ ଯାଇଛି ସେଥିରେ ବୃହସ୍ପତି ଗ୍ରହ ପତି ଏବଂ ସନ୍ତାନ ର କାରକ ଅଟନ୍ତି | ତେଣୁ ଏହି ଦିନ ମହିଳା ମାନଙ୍କୁ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି | ଯଦି ଏହି କାର୍ଯ୍ୟ କରନ୍ତି ତେବେ ସ୍ୱାମୀ ଏବଂ ସନ୍ତାନ ଉପରେ ଏହାର ପ୍ରଭାବ ପଡିଥାଏ | ତେଣୁ ଏହି ଦିନ ମହିଳା ନିଜ କେଶ ଧୋଇବା ଅବା ସାମ୍ପୁ କରିବା ଏବଂ କେଶ କାଟିବା ମଧ୍ୟ ଗୁରୁ ଙ୍କୁ କମଜୋର କରିଥାଏ |ସେବିଙ୍ଗ କରିବା, ନଖ କାଟିବା, ଘର ଓଲେଇବା ଗୁରୁବାର ଦିନ କରିବା ଉଚିତ ନୁହେଁ |
ଗୁରୁବାର ଦିନ କୌଣସି କପଡା ଧୋଇବା ଉଚିତ ନୁହେଁ,ଘରେ ସଫାଈ ଏହି ଦିନ କରନ୍ତୁ ନାହିଁ,ପୋଛା ମଧ୍ୟ ଲଗାନ୍ତୁ ନାହିଁ ଗୁରୁଙ୍କର ନକାରାତ୍ମକ ପ୍ରଭାବ ଘରେ ପଡିଥାଏ | ଗୁରୁ ଙ୍କୁ ଧନର କାରକ ବୋଲି କୁହାଯାଏ ତେଣୁ ଏହି କାହାକୁ ଧନ ଦିଆନ୍ତୁନି ଏବଂ ଏହି ଦିନ ଖେଚେଡ଼ି ମଧ୍ୟ କରନ୍ତୁ ନାହିଁ ଧନ ହାନି ହୋଇଥାଏ ଗୁରୁ କ୍ରୋଧିତ ହୋଇଥାନ୍ତି | ମାତା ପିତା ଗୁରୁ ସାଧୁ ସନ୍ଥ ଙ୍କ ସମ୍ବନ୍ଧ ଗୁରୁ ଗ୍ରହ ସହ ହୋଇଥାଏ | ତେଣୁ ଏମାନଙ୍କୁ କେବେ ବି ଅସମ୍ମାନ କରନ୍ତୁ ନାହିଁ ଏହା ଦ୍ୱାରା ଗୁରୁ କମଜୋର ହୋଇଥାନ୍ତି |
କଣ କରିବା ଶୁଭ ହୋଇଥାଏ?
ଗୁରୁବାର ଦିନ ସକାଳୁ ଶୀଘ୍ର ଉଠି ଶ୍ରୀହରି ଙ୍କ ପୂଜା କରନ୍ତୁ, କଦଳୀ ଗଛ କୁ ପୂଜା କରନ୍ତୁ ଏବଂ ହଳଦୀ ମିଶା ଜଳ ଅର୍ପଣ କରନ୍ତୁ ଏହା ଦ୍ୱାରା ଗୁରୁ ଙ୍କ ଶୁଭ ଫଳ ମିଳିଥାଏ | ସନ୍ଧ୍ୟା ସମୟରେ ଗୁରୁବାର ଦିନ କଦଳୀ ଗଛ ତଳେ ଘିଅର ଦୀପ ନିଶ୍ଚିନ୍ତ ଜାଳାନ୍ତୁ | ଗୁରୁବାର ଭଗବାନ ନାରାୟଣ ଏବଂ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ | ଏହି ଦିନ ମା ଲକ୍ଷ୍ମୀ ଏବଂ ନାରାୟଣ ଙ୍କୁ ଏକାଠି ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ରେ ବୃଦ୍ଧି ଘଟିଥାଏ | ଗୁରୁବାର ଦିନ ହଳଦୀଆ ଜିନିଷ ନିଶ୍ଚିନ୍ତ ଦାନ କରନ୍ତୁ,ଯେମିତି କି କଦଳୀ, ଚଣା ର ଡାଲି, ବେସନ ମିଠେଇ ଏବଂ ହଳଦିଆ ବସ୍ତ୍ର ମଧ୍ୟ ଦାନ କରିବା ଉଚିତ ହୋଇଥାଏ | ଗୁରୁବାର କୁ ହଳଦିଆ ରଙ୍ଗ ର ପୋଷାକ ପିନ୍ଧନ୍ତୁ ଏବଂ ହଳଦୀ କିମ୍ବା କେଶର ଟିକା ଲଗାନ୍ତୁ ଏହା ଦ୍ୱାରା ଗୁରୁ ଗ୍ରହ ଶୁଭ ହୋଇଥାନ୍ତି | ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ବୃଦ୍ଧି ହୁଏ |