ବଡ଼ ଗୁରୁବାର ଦିନ କେବଳ ଏକ ଚିମୁଟା ହଳଦୀ ନେଇ କରି ଦିଅନ୍ତୁ ଏହି ଉପାୟ , ଘରେ ସ୍ଥାୟୀ ରୂପରେ ବାସ କରିବେ ମାତା ଲକ୍ଷ୍ମୀ

ଗୁରୁବାର ହେଉଛି ଦେବଗୁରୁ ବୃହସ୍ପତିଙ୍କ ବାର । ତେଣୁ ଏହି ଦିନ କିଛି ବିଶେଷ ପ୍ରୟୋଗ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ହଳଦୀ ସହିତ ବୃହସ୍ପତିଙ୍କ ସମ୍ବନ୍ଧ ରହିଛି । ତେବେ ଗୁରୁବାର ଦିନ ହଳଦୀର କିଛି ବିଶେଷ ପ୍ରୟୋଗ କରିବା ଦ୍ୱାରା ମାନ ସମ୍ମାନ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ହଳଦୀ ଏକ ବିଶେଷ ପ୍ରକାରର ଔଷଧି ଅଟେ । ବିବାହରେ ମଧ୍ୟ ବର ବଧୂକୁ ହଳଦୀ ଟୀକା ଲଗାଯାଏ । ଏହାଦ୍ବାରା ସୌନ୍ଦର୍ଯ୍ୟ ମଧ୍ୟ ବଢ଼ିଥାଏ । ପୂଜା ସମୟରେ ବେକରେ ଏବଂ ହାତରେ ହଳଦୀ ଲଗାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂରେଇ ଯାଏ । ହଳଦୀ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଚିମୁଟାଏ ହଳଦୀ ମିଶାଇ ସ୍ନାନ କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯାଏ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ଘ୍ୟ ଦେଲେ ନିଜର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହାବ୍ୟତୀତ ସନ୍ତାନ ସୁଖ , ବୈବାହିକ ସୁଖ , ଚାକିରୀ , କ୍ୟାରିଅର , ଧନ ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୁଖ ହିଁ ପ୍ରାପ୍ତ ହୋଇଥାଏ । ଏହି ସବୁକିଛି ବୃହସ୍ପତିଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ହୋଇଥାଏ । ଏହାବ୍ୟତୀତ ଯଦି କୌଣସି ପ୍ରକାରର ନକରାତ୍ମକତା ରହିଥାଏ ତେବେ ସେଥିରୁ ମଧ୍ୟ ଏହି ଉପାୟ ମୁକ୍ତି ଦେଇଥାଏ ।

୧ . ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ପେଷା ହୋଇଥିବା ହଳଦୀ ଦାନ କରନ୍ତୁ । ଏହାଦ୍ବାରା ଗମ୍ଭୀର ରୋଗ ଭଲ ହୋଇଯିବ ଏବଂ ମଥାରେ ମଧ୍ୟ ହଳଦୀ ଟୀକା ଲଗାଇବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂର ଏବଂ ସକାରାତ୍ମକତା ଆସିବ ।

୨ . ଯଦି ଆପଣଙ୍କର ବୃହସ୍ପତି ଗ୍ରହ ଦୁର୍ବଳ ରହିଛି ଏବଂ ଜୀବନରେ ଅନେକ ସମସ୍ୟା ରହିଛି ତେବେ ହଳଦୀନେଇ ଏକ ହଳଦିଆ କପଡ଼ାରେ ତାହାକୁ ବାନ୍ଧି ଦିଅନ୍ତୁ ଏବଂ ନିଜ ବାହୁ କିମ୍ବା ହାତରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ବୃହସ୍ପତି ମଜବୁତ ହେବେ ।

୩ . ଯଦି ଆପଣଙ୍କ ଜୀବନ ଶାରୀରିକ ଏବଂ ମାନସିକ ନକରାତ୍ମକତାରେ ଘେରି ରହିଛି ତେବେ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ପେଷା ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଶାରୀରିକ ଏବଂ ମାନସିକ ନକରାତ୍ମକତା ଦୂରେଇ ଯିବ । ଏହାଦ୍ବାରା କ୍ୟାରିଅର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଆପଣ କ୍ୟାରିଅରରେ ସଫଳ ହେବେ ।

୪ . ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ରହିଛି ତେବେ ଆପଣ ନିଜ ଘରର ମୂଖ୍ୟ ଦ୍ୱାରରେ କିମ୍ବା ବାଉଣ୍ଡ୍ରି ୱାଲରେ ଏକ ହଳଦୀ ରେଖା ଟାଣି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ । ଏହି ଉପାୟ ପ୍ରତିଦିନ କଲେ ନକରାତ୍ମକତା ଘରକୁ ଆସିବ ନାହିଁ ।

୫ . ଯଦି ଆପଣଙ୍କର ବିବାହରେ କୌଣସି ସମସ୍ୟା ଦେଖା ଦେଉଛି ତେବେ ସକାଳୁ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରୁଥିବା ଜଳରେ ଅଳ୍ପ ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ କରନ୍ତୁ ବୋଲି ତେବେ ଗୁରୁବାର ଦିନ ପୁରା ଘରେ ହଳଦୀ ପାଣିର ସିଞ୍ଚନ କରନ୍ତୁ । ଏହି ଉପାୟ ପାଇଁ କିଛି ପାଣି କିମ୍ବା ଗଙ୍ଗା ଜଳ ନେଇ ସେଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ । ସେହି ପାଣିକୁ ଘର ସାରା ସିଞ୍ଚି ଦିଅନ୍ତୁ । ଏହି ଉପାୟ ପ୍ରତି ଶୁକ୍ରବାର କଲେ କିମ୍ବା ପ୍ରତ୍ୟେକ ଦିନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *