Chandra Grahana 2022 : ଆଜି ଚନ୍ଦ୍ର ଗ୍ରହଣ,ଜାଣନ୍ତୁ ଭାରତ ରେ କେବେ ଦେଖାଯିବ? 4 ରାଶି ହେବେ ମାଲାମାଲ..

ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୁର୍ଣିମା କୁ ଲାଗିବାକୁ ଯାଉଛି | 8 ନଭେମ୍ବର କୁ ଚନ୍ଦ୍ର ଗ୍ରହଣ ପୃଥିବୀ ରେ ହେବାକୁ ଯାଉଛି, ତେବେ ଏହି ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ମଧ୍ୟ ପଡିବ | ନିକଟରେ ସୂର୍ଯ୍ୟ ପରାଗ ମଧ୍ୟ ହୋଇଥିଲା ଏବଂ ଏହାର 15 ଦିନ ମଧରେ ଚନ୍ଦ୍ର ଗ୍ରହଣ ଲାଗିବା ଆପଣଙ୍କ ଜୀବନ ରେ କଣ ପ୍ରଭାବ ପକେଇବ? ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ଯେବେ ବି ଚନ୍ଦ୍ର ଗ୍ରହଣ ହୋଇଥାଏ ଏହାର ପ୍ରଭାବ ପୃଥିବୀ ପୃଷ୍ଠ ରେ ପଡିଥାଏ |

ତେବେ ଜ୍ୟୋତିଷ ଅନୁସାରେ ଏହାର ପ୍ରଭାବ ସମସ୍ତ ଙ୍କ ରାଶି ଉପରେ ପଡିଥାଏ | ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ଏବଂ ଭାରତ ରେ ଏହି ପୂର୍ବ ଦିଗ ରେ ଦେଖା ଯିବ | ଦେଶର ଅନ୍ୟାନ ଜାଗାରେ ଏହା ଆଂଶିକ ଦେଖାଯିବ | ଗ୍ରହଣ ଲାଗିବାର ସମୟ 8 ନଭେମ୍ବର ସନ୍ଧ୍ୟା 5:32 ରେ ଆରମ୍ଭ ହେବ ଏବଂ ଗ୍ରହଣ ର ସମାପ୍ତି ସନ୍ଧ୍ୟା 6:18 ମିନିଟ ରେ ହେବ | ଏବଂ ହାଣ୍ଡି ଛାଡ଼ ର ସମୟ ସକାଳ 9:21 ମିନିଟ ରୁ ହିଁ ଆରମ୍ଭ ହୋଇଯିବ ଏବଂ ଗ୍ରହଣ ଶେଷ ହେବ ପରେ ସୁତକ କାଳ ମଧ୍ୟ ସମାପ୍ତ ହୋଇଯିବ |

ଭାରତ ରେ କୋଲକାତା, ପାଟଣା, ରାଞ୍ଚି,ଗ୍ୱାହାଟି ରେ ଗ୍ରହଣ ଦେଖାଯିବ,ଏବଂ ପୁରା ଦୁନିଆରେ ଉତ୍ତର ପୂର୍ବ ଏସିଆ,ୟୁରୋପ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର କ୍ଷେତ୍ର,ଆରବ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା ରେ ଦେଖାଯିବ | କୁହାଯାଏ କି ସୁତକ କାଳ ଗ୍ରହଣ ର 9 ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଯାଏ ଏବଂ ଏହି ସମୟ ରେ ଗର୍ଭବତୀ ମହିଳା ସାବଧାନ ରହିବା ଉଚିତ, ପୂଜା ପାଠ କରିବା ଅନୁଚିତ | କାରଣ ସୁତକ କାଳ କୁ ଶାସ୍ତ୍ର ରେ ଅଶୁଭ ବୋଲି କୁହାଯାଇଛି | ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଗ୍ରହଣ ର କଣ ପ୍ରଭାବ ପଡିବ?

1. ମେଷ ରାଶି :- ଏହି ଚନ୍ଦ୍ର ଗ୍ରହଣ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସରିଯିବ। ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ। ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ବି ଲାଭଦାୟୀ ହେବ। ଗ୍ରହଣ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିବ। ମେଷ ରାଶି ଲୋକମାନେ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାୟକ ହେବ।

2. ବୃଷ ରାଶି :- ଏହି ଚନ୍ଦ୍ର ଗ୍ରହଣ ବୃଷ ରାଶି ପାଇଁ ମଧ୍ୟ ଶୁଭ ରହିଛି। ଆପଣ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ର ଏବଂ ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ଏହି ଗ୍ରହଣ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢ଼ କରିପାରେ। ନିଜ ଯୋଗ୍ୟତାକୁ ବିଶ୍ୱାସ କରି ଆପଣ ଏହି ଗ୍ରହଣ ସମୟରେ କୌଣସି ବି ନୂଆ କାମ ଆରମ୍ଭ କରିପାରିବେ ବା ନୂଆ ଚ୍ୟାଲେଞ୍ଜ ନେଇପାରିବେ।

3.ମିଥୁନ ରାଶି :- ଗ୍ରହଣ କାରଣରୁ ଆପଣଙ୍କର ସମୟ ଶୁଭ ରହିବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମହିଳା ସୁଖୀ ହେବେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

4.କର୍କଟ ରାଶି :- ଏହି ଚନ୍ଦ୍ର ଗ୍ରହଣ କର୍କଟ ରାଶି ପାଇଁ ମଧ୍ୟ ଶୁଭ ରହିଛି। ଆପଣଙ୍କର ଆୟରେ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ ସୁଯୋଗ ହେବ । ମାଲି ମୋକଦମାରେ ସଫଳତା ପ୍ରାପ୍ତ ହେବ । ଛାତ୍ର ଛାତ୍ରୀ ଶିକ୍ଷା ଦିଗରେ ଅଗ୍ରସର ହେବେ ।ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହେବ ବନ୍ଧୁ ସହଯୋଗ ପ୍ରାପ୍ତ ହେବ ।

5.ସିଂହ ରାଶି :- ଏହି ଚନ୍ଦ୍ର ଗ୍ରହଣ ସିଂହ ରାଶି ପାଇଁ ମଧ୍ୟ ଶୁଭ ରହିଛି। ପରିଶ୍ରମ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ପାରିବାରିକ କଳହ ଲାଗିପାରେ । ବାଦ ବିବାଦ ହୋଇପାରେ । ସ୍ଥିତି ଜଟିଳ ହେବ । ମହିଳା ଧର୍ମ ପରାୟଣ ହେବେ ।ଭଲ ବ୍ୟବହାର ପାଇଁ ବ୍ୟବସାୟରେ ଲାଭବାନ ହେବେ । ଧନ ଆଗମନର ସୂଚନା ରହିଛି । ସବୁ କ୍ଷେତ୍ରରେ ସଫଳ ହେବେ ।

6.କନ୍ୟା ରାଶି :- ଏହି ଚନ୍ଦ୍ର ଗ୍ରହଣ କନ୍ୟା ରାଶି ପାଇଁ ମଧ୍ୟ ଶୁଭ ରହିଛି।ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳାମାନେ ଲାଭବାନ ହେବେ ।ବ୍ୟବସାୟରେ ସଂଘର୍ଷ ପୂର୍ଣ୍ଣ ସ୍ଥିତି ହୋଇପାରେ । ମାନ ସମାନ ପ୍ରାପ୍ତ ହେବ । ମହିଳାମାନେ ଉନ୍ନତି କରିବେ ।

7.ତୁଳା ରାଶି :-ଏହି ଗ୍ରହଣ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ। କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି। ଚାକିରିରେ ଆପଣଙ୍କର ପଦୋନ୍ନତି ବି ହୋଇପାରେ। ସହଭାଗିତା କାର୍ଯ୍ୟରେ ବି ମୋଟା ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ ।

8.ବିଛା ରାଶି :-ଏହି ଗ୍ରହଣ ବିଛା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ | ମହିଳାମାନେ ସୁଖୀ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । ଧନ ଆଗମନର ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ।ବ୍ୟବସାୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ହୋଇପାରେ । ମାନସିକ ଶାନ୍ତି ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ହଇରାଣ ହେବ ।

9.ଧନୁ ରାଶି :-ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହେବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟ ପରାଗ ବେଶ ଭଲ। ବିଦେଶରେ ଚାକିରି ସୁଯୋଗ ବି ମିଳିପାରେ।

10.ମକର ରାଶି :-ଏହି ଗ୍ରହଣ ମକର ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ | ଅଟକି ରହିଥିବା ଟଙ୍କା ଫେରି ପାଇବେ । ପାରିବାରିକ ଶାନ୍ତି ରହିବ । ମହିଳା ସୁଖୀ ହେବେ । ଅଚାନକ ଧନ ଲାଭ ହେବ ।

11.କୁମ୍ଭ ରାଶି :-ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ | ଚନ୍ଦ୍ର ଗ୍ରହଣ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ। ବ୍ୟବସାୟୀମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ । ବ୍ୟବସାୟରେ ଭଲ ଫଳ ମିଳିବ।

12.ମୀନ ରାଶି :-ଏହି ଚନ୍ଦ୍ର ଗ୍ରହଣ ମୀନ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ | ଏହି ସମୟରେ ଆପଣଙ୍କୁ କିଛି ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମଧ୍ୟ ମିଳିପାରେ।କର୍ମ କ୍ଷେତ୍ରରେ ଉନ୍ନତି ହେବ । ମହିଳା ଚିନ୍ତାରେ ରହିବେ ।

Leave a Reply

Your email address will not be published. Required fields are marked *