ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ବନ୍ଧୁର ପରିଚୟ ସେତେବେଳେ ମିଳିଥାଏ ଯେତେବେଳେ ଅସୁବିଧା ପଡ଼ିଥାଏ । ସେହିଭଳି ବାସ୍ତବ ଜୀବନ ସାଥି ସେ ହୋଇଥାଏ ଯିଏକି ପରିସ୍ଥିତିକୁ ବୁଝି ନଥାଏ । ଏପରି କୁହାଯାଏ ଯେ ଧନ ହାନୀ ସମୟରେ ଯେଉଁ ସ୍ତ୍ରୀ ସାଥ ଦେଇଥାଏ ସେ ହିଁ ଉପଯୁକ୍ତ ଧର୍ମ ପତ୍ନୀ ହୋଇଥାଏ । କେବେବି ମନୁଷ୍ୟକୁ ନିଜର କୌଣସି ରହସ୍ୟକୁ କାହା ସାମ୍ନାରେ କହିବା ଉଚିତ ନୁହେଁ । କାରଣ ଯେତେବେଳେ ମନୁଷ୍ୟ ଏପରି କରିଥାଏ ଅର୍ଥାତ ଜଣକୁ ବି ଏହି ବିଷୟରେ କହିଥାଏ ସେତେବେଳେ ତାହା ଆଉ ରହସ୍ୟ ହୋଇ ରହେନାହିଁ । ତାହା କୌଣସି ପ୍ରକାରେ ସବୁ କାନ ପାଖରେ ପହଞ୍ଚି ଯାଏ ।
ଆଉ ଯେତେବେଳେ ସବୁ ଲୋକ ଆପଣଙ୍କ ରହସ୍ୟ ବିଷୟରେ ଜାଣି ନିଅନ୍ତି ସେତେବେଳେ ହିଁ ଅସଲ ପତନ ଆରମ୍ଭ ହୋଇଯାଏ । ଇତିହାସ ସର୍ବଦା ସାକ୍ଷୀ ରହି ଆସିଛି ଯେ ମନୁଷ୍ୟ ସର୍ବଦା ନିଜର ବସ୍ତୁ ଉପରେ ହିଁ ନିଜର ଅଧିକାର ସାବ୍ୟସ୍ତ କରି ପାରିବ ।ମାତ୍ର ଯଦି ସେ ଅନ୍ୟ କାହାରି ବସ୍ତୁକୁ ବ୍ୟବହାର କରି କିମ୍ବା ଅଧିକାର ସାବ୍ୟସ୍ତ କରିବାକୁ ଭାବେ ସେ କରଜରେ ରହେ । କୌଣସିବି ମନୁଷ୍ୟ କେବେବି ଅଧିକ ସଚୋଟ ହେବା ଉଚିତ ନୁହେଁ । କାରଣ ଅଧିକ ସଚୋଟ ଲୋକ ହିଁ ଅଧିକ କଷ୍ଟ ପାଇଥାଏ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ସବୁ ମିତ୍ରତା ପଛରେ କିଛି ନା କିଛି ସ୍ଵାର୍ଥ ନିଶ୍ଚୟ ରହିଥାଏ । ହୋଇପାରେ ଏହା କିଛି ମାତ୍ରାରେ ଭଲ ହୋଇଥାଏ ଆଉ କିଛି ମାତ୍ରାରେ ଖରାପ । ମାତ୍ର ବାସ୍ତବ ମିତ୍ର ଏହାକୁ କେବେବି ବିଶ୍ୱାସ କରେ ନାହିଁ । କାରଣ ବନ୍ଧୁତ୍ୱ ହିଁ ଏକ ସ୍ୱାର୍ଥପରତା ହୋଇଯାଏ । କାରଣ ସ୍ୱାର୍ଥ ମିତ୍ରତାକୁ ପାଇବା ଏବଂ ମିତ୍ରଙ୍କ ଠାରୁ ପ୍ରେମ ପାଇବାର ହୋଇପାରେ । ଏପରି କୁହାଯାଏ ଯେ ଯଦି ଗୋଟିଏ ସାପ କମ ବିଷଧର ହୋଇଥାଏ । ତଥାପି ତାକୁ ଫୁତକାଟ କରିବାକୁ ବଞ୍ଚିତ ରହିବା ଉଚିତ ନୁହେଁ ।
ସେହିଭଳି ମନୁଷ୍ୟ ମଧ୍ୟରେ ଯେତେ ଦୁର୍ବଳତା ଥାଉ ନା କାହିଁକି ତାହାକୁ ଅନ୍ୟ ସାମ୍ନାରେ କେବେ ଦେଖାଇବା ଉଚିତ ନୁହେଁ । ଏପରି ଧନ ସମ୍ପତ୍ତି ଯାହାକି ନିଜର ମାନ ସମ୍ମାନ ଏବଂ ସବୁକିଛି ହରାଇବା ପରେ ହାସଲ ହୋଇଥାଏ ସେଭଳି ଧନକୁ କେବେବି ଗ୍ରହଣ କରିବା ଉଚିତ ନୁହେଁ । ଏପରି କୁହାଯାଏ ଭୁଲ ରାସ୍ତାରେ ଏବଂ ଭୁଲ ଉଦ୍ଦେଶ୍ୟରେ ଅର୍ଜିତ ଧନ କେବେବି କୌଣସି କାମରେ ଲାଗିପାରେ ନାହିଁ ।ତାହା ନିରର୍ଥକ ହୋଇଥାଏ । ତାହା ବର୍ବାଦିର କାରଣ ହୋଇଥାଏ । ଯଦି ଆପଣଙ୍କ ଦ୍ଵାରା କୌଣସି ଭୁଲ କାମ ହୋଇ ଯାଇଛି ତେବେ ଭୁଲକୁ ବୁଝି ଆଗକୁ ବଢ଼ିବା ଉଚିତ ।