ଦୀପାବଳିରେ ଘରକୁ ଏହି 3 ପକ୍ଷୀ ଆସିବା ଦ୍ଵାରା ମିଳିଥାଏ ସଂକେତ ସ୍ୱୟଂ ଲକ୍ଷ୍ମୀ ଆସିଥାନ୍ତି ଘରକୁ..

ବନ୍ଧୁଗଣ ଧନ ଏବଂ ସୁଖ ସମୃଦ୍ଧି ର କାମନା ପାଇଁ ମା ଲକ୍ଷ୍ମୀଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଇ ଥାଏ | ବିଧି ବିଧାନ ରେ ଦୀପାବଳି ରାତିରେ ମା ଲକ୍ଷ୍ମୀ ଙ୍କର ପୂଜା ଅର୍ଚନା କରାଯାଇ ଥାଏ | ଖାସ କରି ଦୀପାବଳି ରାତିରେ ଲକ୍ଷ୍ମୀ ପୂଜା ଏବଂ ଗଣେଶ ପୂଜା କରିବାର ବିଶେଷ ମହତ୍ୱ ରହିଛି |

ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ, ଏହା ଦ୍ୱାରା ଧନ ଧ୍ୟାନ୍ୟ, ବୈଭବ, ଐଶର୍ଯ୍ୟ ର କାରକ ବୋଲି ବିଶ୍ୱାସ କରାଯାଏ | ବନ୍ଧୁଗଣ ଶକୁନ ଶାସ୍ତ୍ର ଅନୁସାରେ ଏହି ଦିନ ମିଳୁଥିବା କିଛି ସଂକେତ ଆଗାମୀ ଭବିଷ୍ୟତ ପାଇଁ ଭଲ ସଂକେତ ବୋଲି ବିଶ୍ୱାସ କରାଯାଏ | ଆଜି ଆମେ ଆପଣ ଙ୍କୁ ଏହିପରି କିଛି ସଂକେତ ବିଷୟ ରେ କହିବୁ ଯାହା ଆପଣଙ୍କ ଜୀବନ ରେ ଆସୁଥିବା ଶୁଭ ସଂକେତ କୁ ଦର୍ଶାଇ ଥାଏ |

ଦୀପାବଳି ଦିନ ଯଦି ଆପଣଙ୍କୁ ଏହିପରି ସଂକେତ ମିଳୁଛି ତେବେ ବୁଝିଯାନ୍ତୁ ଯେ ଆପଣଙ୍କ ଜୀବନ ସଫଳ ସମୃଦ୍ଧ ହୋଇଗଲା | କୁହାଯାଏ କି ଯାହାକୁ ବି ଏହିପରି ସଂକେତ ମିଳିଥାଏ ତାଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଅସୀମ କୃପା ହୋଇଯାଇଥାଏ | ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ |

1.ଗାଈ ଦେଖିବା :- ବନ୍ଧୁଗଣ ଦୀପାବଳି ଦିନ ଗାଈ ଦେଖାଯିବା ବହୁତ ଶୁଭ ବୋଲି ବିଶ୍ୱାସ ରହିଛି | ଏହି ଗାଈ ଦେବତ୍ୱ ଆଗମନ ର ସଂକେତ ହୋଇଥାଏ,ଦୀପାବଳି ଦିନ ଗାଈ ଦେଖା ଯିବା ସମୃଦ୍ଧି ହେବାର ସଂକେତ ଦେଇଥାଏ | ସେହି ଗାଈ କୁ ଚାରା ଖାଇବାକୁ ଅବଶ୍ୟ ଦିଅନ୍ତୁ, ଏବଂ ତାଙ୍କ ଆଶୀର୍ବାଦ ଅବଶ୍ୟ ଗ୍ରହଣ କରନ୍ତୁ |

2. ଘରେ ଝିଟିପିଟି ଦେଖାଯିବା – ଦୀପାବଳି ଦିନ ଘରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ସାଧାରତଃ ଘରେ ଝିଟିପିଟି ଦେଖାଯାଇଛି ଥାନ୍ତି କିନ୍ତୁ ଦୀପାବଳି ଦିନ ଏହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥାଏ | ତେବେ ଦୀପାବଳି ଦିନ ଯଦି ଝିଟିପିଟି ଦେଖନ୍ତୁ ତେବେ ଏହା ପ୍ରଗତି ର କାରକ ହୋଇଥାଏ, ଏହା ମା ଲକ୍ଷ୍ମୀଙ୍କ ସୂଚନା ହୋଇଥାଏ | ଆପଣ ପୂଜା ଘରୁ ସିନ୍ଦୁର ଏବଂ ଚାଉଳ ଆଣି ଝିଟିପିଟି କୁ ଅର୍ପଣ କରନ୍ତୁ, ଏବଂ ନିଜ ମନୋକାମନା ତାଙ୍କୁ କୁହନ୍ତୁ | ବିଶ୍ୱାସ ରହିଛି ଏହି କଥା ସିଧା ମା ଲକ୍ଷ୍ମୀଙ୍କ ପାଖକୁ ଯାଇଥାଏ | ତେଣୁ ଝିଟିପିଟି ଘରେ ଦେଖାଯିବା ଶୁଭ ହୋଇଥାଏ |

3.ଚୁଚୁନ୍ଦରା ଦେଖାଯିବା – ଦୀପାବଳୀ ଦିନ ଚୁଚୁନ୍ଦରା ଦେଖିବା ବହୁତ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରଯାଏ | ଏହି ଦିନ ଚୁଚୁନ୍ଦରା ଦେଖାଯିବାର ଅର୍ଥ ଆଗାମୀ ଭବିଷ୍ୟତ ରେ ପ୍ରଚୁର ଧନ ଲାଭର ସଂକେତ ମିଳିଥାଏ ବୋଲି ବିଶ୍ୱାସ ରହିଛି |

4.ଘରକୁ ବିଲେଇ ଆସିବା – ଦୀପାବଳି ଦିନ ଘରକୁ ବିଲେଇ ନିଜେ ଚାଲିକି ଆସିବା ବହୁତ ଶୁଭ ହୋଇଥାଏ | ବିଲେଇ ପ୍ରବେଶ କରିବାର ଅର୍ଥ ଆପଣଙ୍କ ଘରକୁ ସ୍ୱୟଂ ମା ଲକ୍ଷ୍ମୀ ପ୍ରବେଶ କରୁଛନ୍ତି | ସେହି ବିଲେଇକୁ କ୍ଷୀର ନିଶ୍ଚିନ୍ତ ପିଆନ୍ତୁ ଏବଂ ତାଙ୍କର ସ୍ୱାଗତ କରନ୍ତୁ |

5.ପେଚା – ବନ୍ଧୁଗଣ ଦୀପାବଳି ଦିନ ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ମହାଲକ୍ଷ୍ମୀଙ୍କ ବାହାନ ହୋଇଥାଏ | ଏହି ଦିନ ପେଚା ଦେଖିବା ମା ଲକ୍ଷ୍ମୀଙ୍କ ଦର୍ଶନ କରିବା ସହିତ ସମାନ ହୋଇଥାଏ | ବନ୍ଧୁଗଣ ଦୀପାବଳୀ ଦିନ ମୂଷା ଏବଂ ମୟୁର ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ | ଦୀପାବଳି ଦିନ କିନ୍ନର ଙ୍କ ଘରକୁ ଆସିବ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ | ତାଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ପଇସା ନିଶ୍ଚିନ୍ତ ଦିଅନ୍ତୁ ମନା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *