ଦୀପାବଳିରେ ଏହି 10 ଟଙ୍କିଆ ଜିନିଷକୁ ଘରକୁ ନେଇ ଆସନ୍ତୁ, ସେହ ଧନ ଟାଣି ଆଣିବାର ଚୁମ୍ଭକ ଅଟେ |

ବନ୍ଧୁଗଣ ଏହି ବର୍ଷ ଏକ ସଂଯୋଗ ବନୁଅଛି ଯାହା ଦ୍ୱାରା ଲୋକଙ୍କୁ ଧନ୍ତତ୍ୱରୀ ଭଗବାନ ଙ୍କର ଆଶୀର୍ବାଦ ଦୁଇଦିନ ଯାଏଁ ମିଳିବ | ଏହି ବର୍ଷ ତ୍ରେୟୋଦଶୀ ତିଥି 22 ଅକ୍ଟୋବର ର ସନ୍ଧ୍ୟାରେ 6ଟାରୁ ଆରମ୍ଭ ହେବ ଏବଂ 23 ଅକ୍ଟୋବର ସନ୍ଧ୍ୟା 6 ଟା ରେ ଶେଷ ହେବ | ପୂଜାର ଶୁଭ ମୁହୂର୍ତ୍ତ 23 ଅକ୍ଟୋବର ସନ୍ଧ୍ୟା 5 ଟା 44 ରୁ 6 ଟା ବାଜି 5 ମିନିଟ ପର୍ଯ୍ୟନ୍ତ ଅଛି | ଏହି ସମୟରେ ଆପଣ ପୂଜା କରିପାରିବେ ଅତ୍ୟନ୍ତ ଶୁଭ ଫଳ ମିଳିବ |ଏବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଭଗବାନ ଙ୍କ ପୂଜା ହୋଇଥାଏ,ବାନ୍ଧୁଗଣ ମାନ ସାମ୍ମନ ଏବଂ ଧନ ପାଇଁ ମାତା ଲକ୍ଷ୍ମୀ ଙ୍କ ପୂଜା କରାଯାଇଥାଏ |

ଅନ୍ୟଟି ହେଉଛନ୍ତି ଭଗବାନ ଧନ୍ତତ୍ୱରି, ପୂଜା କରିବା ଦ୍ୱାରା ଘରୁ ରୋଗ ବ୍ୟାଧି ଦୂର ହୋଇଯାଇଥାଏ | ଧନତେରସ ଦିନ ଭଗବାନ ଧନ୍ତତ୍ବରୀ ଙ୍କ ପୂଜା କରାଯାଏ ଏବଂ ଏହିଦିନକୁ ଭଗବାନ ଙ୍କ ଜନ୍ମ ଦିନ ରୂପରେ ପାଳନା କରାଯାଏ | ଏଥିସହିତ କୁବେର ଭଗବାନଙ୍କ ପୂଜା ମଧ୍ୟ ଏହି ଦିନ କରାଯାଇଥାଏ | ତେବେ ଏହି ଦିନ ଜିନିଷ କିଣିବାର ପରମ୍ପରା ରହିଛି ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କିଣିବା ଶୁଭ ହୋଇଥାଏ ଏବଂ କେଉଁ ଜିନିଷ କିଣିବା ଉଚିତ ନୁହେଁ? ଏଥିସହିତ କିଛି ଉପାୟ ବିଷୟରେ ମଧ୍ୟ କହିବୁ ଯାହା କୁ ଏହି ଦିନ କରିବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନର ବୃଦ୍ଧି ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

କେଉଁ ଜିଣିଷ ଶୁଭ :-

କୁହାଯାଏ ଧନ୍ତତ୍ଵରି ଭଗବାନ ସାଥିରେ କଳସ ଧରି ଜନ୍ମ ନେଇଥିଲେ ସେଥିପାଇଁ ଏହି ଦିନ ସୁନା,ରୁପା, ତମ୍ଭା ଆଦିର ବାସନ କିଣିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି | ଏଥି ସହିତ ଏହି ଦିନ ପୌରାଣିକ କଥା ଅନୁଯାୟୀ ଅଳଙ୍କାର ଏବଂ ଆଭୂଷଣ ମଧ୍ୟ କିଣାଯାଇଥାଏ | ଶୁଭ, ସମୃଦ୍ଧି କୁ ବୃଦ୍ଧି କରିବା ପାଇଁ ଅନେକ ଜିନିଷ କିଣାଯାଇଥାଏ | ଏହି ଦିନ ମାତା ଲକ୍ଷ୍ମୀ, ଗଣେଶ ଜୀଙ୍କ ପ୍ରସନ୍ନ କରିବା ପାଇଁ କିଛି ଏହିପରି ଜିଣିଷ କିଣାଯାଇଥାଏ |

ଝାଡୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତେଣୁ ଧନତେରସ ଦିନ ଘରକୁ ଝାଡୁ ଆଣିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ | ଘରର ସମସ୍ତ ନକାରାତ୍ମକ ଉର୍ଜା କୁ ମଧ୍ୟ ଦୂର କରିଥାଏ | ଏହି ଦିନ ସୁନା ରୁପା କିମ୍ବା ଅସଲି ଧାତୁ ରେ ନିର୍ମିତ ଜିନିଷ ଘରକୁ ଆଣନ୍ତୁ ଏହା ଦ୍ୱାରା ଧନ ଦୌଲତ ବଢ଼ିଯାଏ | ଧନତେରସ ଦିନ ଝାଡୁ, ଦିପ, ଧନିଆ, ପାଦ ଚି଼ହ୍ନ କିଣିବା ଶୁଭ ହୋଇଥାଏ | ମା ଲକ୍ଷ୍ମୀଙ୍କୁ ତୁଳସି ଅତ୍ୟନ୍ତ ପ୍ରିୟ ତେଣୁ ଏହି ଦିନ ତୁଳସୀ ମଧ୍ୟ ଘରକୁ ଆଣିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ | ଏବଂ ଘରେ ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ |

କେଉଁ ଜିନିଷ ଅଶୁଭ :-

ଏହି ଦିନ ଷ୍ଟିଲ ଜିଣିଷ କିଣନ୍ତୁ ନାହିଁ କାରଣ ଷ୍ଟିଲ ସୁଦ୍ଧ ଧାତୁ ହୋଇ ଇନଥାଏ |ଏଥିରେ ରାହୁ ବାସ କରନ୍ତି, ରାହୁ ପ୍ରଭାବ ରୁ ଧନ ଉପରେ ପ୍ରଭାବ ପଡିଥାଏ ତେଣୁ ଏହି ଦିନ ଷ୍ଟିଲ ଜିଣିଷ ଆଣନ୍ତୁ ନାହିଁ ଏହି ପ୍ରକାରରେ ଲୁହା ରେ ଶନିଦେବ ଙ୍କ ବାସ ହୋଇଥାଏ ତେଣୁ ଲୁହ ମଧ୍ୟ କିଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଆଲୁମିନିୟମ ରେ ମଧ୍ୟ ରାହୁ ଙ୍କର ବାସ ହୋଇଥାଏ ତେଣୁ ଏହି ଧାତୁ କିଣିବାରୁ ବଞ୍ଚନ୍ତୁ | ପ୍ରାକୃତିକ ଜିଣିଷ କିଣିବା ଉଚିତ ମଣିଷ ତିଆରି ଜିଣିଷ କେବଳ ପିତଳ ଧାତୁ କିଣିବା ଉଚିତ | ଏହା ଦ୍ୱାରା ଦୁର୍ଭାଗ୍ୟ ଆପଣଙ୍କ ଉପରେ ପ୍ରଭାବ ପକେଇ ପାରେ | ଏହି ଦିନ ଭୁଲ ରେ କିଣିକି ଆଣନ୍ତୁ ନାହିଁ ବହୁତ ଅନିଷ୍ଟ ହୋଇଥାଏ |

ଏହି ଦିନ ଖାଲି ବାସନ ଘରକୁ ଆଣନ୍ତୁ ନାହିଁ ଅଶୁଭ ହୋଇଥାଏ | ଏହି ଦିନ ଛୁରୀ, ଖଣ୍ଡା କଇଁଚି ଆଦି ଧାର ଜାତୀୟ ଜିଣିଷ କିଣିବା ଉଚିତ ନୁହେଁ | ମନେ ରଖନ୍ତୁ ଏହି ଦିନ ପ୍ଲାଷ୍ଟିକ ଜିନିଷ କିଣିବାରୁ ବଞ୍ଚନ୍ତୁ ଏହା ଆପଣଙ୍କ ସମୃଦ୍ଧି କୁ ରୋକିଥାଏ | ଏହି ଦିନ କାଚ ରେ ନିର୍ମିତ ଜିନିଷ କିଣିବା ଉଚିତ ନୁହେଁ କାରଣ କାଚ ରେ ମଧ୍ୟ ରାହୁ ଙ୍କ ବାସ ହୋଇଥାଏ | ଚାଇନା ମାଟି ରେ ତିଆରି ଜିଣିଷ ଏବଂ କାଚ ଜିନିଷ ବ୍ୟବହାର କରିବା ଅଶୁଭ ହୋଇଥାଏ |ଏହି ଦିନ କଳା ରଙ୍ଗ ର କୋୖଣସି ଜିଣିଷ କିଣନ୍ତୁ ନାହିଁ | ଧନତେରସ ଦିନ ଅଶୁଦ୍ଧ କିମ୍ଵା ମିଶ୍ରିତ ଜିଣିଷ କିଣନ୍ତୁ ନାହିଁ ଅତ୍ୟନ୍ତ ଅଶୁଭ ହୋଇଥାଏ | ଅଶୁଦ୍ଧ ତେଲ ରେ ଦୀପ ଜାଳାନ୍ତୁ ନାହିଁ | ଧନତେରସ ଦିନ କୌଣସି ନକଲି ଗହଣା କିମ୍ଵା ଅଳଙ୍କାର କିଣନ୍ତୁ ନାହିଁ ଏହା ଦ୍ୱାରା ଗରିବୀ ଆସିଥାଏ |

Leave a Reply

Your email address will not be published. Required fields are marked *