ଦୀପାବଳି ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ୨୪ ଘଣ୍ଟା ମଧ୍ୟରେ ପୁର୍ଣ୍ଣ ହେବ ସବୁ ମନସ୍କାମନା

ଦୀପାବଳି ଏବଂ ଗାଈର ବିଶେଷ ସମ୍ବନ୍ଧ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଯେ ଦୀପାବଳି ଦିନ ଗାଈକୁ କଣ ଖୁଆଇବା ଉଚିତ , ଯାହାଦ୍ୱାରା ଗୋମାତା ପ୍ରସନ୍ନ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏପରି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ରୋଗ ଶୋକ କ୍ଳେଶ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଆମ ଶାସ୍ତ୍ରରେ ପଶୁ ପକ୍ଷୀର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଏମିତି କହିବାକୁ ଗଲେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋମତାଙ୍କ ଭକ୍ତ ଅଟନ୍ତି । ପୁରାତନ କାଳରେ ଏହାକୁ ଗୋଧନ କୁହାଯାଉଥିଲା । ଗୋମାତାଙ୍କ ସେବାକୁ ଏକ କର୍ତ୍ତବ୍ୟ ମାନା ଯାଇଛି ।

ଗୋମାତାଙ୍କ ମଧ୍ୟରେ ୩୫ କୋଟି ଦେବା ଦେବୀ ବାସ କରନ୍ତି । ଯେତେବେଳେ ଦୁନିଆରେ ଅନ୍ୟାୟ ବଢ଼ିଯାଏ ସେତେବେଳେ ଭଗବାନ ଗୋମାତାଙ୍କ ରୂପରେ ପରମେଶ୍ୱରଙ୍କ ନିକଟରେ ପହଞ୍ଚି ଥାଆନ୍ତି ଏବଂ ପାପର ବୋଝ କମ କରିବାକୁ ପ୍ରାର୍ଥନା କରିଥାନ୍ତି । ଏହାପରେ ପରମେଶ୍ୱର ନିଜେ ରୂପ ଧାରଣ କରି ପୃଥିବୀକୁ ଆସି ପାପ ନଷ୍ଟ କରି ଧର୍ମର ସ୍ଥାପନା କରିଥାନ୍ତି । ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେହି ବ୍ୟକ୍ତି ଉପରକୁ ଆସୁଥିବା ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଗୋମାତାଙ୍କ ଗୋବରରେ ମାତା ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ ।

ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ତାକୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ଏହାବ୍ୟତୀତ ଯୁଗ ଯୁଗର ପାପରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯାଏ ଏବଂ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଯଦି କୌଣସି ବ୍ୟକ୍ତିର ଜାତକରେ ପିତୃ ଦୋଷ ଥାଏ ତେବେ ଗୋମାତାଙ୍କୁ ପୂଜା କରିବା ଉଚିତ । ଏହାଦ୍ବାରା ପିତୃ ଦୋଷ ଦୂର ହୋଇଥାଏ । ଗୋମାତାଙ୍କ ଗୋବର ଛୁଇଁବା ଦ୍ୱାରା ବ୍ରହ୍ମ ହତ୍ୟା ଏବଂ ମସ୍ତକକୁ ଛୁଇଁବା ଦ୍ୱାରା ସବୁ ଦୋଷ ଦୂର ହୋଇଥାଏ । ଦୀପାବଳି ପୂଜା ସାଧରଣତଃ ଗୋମାତାଙ୍କ ପୂଜା ଠାରୁ ଆରମ୍ଭ ହୋଇଥାଏ । ଏହାର ଗୋଟିଏ ଦିନ ପୂର୍ବରୁ ଧନତେରସ ପର୍ବ ପାଳିତ ହୋଇଥାଏ ।

୧ . ଯଦି ଆପଣ ଧନତେରସ ଦିନ ଗୋମତାଙ୍କୁ ସାଧା ଚାଉଳରେ ତିଆରି ରୋଟି ଖାଇବାକୁ ଦିଅନ୍ତି । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଗୋମାତାଙ୍କୁ ରୋଟି ଖୁଆଇବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

୨ . ତିଳ କିମ୍ବା ତିଳରେ ତିଆରି ଲଡ଼ୁ ମଧ୍ୟ ଯଦି ଆପଣ ଗୋମତାଙ୍କୁ ଖୁଆନ୍ତି ତେବେ ମଧ୍ୟ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ । ଗୋମାତା ପ୍ରସନ୍ନ ହେବା ଅର୍ଥ ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହେବେ । ତେଣୁ ଦୀପାବଳି ଅବସରରେ ଗୋମାତାଙ୍କୁ ତିଳ ତିଆରି ଲଡ଼ୁ ଖୁଆଇବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

Leave a Reply

Your email address will not be published. Required fields are marked *