ଦୀପାବଳି ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଲଗାଇ ଦିଅନ୍ତୁ ଦୀପ , ଦୂର ହୋଇଯିବ ଦାରିଦ୍ର୍ୟତା , ବର୍ଷ ସାରା ହେବ ଧନର ଆଗମନ :-

ହିନ୍ଦୁ ଧର୍ମରେ ଦୀପାବଳି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ତେବେ ପ୍ରାଚୀନ କଥା ଅନୁଯାୟୀ ଭଗବାନ ଶ୍ରୀରାମଚନ୍ଦ୍ର ଯେତେବେଳେ ଚଉଦ ବରଷ ବନବାସ ଶେଷ କରି ଅଯୋଧ୍ୟା ଫେରିଥିଲେ ସେତେବେଳେ ଅଯୋଧ୍ୟା ବାସୀ ତାଙ୍କ ଆଗମନରେ ଖୁସି ହୋଇ ଦୀପ ଜାଳି ସ୍ୱାଗତ କରିଥିଲେ । ତେଣୁ ଦୀପାବଳି ଏପରି ମଧ୍ୟ କୁହାଯାଇ ପାରେ ଯେ ଅସତ୍ୟ ଉପରେ ସତ୍ୟର ବିଜୟ କିମ୍ବା ଅଧର୍ମ ଉପରେ ଧର୍ମର ବିଜୟ କହିଲେ ଚଳେ ।

କାର୍ତ୍ତିକ ମାସ ଅମାବାସ୍ୟା ଦିନ ରାତିରେ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ତେଣୁ ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଏ ତା ଜୀବନରୁ ସବୁ ଦୁଃଖ କଷ୍ଟ ଦାରିଦ୍ର୍ୟତା ରୂପୀ ଅନ୍ଧକାର ଦୂର ହୋଇଥାଏ । ତେବେ ଦୀପାବଳି ଦିନ ବିଷୟରେ ଅନେକ ପବିତ୍ର ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ।

ଏପରି କୁହାଯାଏ ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ଅତି ନିଷ୍ଠାର ସହିତ ହୋଇଥାଏ । ଏହିଦିନ କରାଯାଉଥିବା କିଛି ବିଶେଷ ଉପାୟର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି କିଛି ବିଶେଷ ଉପାୟ କରିବା ଦ୍ୱାରା ମନୁଷ୍ୟ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଦାରିଦ୍ର୍ୟତା ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର କୁଛି ବିଶେଷ ଉପାୟ ମଧ୍ୟ ରହିଛି ।

ଏହିଦିନ ମନୁଷ୍ୟର ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ଶାସ୍ତ୍ରରେ କିଛି ବିଶେଷ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଜୀବନର ସବୁ ନକରାତ୍ମକତା ଦୂର ହୋଇଥାଏ ଏବଂ ଜୀବନକୁ ଖୁସି ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି କିଛି ବିଶେଷ ଉପାୟ ବିଷୟରେ କହିବୁ ।

ପ୍ରଥମ ଉପାୟ ଦୀପ ସମ୍ବନ୍ଧୀୟ ଅଟେ । ହିନ୍ଦୁ ଧର୍ମରେ ସମସ୍ତ ଶୁଭ କାର୍ଯ୍ୟ ପୂର୍ବରୁ ନିଶ୍ଚିତ ଦୀପ ଜାଳିବା ଉଚିତ । କିନ୍ତୁ ଦୀପାବଳି ଦିନ କିଛି ବିଶେଷ ସ୍ଥାନରେ ଏବଂ ବିଶେଷ ଦିଗରେ ଦୀପ ଜାଳିବା ଉଚିତ । ସାଧରଣତଃ ଦୀପାବଳି ଦିନ ପ୍ରଥମ ଦିନ ଘିଅରେ ଘରର ମନ୍ଦିରରେ ଲଗାଇବା ଉଚିତ । ପ୍ରଥମ ଦୀପ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଜାଳିବା ଉଚିତ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଦ୍ୱିତୀୟ ଦୀପ ତୁଳସୀ ଚଉରା ମୂଳରେ ଜାଳିବା ଉଚିତ । ଆଉ ସବୁ ଦୀପ ଘରର ମୁଖ୍ୟଦ୍ୱାର ଏବଂ ବାହାରେ ଜଳାନ୍ତୁ ।

ଏପରି କୁହାଯାଏ ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀ ପୃଥିବୀରେ ଭ୍ରମଣ କରନ୍ତି । ତେଣୁ ଏହିଦିନ ମାତା ଲକ୍ଷ୍ମୀଙ୍କୁ ଯେଉଁ ଘର ଆକର୍ଷିତ କରିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଚତୁର୍ଥ ଦୀପ ଅଶ୍ୱତ୍ଥ ବୃକ୍ଷ ତଳେ ଜଳାନ୍ତୁ । ଏହାଦ୍ବାରା ପୁରା ବର୍ଷ ସୁଖ ସମୃଦ୍ଧିରେ କଟିଥାଏ । ପଞ୍ଚମ ଦୀପ ପାଖରେ କୌଣସି ମନ୍ଦିରରେ ଜାଳି ଦିଅନ୍ତୁ । ଷଷ୍ଠ ଦୀପ ବାଥରୁମରେ , ସପ୍ତମ ଦୀପ କାନ୍ଥରେ , ଅଷ୍ଟମ ଦୀପ ଛାତ ଉପରେ ଜାଳି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକ ଦୂର ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଦୀପାବଳି ଦିନ କୌଣସି ଉଚ୍ଚ ସ୍ଥାନରେ ଦୀପ ଜଳାଇବା ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବନ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *