ଅକ୍ଟୋବର ମାସ ୨୨-୨୩ ତାରିଖରେ ନିଶ୍ଚିତ କରିନିଅନ୍ତୁ ଏହି ଗୋଟିଏ କାମ, ଧନ କୁବେର ଓ ଶନି ଦେବଙ୍କ କୃପାରୁ ହୋଇଯିବେ ମାଲାମାଲ!

କର୍ମଫଳ ପ୍ରଦାନକାରି ଗ୍ରହ ଶନି ଦେବ ଧୀର ଗତିରେ ଚାଲି ନିଜ ଫଳକୁ ସମ୍ପୂର୍ଣ୍ଣତା ପ୍ରଦାନ କରିଥାନ୍ତି | ବର୍ତ୍ତମାନ ଶନି ଦେବ ବକ୍ରି ଗତିରେ ମକର ରାଶିରେ ଗୋଚରୀୟ ସଞ୍ଚରଣ କରୁଛନ୍ତି | କିନ୍ତୁ ଅକ୍ଟୋବର ୨୩ରେ ଶନି ଦେବ ମକର ରାଶିରେ ହିଁ ସ୍ୱରାଶିର ସ୍ଥିତିରେ ମାର୍ଗି ହେଉଛନ୍ତି, ଯାହାକି ଜାନୁଆରୀ ୧୭, ୨୦୨୩ ପର୍ଯ୍ୟନ୍ତ ମକର ରାଶିରେ ଗମନାଗମନ କରିବେ |

ମକର ରାଶିରେ ମାର୍ଗି ହୋଇ ଶନି ଦେବ ସିଂହ, କନ୍ୟା, ତୁଳା ଏବଂ ବୃଷ ଲଗ୍ନରେ ନିମ୍ନ ପ୍ରଭାବ ସଂସ୍ଥାପନ କରିବ | ଚଳିତ ବର୍ଷ ଧନତେରସ୍ ଓ ଦୀପାବଳୀ ଅବସରରେ ଗ୍ରହ ଓ ନକ୍ଷତ୍ରଗୁଡିକର ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି | ଅକ୍ଟୋବର ୨୨ର ସନ୍ଧ୍ୟାରୁ କାର୍ତ୍ତିକ ମାସର ତ୍ରୟଦଶୀ ତିଥି ଆରମ୍ଭ ହେବ, ଯାହା ଅକ୍ଟୋବର ୨୩ ପର୍ଯ୍ୟନ୍ତ ରହିବ |

ଅକ୍ଟୋବର ୨୩ ତାରିଖ ଦିନ ଶନି ନିଜର ରାଶି ମକର ରାଶିରେ ଗମନାଗମନ କରିବେ | ଶନି ଦେବଙ୍କ ବିଶେଷ ସମ୍ପର୍କ ଲାଜକୁଳି ଲତା ସହ ଅଛି | ଶନି ଦେବଙ୍କୁ ଲାଜକୁଳି ଲତା ଅତ୍ୟନ୍ତ ପ୍ରିୟ ହୋଇଥାଏ । ଅନ୍ୟପକ୍ଷରେ, ଧନତେରସର ଦିନଟିକୁ ସମ୍ପୂର୍ଣ ଭାବେ କୁବେରଙ୍କୁ ଉତ୍ସର୍ଗ କରାଯାଇଛି ।

ଏପରି ପରିସ୍ଥିତିରେ ଧନତେରସ ଦିନ ଏକ ଲାଜକୁଳି ଲତା ଲଗାଇବା ଦ୍ୱାରା ଉଭୟ ଶନି ଦେବ ଓ କୁବେର ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଲାଜକୁଳି ଲତା ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ । ହିନ୍ଦୁ ଧର୍ମରେ ଲାଜକୁଳି ପତ୍ରକୁ ଏକ ପୂଜନୀୟ ଓ ଚମତ୍କାର ଉଦ୍ଭିଦ ଭାବେ ବିବେଚନା କରାଯାଅଛି |

ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲାଜକୁଳି ଲତାକୁ ଏକ ଧନ ପ୍ରଦାନକାରୀ ଉଦ୍ଭିଦ ଭାବରେ ମଧ୍ୟ ବିବେଚନା କରାଯାଏ | ଯେଉଁ ଘରେ ଲାଜକୁଳି ଲତା ଅଛି ଓ ଏହାକୁ ସେହି ଘରର ଲୋକମାନେ ପୂଜା କରନ୍ତି ତେବେ ସେହି ଘରେ କେବେ ବି ଅର୍ଥର ଅଭାବ ହୋଇନଥାଏ | ମାତା ଲକ୍ଷ୍ମୀ ଏପରି ଲୋକଙ୍କ ଉପରେ ସବୁବେଳେ. ନିଜ କୃପା ଦୃଷ୍ଟି ରଖିଥାନ୍ତି | ଶନି ଦେବ ମଧ୍ୟ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । ବିଶେଷକରି ଯେଉଁମାନେ ଶନିଙ୍କ ସାଢ଼େ ସାତୀରେ ଗ୍ରସ୍ତ ଅଛନ୍ତି, ସେମାନେ ଲାଜକୁଳି ଲତାକୁ ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ |

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଧନତେରସ କିମ୍ବା ଦୀପାବଳୀରେ ଘରେ ଏକ ଲାଜକୁଳି ଲତା ନିଶ୍ଚିତ ଭାବେ ଲଗାନ୍ତୁ | ଏହାକୁ ବିଶେଷ ଉପାସନା କରନ୍ତୁ | ଏହା ପରେ ପ୍ରତିଦିନ ସକାଳେ ସ୍ନାନ କରି ଲାଜକୁଳି ଲତାରେ ସ୍ୱଚ୍ଛ ଜଳ ଅର୍ପଣ କରନ୍ତୁ | ସନ୍ଧ୍ୟାରେ ଲାଜକୁଳି ଲତା ତଳେ କ୍ଷୀର ଏବଂ ଏକ ଦୀପ ଜାଳନ୍ତୁ | ଏହାଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ | ଆପଣ ବହୁତ ଧନ ଓ ସମୃଦ୍ଧତା ହାସଲ କରିପାରିବେ | ଘରର ସଦସ୍ୟମାନେ ଶୀଘ୍ର ଅଗ୍ରଗତି କରିବେ | ଜୀବନର ସମସ୍ତ ଅସୁବିଧା/ ସମସ୍ୟା ଦୂର ହୋଇଯିବ

Leave a Reply

Your email address will not be published. Required fields are marked *