ଦୀପାବଳିରେ ନିଜ ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ କରନ୍ତୁ ଏହି ଖାସ କାର୍ଯ୍ୟ।

ବନ୍ଧୁଗଣ ଆମେ ଏହିଦିନ ମାତା ଲଷ୍ମୀଙ୍କର ମଧ୍ୟ ବଡ଼ ଧୁମଧାମରେ ପୂଜା କରିଥାଏ | ଧର୍ମ ଶାସ୍ତ୍ର ଅନୁଯାୟୀ ଏହିଦିନ ମାତା ଲଷ୍ମୀ ଆମ ଘରେ ପ୍ରବେଶ କରିଥାନ୍ତି | ଏବଂ ଏହିଦିନ ଆମେ ତାଙ୍କୁ ଆରାଧନା କରିବା ଉଚିତ | ଯେଉଁଥିରେ ସେ ଖୁସି ହୋଈ ଆମ ଉପରେ ସଦାସର୍ବଦା ତାଙ୍କର ଆଶ୍ରିବାଦ ରଖିବେ | କିନ୍ତୁ ବନ୍ଧୁଗଣ ଆମେ ବେଳେ ବେଳେ ଦୀପାବଳିରେ ଏପରି କିଛି କାମ କରିଦିଏ ଯାହା ପାଇଁ ମାତା ଲଷ୍ମୀ ଆମ ଉପରେ କ୍ରୋଧିତ ହୋଇଯାଆନ୍ତି |

ଆଜି ଆମେ ଆପଣଙ୍କୁ କହିବୁ ଏପରି କିଛି କାମ ଯାହା କରିବା ଦ୍ୱାରା ମାତା ଲଷ୍ମୀ ପ୍ରଶନ ହୋଇଯାଆନ୍ତି ଏବଂ ନିଜ କୃପା ଦୃଷ୍ଟି ସଦାସର୍ବଦା ଆମ ଉପରେ ରଖିଥାନ୍ତି | ଏବଂ ଏହା ସହ ଆମେ ଏହା ମଧ୍ୟ କହିବୁ କି କେଉଁ କାମ ଆପଣଙ୍କୁ ଭୁଲରେ ବି ଦୀପାବଳି ସମୟରେ କରିବା ଉଚିତ ନୁହେଁ |

ବନ୍ଧୁଗଣ ଆପଣ ନିଜ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ଭଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହିଦିନ 50 ଗ୍ରାମର ସୋରିଷ କିମ୍ଭା ରାଶି କିମ୍ଭା ଫିଟିକିରିର ଗୋଟେ ଖଣ୍ଡ ନେଇପାରିବେ | ଏବଂ ସେହିଥିରେ ଆପଣ ନିଜ ଘରଲୋକଙ୍କ ମୁଣ୍ଡରୁ ଓଲଟା କରି 4ଥର ବୁଲେଇ ଆଣିବେ ଏବଂ ଆପଣ ନିଜ ମୁଣ୍ଡ ଚାରିପଟରୁ ମଧ୍ୟ 4 ଥର ବୁଲେଇ ଆଣିବେ

ଏହା ପରେ ଆପଣ ସେହି ସୋରିଷ କିମ୍ଭା ରାଶି କିମ୍ଭା ଆପଣ ନେଇଥିବା ଫିଟିକିରିକୁ ନିଜ ଘରର ଛାତରୁ କିମ୍ଭା ନିଜ ଘରର ଝରକାରୁ ବାହାରିକୁ ଫିଙ୍କି ଦିଅନ୍ତୁ | ମନେ ରଖିବେ ଏହାକୁ ପଶ୍ଚିମ ଦିଗରେ ଫୋପାଡ଼ିବେ | ଏମିତି କରିବା ଦ୍ୱାରା ଘରୁ ଏବଂ ଆପଣଙ୍କ ପରିବାର ଲୋକଙ୍କ ଉପରୁ ସବୁ ପ୍ରକାରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ | ଏବଂ ସୁଖ ସମୃଦ୍ଧି ବନିରହିଥାଏ |

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଶତୃ ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି, ଆପଣଙ୍କୁ ଯଦି ଲାଗୁଛି ଆପଣଙ୍କ ବଞ୍ଚିବାକୁ କେହି ମୁସ୍କିଲ କରିଦଉଛନ୍ତି | ତେବେ ଆପଣ ଏହିଦିନ ଏହି ଦୀପାବଳିରେ ଲଷ୍ମୀଙ୍କ ପୂଜା ସାରିବା ପରେ ଗୋଟେ ସାବତ ଲେମ୍ଭୁ ନିଅନ୍ତି ସେଥିରେ ସେହି ବ୍ୟକ୍ତିଙ୍କର ନମ ଲେଖିକି ପାଣିରେ ଭସେଇ ଦିଅନ୍ତୁ | ନଚେତ ସେହି ଲେମ୍ଭୁକୁ ନେଇ ଓସ୍ତ ଗଛ ତଳେ ପୋତିଦିଆନ୍ତୁ |

ଯଦି ଆପଣଙ୍କ ପାଖରେ ଲେମ୍ଭୁ ନାହିଁ ତେବେ ଆପଣ କିଛି ରାଶି କିଛି ବେସନ ଏବଂ କିଛି ଚିନି ନିଅନ୍ତୁ ଏବଂ ସବୁଥିରୁ ଅଳ୍ପ ଅଳ୍ପ ନେଇ ମାଟି ଖୋଳି ତାକୁ ପୋତିଦିଅନ୍ତୁ | ମନେ ରଖିବେ ଏହାକୁ ଲଷ୍ମୀପୂଜା ସରିବ ପରେ ହିଁ କରିବେ | ଆପଣଙ୍କର କେହି ବି ଆଉ କୋୖଣସି ପ୍ରକାରର କ୍ଷତି କରିପାରିବେ ନାହିଁ |

ବନ୍ଧୁଗଣ ଏହା ସହ ଆପଣଙ୍କୁ ଗୋଟେ 50 ଗ୍ରାମର ଫିଟିକିରିକୁ ଗୋଟେ ଲାଲ କପଡାରେ ବାନ୍ଧି ନିଜ ଘରର ମୁଖ୍ୟ ଦ୍ୱରାରେ ଟାଙ୍ଗିଦିଅନ୍ତୁ | ଏହାକୁ କିପରି ବାନ୍ଧିବେ ଚାଲନ୍ତୁ ଜାଣିନେବା | ଏହି ଲାଲ କପଡାରେ ବନ୍ଧା ହୋଇଥିବା ଫିଟିକିରିକୁ ଆପଣ ନିଜ ଦ୍ୱାର ବନ୍ଦରେ ଏମିତି ବାନ୍ଧିବେ ଯେମିତି ଆପଣ ବାହାରୁ ଘରକୁ ଆସୁଥିବା ବେଳେ ସେହି ଲଲା କପଡାକୁ ନିଜ ଡାହାଣ ହାତ ସାଇଡିରେ ହିଁ ଲଗାନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି କାହାର ନଜର ଲାଗିବନି ଏବଂ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତିର ପରିବେଶ ରହିବ |

ଏହିଦିନ କଣ କରିବା ଉଚିତ ନୁହେଁ :-

ବନ୍ଧୁଗଣ ସବୁବେଳେ ଧ୍ୟାନ ଦେବେ ଯେ ଏହିଦିନ ଯେପରି ଆପଣଙ୍କ ଘରେ କୋୖଣସି ବି ପ୍ରକାରର କଳି, ଝଗଡା ଯେପରି ନ ହୁଏ | କୋୖଣସି ବାଦ-ବିବାଦ | କିମ୍ଭା କୋୖଣସି ପ୍ରକାରର ବି ଅଶ୍ରୁଙ୍ଖଳା ନ ହେବା ଉଚିତ | କାରଣ ଘରେ ଏହି ଦିନ ଝଗଡା ହେଲେ ମାତା ଲଷ୍ମୀ ସେହି ଘରେ କେବେ ବି ପ୍ରବେଶ କରନ୍ତି ନାହିଁ ବରଂ ସେ ସେହି ଘରୁ ସବୁଦିନ ପାଇଁ ଚାଲିଯାଆନ୍ତି | ସେ ବି ଅସନ୍ତୁଷ୍ଟ ହୋଈ | ଯାହା ଆପଣଙ୍କ ଜୀବନରେ କେବଳ ଦୁଃଖ କଷ୍ଟ ହିଁ ଭରି ଦେଇଥାଏ |

Leave a Reply

Your email address will not be published. Required fields are marked *