ଘରର ପୂଜା ଘରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜାଳି ଦିଅନ୍ତୁ ଦୀପ , ବର୍ଷ ସାରା ପ୍ରାପ୍ତ ହେବ ଧନ । ଜାଣି ନିଅନ୍ତୁ କେଉଁ ମୂର୍ତ୍ତି ରଖିଲେ ହୋଇଥାଏ ରାଜଯୋଗ :-

ନିଜ ଘରର ପୂଜା ଘରେ ପ୍ରତ୍ୟେକ ଦିନ ଦୀପ ଜାଳିବାର ବିଧାନ ରହିଛି । ଏହା ଅତ୍ୟନ୍ତ ଜରୁରୀ ଅଟେ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯାଇଥାଏ । ମାତ୍ର ଯଦି ଆପଣ ଦୀପ ନଜାଳନ୍ତି ତେବେ ତାହାଦ୍ୱାରା ଘରର ମୁରବିଙ୍କ ଉପରେ ସମସ୍ୟା ଆସିଥାଏ । ଘର ଉପରକୁ ମଧ୍ୟ ସମସ୍ୟା ଆସିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଘରେ ସନ୍ଧ୍ୟା ସମୟରେ ଦୀପ ଜାଳିବା ଜରୁରୀ ଅଟେ । ଏହାଦ୍ବାରା ଘରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ ।

ଯାହାଦ୍ୱାରା ଅନେକ ଲୋକ ତାହାର କାରଣ ଜାଣି ପାରନ୍ତି ନାହିଁ । ତେଣୁ ଘରେ ନିଶ୍ଚିତ ଭାବରେ ଗୋଟିଏ ଘିଅ ଦୀପ କିମ୍ବା ତେଲ ଦୀପ ଜାଳିବା ଉଚିତ । ସନ୍ଧ୍ୟା ସମୟରେ ସାଧରଣତଃ ନକରାତ୍ମକ ଶକ୍ତ ପ୍ରବଳ ରହିଥାଏ । ତେଣୁ ସନ୍ଧ୍ୟା ସମୟରେ ନିଶ୍ଚୟ ଗୋଟିଏ ଦୀପ ଜାଳିବା ଉଚିତ । ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ କିମ୍ବା କେହି ଗମ୍ଭୀର ରୋଗରେ ପୀଡ଼ିତ ହେଉଥିଲେ ଏହା ମଧ୍ୟ ଘରେ ନକରାତ୍ମକ ଶକ୍ତିର ସୂଚନା ଦେଇଥାଏ ।

ତେଣୁ ପ୍ରତ୍ୟେକ ଦିନ ଘରେ ଘିଅ ଦୀପ ଜାଳିବା ଉଚିତ । ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେପ୍ରତ୍ୟେକ ଦିନ ଉତ୍ତର ଦିଗରେ ଏକ ଦୀପ ଜାଳି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଦୀପ ଜଳିବା ଦ୍ୱାରା ସେଥିରୁ ବାହାରୁଥିବା ଜ୍ୟୋତି ଦ୍ୱାରା ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଘରେ ସମସ୍ତେ ଶାନ୍ତିରେ ରହନ୍ତି । ଏହାବ୍ୟତୀତ ତେଲ ଦୀପ ଜଳିବା ଦ୍ୱାରା ଆଖପାଖର ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯାଏ । ସନ୍ଧ୍ୟା ସମୟରେ ଦୀପ ଜଳାଇବା ଦ୍ୱାରା ସବୁ ନକରାତ୍ମକତା ଦୂର ହୋଇଥାଏ ଏବଂ ମନରେ ଶାନ୍ତି ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଘରର ପୂଜାଘରେ କେଉଁ ଦୁଇଟି ମୂର୍ତ୍ତି ଏକା ସହିତ ରଖିଲେ ରାଜଯୋଗ ବନିଥାଏ ।

୧ . ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ । ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ମାନା ଯାଇଥାଏ । ଯେଉଁ ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ।

୨ . ଘରେ ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ ।

୩ . ଯଦି ଆପଣ ଘରେ କେବଳ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ବାମ ପାର୍ଶ୍ଵରେ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନ ପ୍ରଦାନ କରୁଥିବା ବେଳେ ଶ୍ରୀଗଣେଶ ବିଦ୍ଧି ଏବଂ ସିଦ୍ଧି ପ୍ରଦାନ କରିଥାନ୍ତି । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ ।

୪ . ଯଦି ଆପଣ ଘରର ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ରଖିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ରଖି ପାରିବେ । ଏହାବ୍ୟତୀତ ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ତାଙ୍କୁ ଆରାଧନା କରିବା ସହିତ ହନୁମାନଙ୍କୁ ମଧ୍ୟ ଆରାଧନା କରି ପାରିବେ । ଶ୍ରୀରାମଚନ୍ଦ୍ରଙ୍କୁ ଆରାଧନା କଲେ ହନୁମାନ ଏବଂ ମାତା ସୀତାଙ୍କ କୃପା ମଧ୍ୟ ଲାଭ କରି ପାରିବେ । କାରଣ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଅଟନ୍ତି ।

୫ . ଯଦି ଆପଣ ଘରେ କୌଣସି ମୂର୍ତ୍ତି କିମ୍ବା ଫୋଟ ରଖି ଲାଭ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଘରରେ ତ୍ରିଦେବଙ୍କ ମୂର୍ତ୍ତି ଏକାଠି ପାଖାପାଖି ରଖି ଦିଅନ୍ତୁ । ଦେଖିବେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ରହିବ ନାହିଁ ।

Leave a Reply

Your email address will not be published. Required fields are marked *