85% ଲୋକ ” ଧନତେରସ ” ରେ ଏହାକୁ ଆଣି ଧନୀ ହୋଇଥାନ୍ତି ମିଳିବ ଗାଡ଼ି, ବଙ୍ଗଳା,ବ୍ୟାଙ୍କ ବାଲାନ୍ସ ସବୁକିଛି..

ଦୀପାବଳିର ପର୍ବ ଆସିବାକୁ ଯାଉଛି ଏବଂ ଏହାର ଠିକ ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ | କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରେୟୋଦଶୀ ତିଥିକୁ ଧନତେରସ କୁହଯାଏ | ଧନର ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ତତ୍ବରୀ ଏବଂ ଯମରାଜ ଙ୍କ ପୂଜା କରିବାର ପରମ୍ପରା ରହିଛି | ତେବେ ଏହି ଦିନ ସୁନା ରୁପାର ବାସନ, ସୁନା ରୁପାର ମୁଦ୍ରା, ଧାତୁର ବାସନ ଘରକୁ ଆଣିବା ସବୁଠୁ ଶୁଭ ବୋଲି କୁହାଯାଏ | ଯଦି ସୁନା ରୁପା କିଣି ପାରୁନାହାନ୍ତି

ତେବେ ଧାତୁର ବାସନ ନିଶ୍ଚିନ୍ତ କିଣନ୍ତୁ ଏବଂ ତାହାକୁ ଘରକୁ ଆଣିବା ସମୟରେ ଖାଲି ଆଣନ୍ତୁ ନାହିଁ ସେଥିରେ କିଛି ଜିନିଷ ଭରିକି ଆଣନ୍ତୁ ଚାଉଳ ଆଣିବା ଅଧିକ ଶୁଭ ହୋଇଥାଏ | ଘରେ ଧନର ଅଭାବ ରହିବ ନାହିଁ ଏବଂ ସୁଖ ସମୃଦ୍ଧି ରେ ଘର ଭରିଯିବ | ଯେତେବେଳେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ତତ୍ବରୀ ଅବତରଣ ହୋଇଥିଲେ ସେତେବେଳେ ଗୋଟିଏ ହାତରେ ଅମୃତ ପିତଳ କଳସ ଏବଂ ଅନ୍ୟ ହାତରେ ଶଙ୍ଖ, ଚକ୍ର ଏବଂ ଔଷଧ ନେଇକି ଆସିଥିଲେ | ଏହି କାରଣ ହେତୁ ବାସନ କିଣିବା ର ପରମ୍ପରା ରହିଛି | ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

ଧନତେରସ ଦିନ କିଛି ଜିନିଷ କିଣିବା ଶୁଭ ହୋଇଥାଏ ଆଉ କିଛି କିଣିବା ଅଶୁଭ ହୋଇଥାଏ କିନ୍ତୁ ମା ଲକ୍ଷ୍ମୀ କେଉଁ ଜିନିଷ ପସନ୍ଦ ଯାହାକୁ ଘରକୁ ଆଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଆସିଥାଏ | ଭଗବାନ ଧନ୍ତତ୍ବରୀ ଙ୍କୁ ଦେବତା ମାନଙ୍କ ବୈଦ ବୋଲି ମାନ୍ୟତା ରହିଛି, ସେଥିପାଇଁ ଏହି ଦିନ ପୂଜା କରିବା ଦ୍ୱାରା ଘରେ ରୋଗ ବ୍ୟାଧି ଆସିନଥାଏ | କୁବେର ଭଗବାନ ଙ୍କୁ ଧନ ସମ୍ପର୍ଣ୍ଣତା ପାଇଁ ପୂଜା କରାଯାଇଥାଏ,ତେବେ ଏହି ବର୍ଷ ଧନତେରସ ବହୁତ ଭଲ 3 ଶୁଭ ସଂଯୋଗ ରେ ଆସିଛି |

ଏହି ଦିନ ଭଗବାନ ଧନ୍ତତ୍ବରୀ, କୁବେର, ଏବଂ ମା ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କ ପୂଜା କରାଯାଇଥାଏ | ଏହି ଦିନ ସମସ୍ତେ ପୂଜା ସାମଗ୍ରୀ ଠୁ ନେଇକି ଅନେକ ଜିନିଷ କିଣିଥାନ୍ତି କିନ୍ତୁ କିଛି ଏମିତି ଜିନିଷ ଅଛି ଯାହାକୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ | ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କିଣିବା ଶୁଭ ହୋଇଥାଏ?

ଝାଡୁ – ଏହି ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ, ତେବେ ଏହି ଦିନ ପୁରୁଣା ଝାଡୁ କୁ ଫିଙ୍ଗନ୍ତୁ ନାହିଁ | ଏହି ଝାଡୁ ରେ ଧନତେରସ ଦିନ ଧଳା ନାଲି ର ସୁତା ବାନ୍ଧିଦିଅନ୍ତୁ | ଏହା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ | ହଳଦିଆ କଉଡ଼ି – ବନ୍ଧୁଗଣ ଯଦି ଏହି ଦିନ ଆପଣ ଘରକୁ ହଳଦିଆ କଉଡ଼ି ଆଣନ୍ତି ତେବେ ପୁରା ବର୍ଷ ଧନର ଅଭାବ ଆପଣଙ୍କୁ ହେବ ନାହିଁ | ହଳଦିଆ କଉଡ଼ି ମା ଲକ୍ଷ୍ମୀ ଙ୍କୁ ସବୁଠୁ ଅଧିକ ପସନ୍ଦ ଅଟେ |

ତେବେ ଏହାକୁ ପୂଜା ପାଠ କରନ୍ତୁ ପୂଜା ସ୍ଥାନରେ ରଖନ୍ତୁ | ଦୀପାବଳୀ ରାତିରେ ଯେଉ ଦୀପ ଜଳେଇବେ ସେଥିରେ କଉଡ଼ି କିମ୍ଵା ଗୋମତୀ ଚକ୍ର ରଖିନେବେ ଏହା ଆପଣଙ୍କ ପୁରା ବର୍ଷର ଉନ୍ନତି କୁ ବଢେଇବା | ତେବେ ଧନତେରସ ରେ ଗୋମତୀ ଚକ୍ର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ଏହି ଦିନ 11 ଟା ଗୋମତୀ ଚକ୍ର |

କିଣିକି ଘରକୁ ଆଣନ୍ତୁ ଏହା ପାରେ ନାଲି କପଡା ରେ ଏହାକୁ ବାନ୍ଧି ନିଜ ଧନ ରଖିବା ସ୍ଥାନ ରେ କିମ୍ଵା ପର୍ସ ରେ ରଖିଦିଅନ୍ତୁ | ଯଦି ଆପଣ ଚାହିଁବେ ତେବେ ଏହାକୁ ସିନ୍ଦୁର ରଖିବା ଜାଗା ରେ ମଧ୍ୟ ଏହାକୁ ରଖିପାରିବେ ଉନ୍ନତି ବଢିଯାଇଥାଏ | ଧନିଆ ମଞ୍ଜି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ | ଧନିଆ ମଞ୍ଜି ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ ଏବଂ ଧନତେରସ ରେ ମା ଲକ୍ଷ୍ମୀଙ୍କୁ ଧନିଆ ନିଶ୍ଚିନ୍ତ ଅର୍ପଣ କରିବା ଉଚିତ ହୋଇଥାଏ |

ଏହାକୁ ମା ଲକ୍ଷ୍ମୀ ଙ୍କ ଚରଣ ରେ ରଖି ପୂଜା କରନ୍ତୁ ଏହା ପାରେ ଟିକିଏ ଘରେ ରଖନ୍ତୁ ଏବଂ ଆଉ କିଛି ମାଟିରେ ପୋତି ଦିଅନ୍ତୁ | ତେବେ ଯେମିତି କି ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ ସେହିପରି ମା ଲକ୍ଷ୍ମୀଙ୍କୁ ଧନିଆ ବହୁତ ପସନ୍ଦ ଅଟେ | ଏହାକୁ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଉନ୍ନତି ଆସିଥାଏ |

ତେବେ ଯଦି ଆପଣ ବ୍ୟବସାୟୀ ଅଟନ୍ତି ଏହି ଦିନ ବହି ଖାତା ନିଶ୍ଚିନ୍ତ କିଣନ୍ତୁ ଏବଂ ଧନତେରସ ଦିନ ଏହାକୁ ପୂଜା କରି ତାକୁ ବ୍ୟବହାର କାରନ୍ତୁ | ଆପଣ ଯେଉ ବି କାମ କରୁଛନ୍ତି ତାହା ସମ୍ବଧୀୟ ଜିନିଷ ଆପଣ ଏହି ଦିନ କିଣିପାରିବେ ପିଲା ମାନେ ମଧ୍ୟ ବହି ଖାତା ଏହି ଦିନ କିଣିପାରିବେ | କୁହାଯାଏ ଧନ୍ତତ୍ଵରି ଭଗବାନ ସାଥିରେ କଳସ ଧରି ଜନ୍ମ ନେଇଥିଲେ ସେଥିପାଇଁ ଏହି ଦିନ ସୁନା,ରୁପା, ତମ୍ଭା ଆଦିର ବାସନ କିଣିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି | ଏଥି ସହିତ ଏହି ଦିନ ପୌରାଣିକ କଥା ଅନୁଯାୟୀ ଅଳଙ୍କାର ଏବଂ ଆଭୂଷଣ ମଧ୍ୟ କିଣାଯାଇଥାଏ |

ଶୁଭ, ସମୃଦ୍ଧି କୁ ବୃଦ୍ଧି କରିବା ପାଇଁ ଅନେକ ଜିନିଷ କିଣାଯାଇଥାଏ | ଏହି ଦିନ ମାତା ଲକ୍ଷ୍ମୀ, ଗଣେଶ ଜୀଙ୍କ ପ୍ରସନ୍ନ କରିବା ପାଇଁ କିଛି ଏହିପରି ଜିଣିଷ କିଣାଯାଇଥାଏ | ଝାଡୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତେଣୁ ଧନତେରସ ଦିନ ଘରକୁ ଝାଡୁ ଆଣିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ | ଘରର ସମସ୍ତ ନକାରାତ୍ମକ ଉର୍ଜା କୁ ମଧ୍ୟ ଦୂର କରିଥାଏ | ଏହି ଦିନ ସୁନା ରୁପା କିମ୍ବା ଅସଲି ଧାତୁ ରେ ନିର୍ମିତ ଜିନିଷ ଘରକୁ ଆଣନ୍ତୁ ଏହା ଦ୍ୱାରା ଧନ ଦୌଲତ ବଢ଼ିଯାଏ | ଧନତେରସ ଦିନ ଝାଡୁ, ଦିପ, ଧନିଆ, ପାଦ ଚି଼ହ୍ନ କିଣିବା ଶୁଭ ହୋଇଥାଏ | ମା ଲକ୍ଷ୍ମୀଙ୍କୁ ତୁଳସି ଅତ୍ୟନ୍ତ ପ୍ରିୟ ତେଣୁ ଏହି ଦିନ ତୁଳସୀ ମଧ୍ୟ ଘରକୁ ଆଣିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ | ଏବଂ ଘରେ ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ |

Leave a Reply

Your email address will not be published. Required fields are marked *