ଧନତେରସ ଦୀପାବଳି ଆସିବା ପୂର୍ବରୁ ନିଶ୍ଚିତ ହଟାଇ ଦିଅନ୍ତୁ ନଚେତ କ୍ରୋଧିତ ହୋଇଯିବେ ମାତା ଲକ୍ଷ୍ମୀ :-

ଦୀପାବଳି ଏବଂ ଧନତେରସ ଅତ୍ୟନ୍ତ ପବିତ୍ର ପର୍ବ ହୋଇଥାଏ ଯାହାକୁ ଧନର ପର୍ବ ବୋଲି ମଧ୍ୟ କୁହାଯାଏ । ଚଳିତ ବର୍ଷ ୨ ଦିନ ଧରି ଧନତେରସ ପର୍ବ ପାଳିତ ହେବ । ଏହିଦିନକୁ ଲୋକେ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୨୩ ରେ ଧନତେରସ ପାଳିବା ଅତ୍ୟନ୍ତ ଶୁଭ ହେବ । ତେଣୁ ଧନତେରସ ବ୍ରତ ଏହି ୨୩ ତାରିଖରେ ହିଁ ରଖନ୍ତୁ । ତେଣୁ ଶୁଭ ମୁହୁର୍ତ୍ତ ରହିଚି ଅକ୍ଟୋବର ୨୩ ସନ୍ଧ୍ୟା 5.44 ରୁ 6.05 । ଏହିଦିନ କିଣି ନୂତନ କ୍ରୟ କରିବାର ବିଧାନ ରହିଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ୫ ଟି ଜିନିଷକୁ ଏହି ଧନତେରସ ସମୟରେ ବାହାରକୁ ଫିଙ୍ଗିବା ଉଚିତ ନୁହେଁ ନଚେତ ମାତା ଲକ୍ଷ୍ମୀ ଘର ଛାଡ଼ିଦେବେ ।

୧ . ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଝାଡୁ ଘରକୁ ଧନ ଆସିବା ଏବଂ ଯିବା ଉଭୟର ସନ୍ତୁଳନ ବଜାୟ ରଖିଥାଏ । ପ୍ରାୟତଃ ଲୋକେ ଧନତେରସ କିମ୍ବା ଦୀପାବଳି ଦିନ ଘରକୁ ଝାଡୁ ଆଣନ୍ତି । କିନ୍ତୁ ସଫାସୁତୁରା ସମୟରେ ଘରର ପୁରୁଣା ଝାଡୁ କାହାକୁ ଦେବା ଉଚିତ ନୁହେଁ କିମ୍ବା ବାହାରକୁ ମଧ୍ୟ ଫିଙ୍ଗିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀଙ୍କ ଅଭିଶାପ ପଡ଼ିଥାଏ ।

୨ . ଟଙ୍କା :-

ଘରକୁ ସଫାସୁତୁରା କରିବା ସମୟରେ ଟଙ୍କା ପଇସାକୁ ଭଲ ଭାବରେ ରଖନ୍ତୁ । ନଚେତ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘର ଛାଡ଼ିଦେବେ ଏବଂ ଆପଣ ବର୍ବାଦ ହୋଇଯିବେ ।

୩ . ଆଇନା :-

ଘରକୁ ସଫାସୁତୁରା କରିବା ସମୟରେ ଉପଯୁକ୍ତ ସ୍ଥାନରେ ରଖା ଯାଇଥିବା ଆଇନାକୁ କେବେ ଘରୁ ବାହାର କରିବା ଉଚିତ ନୁହେଁ । ଖାସ କରି ଧନତେରସ ଏବଂ ଦୀପାବଳି ଦିନ ଏହି କାମ କରନ୍ତୁ ନାହିଁ । ଆଇନା ଧନକୁ ଆକର୍ଷିତ କରିଥାଏ । ଯେତେ ପର୍ଯ୍ୟନ୍ତ ଆଇନା ଭାଙ୍ଗି ନଯାଇଛି ତାହାକୁ ବାହାର କରନ୍ତୁ ନାହିଁ ।

୪ . ଶୃଙ୍ଗାର :-

ଘରକୁ ସଫାସୁତୁରା କରିବା ସମୟରେ ଶୃଙ୍ଗାର ଜିନିଷ ଆଦୋୖ ବାହାର କରିବା ଉଚିତ ନୁହେଁ । କାରଣ ସେଥିରେ ସାକ୍ଷାତ ମାତା ଲକ୍ଷ୍ମୀ ବାସ କରନ୍ତି । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ବାହାରି ଯିବେ ।

୫ . ତମ୍ବା , ପିତ୍ତଳ , ସୁନା , ରୁପା :-

ଧନତେରସ ଦିନ ଘରକୁ ସୁନା , ରୁପା , ତମ୍ବା , ପିତ୍ତଳ ଆଦି ଜିନିଷ ଅଣା ଯାଇଥାଏ । ମାତ୍ର ଯଦି ଆପଣ ଏହିସବୁ ଜିନିଷକୁ ଘରୁ ବାହାର କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘରୁ ଚାଲିଯିବେ ଏବଂ ଘରର ସୁଖ ସମୃଦ୍ଧି ଉନ୍ନତି ନଷ୍ଟ ହେବ ଏବଂ ଦାରିଦ୍ର୍ୟତା ଆସିବ । ବରଂ ଏହିଦିନ ଘରକୁ ଏହିସବୁ ଧାତୁ ନିର୍ମିତ ବସ୍ତୁ ଆଣିବା ଉଚିତ ।

୬ . ଧଣିଆ :-

ଧଣିଆକୁ ଧନତେରସ ଦିନ ଘରୁ ବାହାର କରିବା ଉଚିତ ନୁହେଁ । ବରଂ ଏହାକୁ ଦୀପାବଳି କିମ୍ବା ଧନତେରସ ଦିନ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହିଦିନ ଘରେ ଧଣିଆ ଗଛ ଲଗାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ କୃପା ବର୍ଷା କରିଥାନ୍ତି ।

ଦୀପାବଳି ଏବଂ ଧନତେରସ ଆସିବା ପୂର୍ବରୁ ଘର ବାହାରେ ଏହିସବୁ ଜିନିଷ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ ।

୧ . ନାଳ ନର୍ଦମା :-

ଘରର ମୁଖ୍ୟଦ୍ୱାର ସାମ୍ନାରେ ନାଳ ନର୍ଦମା ରହିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବା ସହିତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି , ଆର୍ଥିକ ଅଭାବ ଏବଂ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଶନି ଏବଂ ରାହୁ କେତୁ ଦୋଷ ମଧ୍ୟ ଲାଗିଥାଏ । ତେଣୁ ଘର ସାମ୍ନାରେ ନାଳ ନର୍ଦମା ଥିଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ କିମ୍ବା ସିମେଣ୍ଟ ଦେଇ ଭର୍ତ୍ତି କରିଦେବା ଉଚିତ ।

୨ . କଣ୍ଟା ଯୁକ୍ତ ଗଛ :-

ଘରର ମୁଖ୍ୟଦ୍ୱାର ସାମ୍ନାରେ କଣ୍ଟା ଯୁକ୍ତ ଗଛ ରହିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କଣ୍ଟା ଯୁକ୍ତ ଗଛରେ ନକରାତ୍ମକତା ରହିଥାଏ । ଯାହା ଘର ମଧ୍ୟକୁ ପ୍ରବେଶ କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଘରେ ସମ୍ପର୍କ ମଧ୍ୟରେ କଳହ କ୍ଳେଶ ଦେଖା ଦେଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ ବରଂ ରାହୁ କେତୁ ପ୍ରବେଶ କରିଥାନ୍ତି । ବରଂ ଘର ସାମ୍ନାରେ ଫୁଲ ଗଛ କିମ୍ବା ତୁଳସୀ ଗଛ ରଖିବା ଉଚିତ ।

୩ . ଘର ସାମ୍ନାରେ ଡସଟ ବିନ ରଖିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । ଡସ୍ଟ ବିନକୁ ଉତ୍ତର ଦିଗରେ ରଖିବା ଉଚିତ ନୁହେଁ । କାରଣ ଏହି ଦିଗ ମାତା ଲକ୍ଷ୍ମୀଙ୍କର ଅଟେ । ନଚେତ ରାହୁ କେତୁ ଦୋଷ ଲାଗିଥାଏ ।

୪ . ବିଦ୍ୟୁତ ଖୁଣ୍ଟ :-

ଘର ତିଆରି ପୂର୍ବରୁ ହିଁ ଧ୍ୟାନ ଦେବା ଉଚିତ ଯେପରି ଘରର ମୁଖ୍ୟଦ୍ୱାର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ନରହେ । ନଚେତ ଶନି ରାହୁ କେତୁ ଦୋଷ ଉତ୍ପନ୍ନ ହେବା ସହିତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହାଦ୍ବାରା ଘରର ସଦସ୍ୟ କୌଣସି କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ

୫ . ଘରର ମୁଖ୍ୟଦ୍ୱାର ସାମ୍ନାରେ ଘନ ଗଛ ଲତା ରହିବା ଉଚିତ ନୁହେଁ । ଏହାଦ୍ବାରା ଘର ମଧ୍ୟକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କରିପାରେ ନାହିଁ । ଏହାବ୍ୟତୀତ ଘର ମଧ୍ୟକୁ ନକରାତ୍ମକତା ପ୍ରବେଶ କରିଥାଏ । ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଘର ସାମ୍ନାରେ ଲତା ଜାତୀୟ ଗଛ ରଖିବା ଶୁଭ ହୋଇଥାଏ । ଏହାବ୍ୟତୀତ ଲତା ଯେମିତି ଉପର ଦିଗକୁ ଲୋଟିଥିବା ଉଚିତ । ନଚେତ ପରିବାରର ଉନ୍ନତିରେ ବାଧା ଆସିଥାଏ ।

୬ . ଘରର ମୁଖ୍ୟଦ୍ୱାର ସାମ୍ନାରେ କେବେ ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏହା ଦାରିଦ୍ର୍ୟତାର କାରଣ ହୋଇଥାଏ ଏବଂ ଘରେ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଘର ଉପରେ କୌଣସି ଗଛର ଛାୟା ପଡ଼ିବା ଉଚିତ ନୁହେଁ । ନଚେତ ସେହି ଘରର ଉନ୍ନତି ହୋଇପାରେ ନାହିଁ ।

Leave a Reply

Your email address will not be published. Required fields are marked *