ଧନତେରସ ଦିନ କିଣି ଆଣନ୍ତୁ ଦୁଇ ଟଙ୍କାର ଏହି ଜିନିଷ , ଦେଖିବେ ଚମତ୍କାର :-

ଧନତେରସ ସବୁ ପବିତ୍ର ହିନ୍ଦୁ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଏହିଦିନ ଧନ ଦେବତା କୁବେର ଏବଂ ଧନ ଦେବୀ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ମାତା ଲକ୍ଷ୍ମୀ ଧନ ବର୍ଷା କରିଥାନ୍ତି ଏବଂ ଭଗବାନ କୁବେର ଧନର ରକ୍ଷା କରିଥାନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଧନତେରସ ଦିନ କଣ କିଣିବା ଶୁଭ ହୋଇଥାଏ । ଯାହାଦ୍ୱାରା ଘରେ ଧନ ସମ୍ପତ୍ତିର ଅବିବୃଦ୍ଧି ହୋଇଥାଏ ।

୧ . ଝାଡୁ :-

ଧନତେରସ ଦିନ ଝାଡୁ କିଣିବାର ବିଶେଷ ପରମ୍ପରା ରହିଛି । ଏହିଦିନ ଝାଡୁ କିଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ଧ୍ୟାନ ରଖିବେ ଯେତେବେଳେ ଆପଣ ଘରକୁ ଝାଡୁ ଅଣୁଛନ୍ତି ସେତେବେଳେ ଧଳା ରଙ୍ଗର ସୂତା ନିଶ୍ଚୟ ବାନ୍ଧନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ରହିବେ ।

୨ . ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି :-

ଧନତେରସ ଦିନ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଚାହିଁଲେ ମାଟିର କିମ୍ବା ସୁନା ରୂପାରେ ନିର୍ମିତ ମୂର୍ତ୍ତି ମଧ୍ୟ କିଣି ପାରିବେ । ମାତ୍ର ଧ୍ୟାନ ଦେବେ ଯେପରି ଭଗବାନ ଗଣେଶଙ୍କ ଶୁଣ୍ଢ ବାମ ପଟକୁ ରହିବା ଆବଶ୍ୟକ ଏବଂ ମାତା ଲକ୍ଷ୍ମୀ ପଦ୍ମ ଫୁଲ ଉପରେ ବିରାଜମାନ ହୋଇଥିବା ଆବଶ୍ୟକ ଏବଂ ମାତାଙ୍କ ହାତରୁ ମୁଦ୍ରା ବାହାରୁଥିବା ଦୃଶ୍ୟମାନ ହେଉଥିବା ଆବଶ୍ୟକ । ଏପରି ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ଗୋମତି ଚକ୍ର :-

ଗୋମତି ଚକ୍ର ୫ , ୭ , ୧୧ କିମ୍ବା ୨୧ ସଂଖ୍ୟାରେ କିଣିବା ଶୁଭ ହୋଇଥାଏ । ଏହା ଭଗବାନ ବିଷ୍ଣୁଙ୍କ ଚକ୍ରର ପ୍ରତୀକ ହୋଇଥାଏ । ତେଣୁ ଧନତେରସ ଦିନ ଏହି ଜିନିଷକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ପୂଜାରେ ଏହାର ବ୍ୟବହାର କରିବା ଉଚିତ ଏବଂ ପୂଜାପରେ ଏହାକୁ ଘରର ସିନ୍ଧୁକରେ ରଖିବା ଉଚିତ । ଏହାକୁ ଆପଣ ନିଜ ବେକରେ ମଧ୍ୟ ଧାରଣ କରିପାରିବେ ।

୪ . ଧାତୁ ନିର୍ମିତ ବାସନ କୁସନ :-

ଏହି ଦିନ ଧାତୁ ନିର୍ମିତ ବାସନ କୁସନ ଯେପରିକି ଆଣିବା ଦ୍ୱାରା ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କ ନିବାସ ରହିଥାଏ ।

୫ . ମାଟିର ଦୀପ :-

ଦୀପାବଳିରେ ଦୀପ ନିଶ୍ଚିତ ଜାଣିବାର ବିଧାନ ରହିଛି । ନଚେତ ଦୀପାବଳି ଅଧା ରହିଯାଏ । ତେଣୁ ଏହିଦିନ ଛୋଟ ଛୋଟ ଏକାଧିକ ମାଟିର ଦୀପ ନିଶ୍ଚୟ କିଣନ୍ତୁ ।

୬ . ଧଣିଆ ଏବଂ ରୁଦ୍ରାକ୍ଷ :-

ଧନତେରସ ଦିନ କଞ୍ଚା ଧଣିଆ ନିଶ୍ଚିତ କିଣନ୍ତୁ । ଏହାବ୍ୟତୀତ ଏହିଦିନ ଘରକୁ ନିଶ୍ଚିତ ଭାବରେ ରୁଦ୍ରାକ୍ଷ ନେଇ ଆସନ୍ତୁ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହାଦ୍ବାରା ଭଗବାନ ଶିବଙ୍କ କୃପା ମଧ୍ୟ ବଜାୟ ରହିଥାଏ । ପୂଜା ପରେ ଅଗାମୀ ଦିନ ଏହାକୁ ବେକରେ ଧାରଣ କରନ୍ତୁ ।

୭ . ହଳଦୀ :-

ଧନତେରସ ଦିନ ହଳଦୀ ଗଣ୍ଠି ମଧ୍ୟ ନିଶ୍ଚୟ କିଣନ୍ତୁ ଏବଂ ଏହାକୁ ମାତା ଲକ୍ଷ୍ମୀଙ୍କ ପୂଜାରେ ନିଶ୍ଚୟ ବ୍ୟବହାର କରନ୍ତୁ । ଏହାପରେ ଏକ ହଳଦିଆ କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଉନ୍ନତି ବଜାୟ ରହିଥାଏ ।

୮ . ଲୁଣ :-

ଧନତେରସ ଦିନ ନିଶ୍ଚୟ ଲୁଣ କିଣନ୍ତୁ ଏବଂ ତାହାକୁ ଦୀପାବଳି ଦିନ ନିଶ୍ଚିତ ବ୍ୟବହାର କରନ୍ତୁ । ଏହିଦିନ ଲୁଣ ପ୍ୟାକେଟ ଘରକୁ କିଣି ଆଣିବା ଦ୍ୱାରା ଘରେ କେବେବି ଧନର ଅଭାବ ହୁଏ ନାହିଁ । ଏହାଦ୍ବାରା ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ଏହାଦ୍ବାରା ଦୀପାବଳି ଦିନ ଏହି ଲୁଣ ମିଶା ପାଣିରେ ଘରେ ପୋଛା ଲଗାନ୍ତୁ । ଏହାଦ୍ୱାରା ଘରେ ମାତା ଲକ୍ଷ୍ମୀ ସଦୈବ ବାସ କରନ୍ତି ।

୯ . କୁବେରଙ୍କ ମୂର୍ତ୍ତି :-

ଧନତେରସ ଦିନ ଭଗବାମ କୁବେରଙ୍କ ମୂର୍ତ୍ତି ନିଶ୍ଚିତ ଆଣିବା ଆବଶ୍ୟକ । ପୂଜା କରିବା ପରେ ତାହାକୁ ଘରର ପୂଜା ସ୍ଥାନରେ ରଖିବା ଉଚିତ । ଏହାଦ୍ବାରା ଧନ ଦେବତାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ବର୍ଷିବ ।

୧୦ . କଉଡ଼ି :-

ଧନତେରସ ଦିନ ଘରକୁ ୫ , ୭ , ୧୧ କିମ୍ବା ୨୧ ସଂଖ୍ୟାରେ କଉଡ଼ି ନିଶ୍ଚୟ ଆଣନ୍ତୁ । ଏପରି କୁହାଯାଏ ଯେ ଯେଉଁ ଘରେ କଉଡ଼ି ଥାଏ ସେହି ଘରେ କେବେବି ଧନର ଅଭାବ ପରିଲକ୍ଷିତ ହୁଏନାହିଁ । ଏହାକୁ ପୂଜାରେ ଲଗାଇ ପରେ ନାଲି କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ କେବେବି ଧନ ସମ୍ପତ୍ତିର ଅଭାବ ଦେଖା ଦେବ ନାହିଁ ।

Leave a Reply

Your email address will not be published. Required fields are marked *