ଦୀପାବଳୀର ସଫାଈ ରେ ଭୁଲ କରି ବି କରନ୍ତୁ ନାହିଁ ଏହି ଭୁଲ ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି..

ବନ୍ଧୁଗଣ ଆମେ ସମସ୍ତେ ଦୀପାବଳୀ ଆସିବା ପୂର୍ବରୁ ଆମ ଘରକୁ ସଫା ସୁତର କରିଥାଉ | ଯଦି ଦୀପାବଳୀ ଏବଂ ଧନତେରସ ସମୟରେ ଘରକୁ ସଠିକ ଭାବରେ ସଫା ସୁତର କରାଯାଏ ତେବେ ଘରୁ ଅନେକ ବାସ୍ତୁ ଦୋଷ ବି ଦୂର ହୋଇଥାଏ | ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କି ଘରେ କେଉଁ ଜିନିଷ କୁ ଦୀପାବଳୀ ଏବଂ ଧନତେରସ ସଫାଈ ସମୟରେ ତୁରନ୍ତ ହିଁ ଘରୁ ବାହାର କରିଦେବା ଉଚିତ |

ବେଳେବେଳେ କିଛି ପୁରୁଣା ଜିନିଷକୁ ଆମେ ବାହାର କରିପାରିନଥାଉ କାରଣ ସେଥିରେ ଆମର କିଛି ସ୍ମୃତି ରହିଥାଏ କିନ୍ତୁ | କଣ ଆପଣ ଜାଣିଛନ୍ତି ଏହିପରି ଜିନିଷ ଘରେ ରହିବା ଦ୍ୱାରା ନକାରାତ୍ମକ ଶକ୍ତିର ସଂଚାର କରିଥାଏ | ଘରେ ଯେଉଁ ସକାରାତ୍ମକ ଉର୍ଜା ରହିଛି ତାକୁ ମଧ୍ୟ କମ କରିଥାଏ | ତେବେ ଆସନ୍ତୁ ଜାଣିବା ଘରୁ କେଉଁ କେଉଁ ଜିନିଷ ଦୀପାବଳି ର ସଫାଈ ରେ ତୁରନ୍ତ ବାହାର କରିଦେବା ଉଚିତ ହୋଇଥାଏ |

ଭାଙ୍ଗିଯାଇଥିବା ଆଇନା ଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡିଥାଏ,ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଅଶୁଭ ହୋଇଥାଏ | ତେଣୁ ଧନତେରସ ଏବଂ ଦୀପାବଳିର ସଫାଇ ରେ ଏହାକୁ ଘରୁ ବାହାର କରିଦେବା ଉଚିତ ହୋଇଥାଏ | ଘରେ ଯଦି ଭାଙ୍ଗିଯାଇଥିବା ପଲଙ୍କ ଅଛି, ଏହାକୁ ଠିକ କରିଦିଅନ୍ତୁ ନହେଲେ ଘରୁ ବାହାର କରିଦିଅନ୍ତୁ | ଘରେ ଭଙ୍ଗା ଫର୍ନିଚର କିମ୍ଵା ଯେକୌଣସି ବି ଭଙ୍ଗା ଜିନିଷ ରଖିଛନ୍ତି ତାକୁ ତୁରନ୍ତ ବାହାର କରିଦେବା ଉଚିତ ହୋଇଥାଏ | ଏହା ସହିତ ପୁରୁଣା ଖେଳନା କିମ୍ଵା କୌଣସି ଡ୍ରେସ କପଡା ପୁରୁଣା ହୋଇଯାଇଛି ଯାହା କେବେ ବ୍ୟବହାର ହୋଇପାରିବ ନାହିଁ ତାକୁ ଘରୁ ବାହାର କରିଦେବା ଉଚିତ ହୋଇଥାଏ | ଛିଣ୍ଡା ଚପଲ, ଚାଦର ଆଦି ପୁରୁଣା ଜିନିଷ କୁ ଶୀଘ୍ର ବାହାର କରିଦିଅନ୍ତୁ |

ପୁରୁଣା ଦୀପ ମଧ୍ୟ ରଖିବା ଅଶୁଭ ହୋଇଥାଏ, ଏମିତିରେ ନୂଆ ଦୀପ ଦୀପାବଳୀ ରେ ବ୍ୟବହାର କରନ୍ତୁ | ଯଦି ରୁପାର ଦୀପ ରଖିଛନ୍ତି ତେବେ ତାହାକୁ ଭଲରେ ସଫା କରି ଗଙ୍ଗାଜଳ ଛିଞ୍ଚି ରଖିଦିଅନ୍ତୁ | ତେବେ ବନ୍ଧୁଗଣ ଆମେ ସବୁ ଜିନିଷ ତ ଘରୁ ବାହାର କରିପାରିବନି ଏହିପରି ସମୟରେ ଯଦି ଆପଣଙ୍କର କିଛି ଓଜନିଆ ଜିନିଷ ଅଛି ଯାହାକୁ ଆପଣ ଫୋପାଡ଼ିବାକୁ ଚାହୁଁନାହାନ୍ତି |

ତେବେ ତାକୁ ସଫା କରି ଘରର ଦକ୍ଷିଣ ପଶ୍ଚିମ ଦିଗ ରେ ରଖିପାରିବେ | ଏଥି ସହିତ ଘର ଚାରିପଟେ ଥିବା ଅନାବନା ଗଛ ସଫା କରିଦିଅନ୍ତୁ | ଏବଂ ଯଦି କିଛି ବଡ଼ଗଛ ଲଗେଇଛନ୍ତି ତେବେ ତାହାର ପତ୍ର ସବୁ ଘର ଚତୁର୍ପାଶ୍ୱ ରୁ ସଫା କରିଦିଅନ୍ତୁ | ଘରୁ ବୁଢ଼ୀଆଣି ଜାଲ, ବନ୍ଦ ଘଣ୍ଟା, ଖରାପ ଘଣ୍ଟା, ଭାଙ୍ଗିଯାଇଥିବା ଘଣ୍ଟା ବାହାର କରିଦେବା ଉଚିତ ହୋଇଥାଏ | ଏହା ସହ ପୁରୁଣା କ୍ୟାଲେଣ୍ଡର ମଧ୍ୟ ଘର ପାଇଁ ଅଶୁଭ ହୋଇଥାଏ |

ବେଳେବେଳେ କବାଟରେ ଶବ୍ଦ ହୋଇଥାଏ, ପଙ୍ଖା ରେ ଅଜୀବ ଶବ୍ଦ ହୋଇଥାଏ | ତେବେ ଏହାକୁ ଠିକ କରନ୍ତୁ ନଚେତ ଏହାକୁ ଘରୁ ବାହାର କରିଦିଅନ୍ତୁ ନୂଆ ଲଗେଇ ଦିଅନ୍ତୁ | ଯଦି ଘରେ ଏହିପରି କିଛି ନଳକୂପ ଅଛି ଯାହା ଖରାପ ଅଛି କିମ୍ଵା ପାଣି ଟୋପା ଟୋପା ଗଳୁଛି ତେବେ ତାହାକୁ ଠିକ କରନ୍ତୁ କିମ୍ଵା ନୂଆ ଲଗେଇଦିଅନ୍ତୁ | ଏଥି ସହିତ ଯଦି ଆପଣଙ୍କ ଘରେ କୌଣସି ପୁରୁଣା ଇଲୋଟ୍ରୋନିକ ଜିନିଷ ରହିଛି ଯାହାର ବ୍ୟବହାର ହେଉନାହିଁ ତାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ |

ତେବେ ବନ୍ଧୁଗଣ ଦୀପାବଳୀ ସମୟରେ ଭଙ୍ଗା ରୁଜା ଭଗବାନ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ଯଦି ଅଛି ବାହାର କରିଦିଅନ୍ତୁ | ଘରେ ଯଦି ଚମଡା ଜିନିଷ ରହିଛି କିମ୍ଵା ଛିଣ୍ଡା ଚପଲ ଯୋତା କିଛି ବି ରଖିଛନ୍ତି ଏହାକୁ ଦୀପାବଳି ରେ ନିଶ୍ଚିନ୍ତ ବାହାର କରିଦିଅନ୍ତୁ | ଏହା ଘରକୁ ଦୁର୍ଭାଗ୍ୟ ନେଇକି ଆସିଥାଏ | ନକାରାତ୍ମକ ଉର୍ଜା ସଂଚାର କରିଥାଏ |

ପୁରୁଣା ପେପର ବହି ଖାତା ଯେତେ ସବୁ ଅନାବନା କାଗଜ ସବୁ କିଛି ଯାହା ଆପଣଙ୍କର ଜମା ବି ଦରକାର ନାହିଁ ତାକୁ ବାହାର କରିଦିଅନ୍ତୁ | ଘରେ ଭଙ୍ଗା ରୁଜା ବାସନ ରଖନ୍ତୁ ନାହିଁ, କିମ୍ଵା ଘରେ ପ୍ରାୟତଃ ଫୋଟୋ ଫ୍ରେମ ଆମେ ଖୁସିରେ ଲଗେଇଥାଉ ଏବଂ କେବେ କେବେ ଏହା ଭାଙ୍ଗିଯାଇଥାଏ ତେବେ ସେହି ଭଙ୍ଗା ଜିନିଷ ମଧ୍ୟ ଘରେ ରଖନ୍ତୁ ନାହିଁ | ଏହା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ, ଘରେ ଦରିଦ୍ରତା ନକାରାତ୍ମକ ଉର୍ଜା ଆସିଥାଏ | ତେବେ ଧନତେରସ ଏବଂ ଦୀପାବଳି ସମୟରେ ଘରୁ ଏହି ଜିନିଷ ତୁରନ୍ତ ବାହାର କରିଦେବା ଉଚିତ ହୋଇଥାଏ | ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ବନି ରହିଥାଏ | ଦୀପାବଳୀ ସମୟରେ ଘର ସଫା ସୁତାର ରଖନ୍ତୁ ଘରର ପରିବେଶ ସୁନ୍ଦର ରଖନ୍ତୁ |

Leave a Reply

Your email address will not be published. Required fields are marked *