ଏହି ବର୍ଷ ଧନତେରସ 25 ଅକ୍ଟୋବର କୁ ପାଳନ କରାଯିବ ତେବେ ପୂଜାର ଶୁଭ ମୁହୂର୍ତ୍ତ ଏବଂ କିଣାକିଣି କରିବାର ଶୁଭ ମୁହୂର୍ତ୍ତ ହେଉଛି ସନ୍ଧ୍ୟା 7 ଟା ବାଜି 8 ମିନିଟ ରୁ 8 ଟା ବାଜି 16 ମିନିଟ | ତେଣୁ ଧନତେରସ ଦିନ ଝାଡୁ ନିଶ୍ଚିନ୍ତ କିଣନ୍ତୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ | ଏକା ସାଥିରେ 3 ଟି ଝାଡୁ କିଣିପାରିବେ କିମ୍ଵା ଗୋଟିଏ କିନ୍ତୁ ଯୋଡ଼ା ସଂଖ୍ୟକ ଝାଡୁ କିଣିବା ଶୁଭ ହୋଇନଥାଏ | ଏମିତି ତ ଝାଡୁ ଅନେକ ପ୍ରକାରର ହୋଇଥାଏ ଯେମିତିକି କୁଶ ଘାସ ରେ ତିଆରି ଝାଡୁ |
ଯେଉଁଥିରେ ତନ୍ତ୍ର ମନ୍ତ୍ର, ଗୁଣି ଗାରେଡି ରେ ବ୍ୟବହାର କରାଯାଏ ତେବେ ଏହା ସାଧାରଣ ଲୋକଙ୍କ ପାଇଁ ନୁହେଁ | ମୟୁର ପକ୍ଷୀ ରେ ତିଆରି ଝାଡୁ ଯଦି ମିଳୁଛି ତେବେ ନିଶ୍ଚିନ୍ତ କିଣିନିଅନ୍ତୁ | ଧନତେରସ ରୁ ଦୀପାବଳୀ ଯାଏଁ ପ୍ରତିଦିନ ସନ୍ଧ୍ୟା ରେ ଘରେ ଏହାକୁ ଝାଡ଼ିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ଫୁଲ ଝାଡୁ ଯଦି ଆପଣ ଏହା ର ମଧ୍ୟ ବ୍ୟବହାର କରନ୍ତି ତେବେ ଘରୁ ଦରିଦ୍ରତା ର ନାଶ ହୋଇଥାଏ | ଏହାର ମଧ୍ୟ ନିୟମ ଅଛି ;
ଧନତେରସ ଦିନ ନୂଆ ଝାଡୁ ଘରକୁ କିଣିକି ଆଣିବା ପରେ ପୂଜା ସମୟରେ ଝାଡୁ ରେ ଧଳା ସୁତା ବାନ୍ଧନ୍ତୁ | ଏବଂ ବାନ୍ଧିବା ପରେ ଟିକିଏ ସିନ୍ଦୁର ଏବଂ ଚାଉଳ ସେଥିରେ ଲଗାନ୍ତୁ ଏହା ଦ୍ୱାରା ଲକ୍ଷ୍ମୀ ସ୍ଥିର ରହିଥାନ୍ତି | ଧ୍ୟାନ ରଖନ୍ତୁ ଝାଡୁ ରେ ଗୋଡ଼ ଜମା ବି ଲଗେଇବେ ନାହିଁ |ଏବଂ ଧନତେରସ ଦିନ ଗୋଟିଏ କିମ୍ଵା ତିନୋଟି ଝାଡୁ କିଣିକି ଆଣନ୍ତୁ ଏବଂ ଘରେ ସବୁବେଳେ ଲୁଚେଇକି ରଖନ୍ତୁ | ଖୋଲା ରେ ରଖିବା ଦ୍ୱାରା ଘରେ କଳହ କ୍ଳେଶ ହୋଇପାରେ |

ଝାଡୁ ରଖିବାର ସଠିକ ସ୍ଥାନ ହେଉଛି ଦକ୍ଷିଣ ପୂର୍ବ ଦିଗ,ତେବେ ଝାଡୁ ଲଗେଇବାର ସଠିକ ସମୟ ହେଉଛି ଦୀପାବଳୀର ସୂର୍ଯ୍ୟାସ୍ତ ପୂର୍ବରୁ | ଏବଂ ମନେ ରଖନ୍ତୁ ପାଖରେ ଥିବା ଲକ୍ଷ୍ମୀ ମନ୍ଦିର ରେ ସକାଳୁ ସକାଳୁ ଗୋଟିଏ ଝାଡୁ ରଖି ଆସନ୍ତୁ | ଏହିପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ଶାସ୍ତ୍ର ଅନୁସାରେ ଝାଡୁକୁ କେବେ ଛିଡା କରିକି ରଖିବା ଉଚିତ ହୋଇନଥାଏ ଏହା ଦ୍ୱାରା ଶତ୍ରୁ ବିରୋଧୀ ବୃଦ୍ଧି ହୋଇଥାଏ ସେଥିପାଇଁ ଝାଡୁକୁ ସର୍ବଦା ଲୁଚେଇକି ରଖନ୍ତୁ | ଶତ୍ରୁ ବିରୋଧୀ ଙ୍କ ଏବଂ ଚିନ୍ତାରୁ ମୁକ୍ତି ମିଳିଥାଏ |
ମହାଭାରତ ରେ ମଧ୍ୟ ଝାଡୁ ବିଷୟରେ ଉଲ୍ଲେଖ ଅଛି ଯେତେବେଳେ ଦ୍ରୌପଦୀଙ୍କ ବିବାହ ହୋଇପାରୁନଥିଲା ସେହି ସମୟ ରେ ଝାଡୁ ରେ ଏକ ପ୍ରୟୋଗ କରାଯାଇଥିଲା | ସମଗ୍ର ରାଜ ପ୍ରାସାଦ କୁ ଝାଡୁ ରେ ସଫା କରାଯାଇଥିଲା ଏହା ପରେ ଅର୍ଜୁନ ଙ୍କୁ ଦ୍ରୌପଦୀ ବିବାହ କରିଥିଲେ ତେଣୁ ଝାଡୁ କୁ ଶୁଭତାର ପ୍ରତୀକ ବୋଲି ମଧ୍ୟ କୁହାଯାଏ | ଧନତେରସ ଦିନ ସୁନା ରୁପା ଏବଂ ବାସନ କିଣିବାର ପରମ୍ପରା ତ ରହିଛି | ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପସନ୍ଦ ସବୁ ଜିନିଷ କିଣା ଯାଇଥାଏ ଦୀପାବଳୀ ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଏହି ଦିନ କିଣା ଯାଏ | କିନ୍ତୁ କିଛି ଏହିପରି ଜିନିଷ ଅଛି ଯାହାକୁ ଏହି ଦିନ ନିଶ୍ଚିନ୍ତ କିଣିବା ଉଚିତ ହୋଇଥାଏ | ତେବେ ସେଥିମଧ୍ୟରୁ ଝାଡୁ ଅନ୍ୟତମ ତେବେ କୁହାଯାଏ ଧନତେରସ ଦିନ ଝାଡୁ କିଣିବା ଦ୍ୱାରା ମା ଲକ୍ଷ୍ମୀ ଆଶୀର୍ବାଦ ପୁରା ବର୍ଷ ଆପଣଙ୍କ ଉପରେ ରହିଥାଏ | ତେବେ ଧନତେରସ ଦିନ ଝାଡୁ ନିଶ୍ଚିତ କିଣନ୍ତୁ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ତେବେ ଧନତେରସ ଦିନ ଝାଡୁ କିଣିବା ପରେ ସନ୍ଧ୍ୟା 7 ଟା ବାଜି 8 ମିନିଟ ରୁ 8 ଟା ବାଜି 16 ମିନିଟ ମଧ୍ୟ ରେ ଏହି ଉପାୟ କରନ୍ତୁ |ଧନତେରସ ଦିନ ନୂଆ ଝାଡୁ ଘରକୁ କିଣିକି ଆଣିବା ପରେ ପୂଜା ସମୟରେ ଝାଡୁ ରେ ଧଳା ସୁତା ବାନ୍ଧନ୍ତୁ | ଏବଂ ବାନ୍ଧିବା ପରେ ଟିକିଏ ସିନ୍ଦୁର ଏବଂ ଚାଉଳ ସେଥିରେ ଲଗାନ୍ତୁ ଏହା ଦ୍ୱାରା ଲକ୍ଷ୍ମୀ ସ୍ଥିର ରହିଥାନ୍ତି | ଧ୍ୟାନ ରଖନ୍ତୁ ଝାଡୁ ରେ ଗୋଡ଼ ଜମା ବି ଲଗେଇବେ ନାହିଁ |
ମାନ୍ୟତା ଅନୁସାରେ ମଙ୍ଗଳାବାର ଏବଂ ଶନିବାର କୁ ଝାଡୁ କିଣିବା ଉଚିତ ନୁହେଁ | ନହେଲେ ଦୁଃଖ ଦରିଦ୍ରତା ରା ସାମ୍ନା କରିବାକୁ ପଡିପାରେ | ତେବେ ଧନତେରସ ଦିନ 1 କିମ୍ଵା 3 ଟି ଝାଡୁ କିଣନ୍ତୁ କିନ୍ତୁ ଯୋଡ଼ା ରେ ଝାଡୁ କିଣନ୍ତୁ ନାହିଁ ଯେମିତି କି 2,4,6,8 | ଧନତେରସ ରେ ଗୋଟିଏ ଝାଡୁ ନିଶ୍ଚିନ୍ତ ଦାନ କରନ୍ତୁ | ଦାନ କରିବା ଝାଡୁ ଆପଣ ଧନ ତେରସର ପୂର୍ବରୁ ଦିନ ମଧ୍ୟ କିଣିପାରିବେ | ଝାଡୁ କୁ ପାଖରେ ଥିବା ମନ୍ଦିର ରେ ଦାନ କରନ୍ତୁ ଏହା ଦ୍ୱାରା ସମୃଦ୍ଧତା ବଢିଥାଏ |
