ଆମେ ଆପଣଙ୍କୁ ୧୭ ଅକ୍ଟୋବର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।
ମେଷ ରାଶି :-ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ପ୍ରେମ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ, ନଚେତ ଏହାର ବିପରୀତ ପରିଣାମ ପ୍ରାପ୍ତ ହୋଇପାରେ।
ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।ଆପଣ ନିଜର ବ୍ୟକ୍ତିଗତ ଜୀବନରେ ଅଧିକ ବ୍ୟସ୍ତ ରହିବେ। ଆପଣ ନିଜ ମନର ଶାନ୍ତି ନିମନ୍ତେ ମନୋରଞ୍ଜନ କାର୍ଯ୍ୟରେ ଲିପ୍ତ ରହିବେ।
ମିଥୁନ ରାଶି :-ଆଜି ଆପଣଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବା ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ହସଖୁସିର ମାହୋଲ ରହିବ। ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଆଜିର ଦିନଟି ଅନୁକୂଳ ରହିଛି।

କର୍କଟ ରାଶି :-ଆଜି ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।
ସିଂହ ରାଶି :-ଘରର ଖର୍ଚ୍ଚ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ସମ୍ପର୍କୀୟଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ଆୟରେ ବୃଦ୍ଧି ହେବ। ଶତ୍ରୁ ଆପଣଙ୍କୁ ଭୟ କରିବେ।
କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାରରେ ଲାଭବାନ ହେବେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। କ୍ୟାରିୟର କ୍ଷେତ୍ରରେ ଅଗ୍ରସର ହେବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।
ତୁଳା ରାଶି :-ଆଜି ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ସାଂସାରିକ ସୁଖ ସାଧନରେ ଅଧିକ ଖର୍ଚ୍ଚ ଉପରେ। ଚାକିରି କ୍ଷେତ୍ରରେ ଆପଣ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇ ପାରନ୍ତି। ଆୟରେ ବୃଦ୍ଧି ହେବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ।
ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଘରେ ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।
ଧନୁ ରାଶି :-ଆପଣଙ୍କ ମଧ୍ୟରେ ଯଥେଷ୍ଟ ଧର୍ଯ୍ୟ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ପରିବାରରେ ଆର୍ଥିକ ସଙ୍କଟ ଦେଖା ଦେଇପାରେ। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ମକର ରାଶି :-ଆପଣଙ୍କ ମନ ଅନୁକୂଳ କାର୍ଯ୍ୟରେ ପ୍ରଗତି କରିବ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଆପଣ ସମୟର ଉଚିତ ସଦୁପଯୋଗ କରିବେ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନୂଆ କାର୍ଯ୍ୟ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।
କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶିକ୍ଷଣୀୟ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ। ଖର୍ଚ୍ଚ ଅଧିକ ରହିବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।
ମୀନ ରାଶି :-ଆଜି ଆପଣ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀ ମାନେ ନିଜର କ୍ୟାରିୟର ଗଢ଼ିବା ପାଇଁ କଠିନ ପରିଶ୍ରମ କରିବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଧନ ପ୍ରାପ୍ତି ହେବାର ସୁଯୋଗ ରହିଛି।
