ଧନତେରସ ଦିନ କାହିଁକି ଜଳା ଯାଇଥାଏ ଦୀପ , ଜାଣି ନିଅନ୍ତୁ କଣ ହୋଇଥାଏ ଫାଇଦା

ଦୀପାବଳି ହିନ୍ଦୁ ଧର୍ମର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପର୍ବ ଅଟେ । ଯେଉଁଦିନ ନକରାତ୍ମକତାର ପରାଜୟ ହୋଇଥାଏ ଏବଂ ସକାରାତ୍ମକତାର ବିଜୟ ହୋଇଥାଏ । ଏହାକୁ ଆଲୋକର ପର୍ବ ମଧ୍ୟ କୁହାଯାଏ । କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ଉତ୍ସବ ପାଳିତ ହୋଇଥାଏ ଏବଂ ଏହିଦିନ ଧନର ଆଗମନ ପାଇଁ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଯଦି ଆପଣ ଅନେକ ସମୟରୁ ଧନ ସମ୍ପତ୍ତି ସମ୍ବନ୍ଧରେ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କ ସମସ୍ୟା ଶେଷ ହେବାକୁ ଯାଉଛି । ଏହି ଦୀପାବଳି ଦିନ ହିଁ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳିତ ହୋଇଥାଏ । ଏହା ଅତ୍ୟନ୍ତ ପବିତ୍ର ପର୍ବ ହୋଇଥାଏ । ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଜୀବନର ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂରେଇ ଯାଏ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ନିଶ୍ଚିତ ଜଳା ଯାଏ । ଦୀପାବଳି ଦିନ ହିଁ ସାରା ଘର ଦୀପ ସଜା ଯାଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଦୀପାବଳି ଦିନ କେଉଁ କେଉଁ ସ୍ଥାନରେ ଏବଂ କେଉଁ ପ୍ରକାରର ଦୀପ ଜାଳିବା ଉଚିତ ସେହି ବିଷୟରେ କହିବୁ ।

୧ . ଦୀପାବଳି ଦିନ ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଶୁଦ୍ଧ ଘିଅ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଏହାପରେ ଆଗାମୀ ଦିନ ଲକ୍ଷ୍ମୀ ପୂଜନ ସମୟରେ ଏବଂ ତାପରେ ତୁଳସୀ ଚଉରା ମୂଳରେ ଏବଂ ଶେଷ ଦୀପ ଘରର ମୁଖ୍ୟଦ୍ୱାରରେ ଜଳାନ୍ତୁ । ଦୀପାବଳି ଦିନ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରନ୍ତି । ତେଣୁ ଏହି ସମୟରେ ମାତା ଲକ୍ଷ୍ମୀଙ୍କୁ ଯେଉଁ ଘର ଆକର୍ଷିତ କରିଥାଏ ମାତା ଲକ୍ଷ୍ମୀ ସେହି ଘରକୁ ଯାଆନ୍ତି ।

୨ . ଏହାପରେ ପଞ୍ଚମ ଦୀପ ଅଶ୍ୱତ୍ଥ ବୃକ୍ଷ ମୂଳରେ ଲଗାନ୍ତୁ । କାରଣ ଅଶ୍ୱତ୍ଥ ବୃକ୍ଷରେ ସବୁ ଦେବାଦେବୀ ବାସ କରନ୍ତି । ଏହାପରେ ଷଷ୍ଠ ଦୀପ କୌଣସି ମନ୍ଦିର ପାଖରେ , ସପ୍ତମ ଦୀପ ଡସ୍ଟବିନ ପାଖରେ , ଅଷ୍ଟମ ଦୀପ ବାଥରୁମରେ , ନବମ ଦୀପ ଝରକା ପାଖରେ ଏବଂ ଦଶମ ଦୀପ ଛାତ ଉପରେ ଜଳାନ୍ତୁ । ଏହିଦିନ ଚଉରାରେ ଚାରି ପାଖରେ ଦୀପ ଭିନ୍ନ ଭିନ୍ନ ଚାରି ଦିଗର ଚାରି ଦେବତାଙ୍କ ସମ୍ବନ୍ଧରେ ଜଳା ଯାଇଥାଏ । ଏହାଦ୍ବାରା ଦିଗ ପାଳ ପ୍ରସନ୍ନ ହୁଅନ୍ତି ଏବଂ ଚାରି ଦେବତା ପ୍ରସନ୍ନ ହେଲେ ଜୀବନରେ କୌଣସି ସମସ୍ୟା ହୁଏନାହିଁ । ଏହାପରେ ସେଠାରେ କିଛି ମିଠା ଭୋଗ ଅର୍ପିତ କରନ୍ତୁ । ଏହାଦ୍ବାରା ଘରୁ ଦୁର୍ଭାଗ୍ୟ ଦୂର ହୋଇଯିବ ।

୩ . କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ପୁରହିତ ନିଶ୍ଚିତ ଭାବରେ ଦିଗ ପାଳଙ୍କ ପୂଜା କରନ୍ତି । ଶାସ୍ତ୍ରରେ ଏହାର ଭିନ୍ନ ମହତ୍ତ୍ୱ ରହିଛି । ସାଧରଣତଃ ଦିଗ ପଞ୍ଚତତ୍ତ୍ୱର ସଞ୍ଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଦିଗପାଳଙ୍କ ପୂଜା ଆପଣଙ୍କୁ ଧନୀ ମଧ୍ୟ କରାଇ ପାରେ । ଦଶ ଦିଗରେ ଦଶ ଦିଗ ପାଳ ବୋଲି କୁହାଯାଇଥାଏ ।

୪ . ଦୀପାବଳିରେ ପୂର୍ବଜଙ୍କ ନିମନ୍ତେ ମଧ୍ୟ ଦୀପ ଜାଳିବା ଉଚିତ । ଏହିଦିନ ବ୍ୟାପାରିଙ୍କ ନୂଆ ବ୍ୟାପାର ଆରମ୍ଭ ହୋଇଥାଏ । ଏହିଦିନ ନୂଆ ଖାତାରେ ହିସାବ ପତ୍ର ମଧ୍ୟ ଆରମ୍ଭ କରିଥାନ୍ତି ବ୍ୟବସାୟୀ । ଦୀପାବଳି ପୂର୍ବରୁ ସବୁ ପୁରୁଣା ହିସାବ କିତାବକୁ ସମାଧାନ କରି ନୂଆ ବର୍ଷ ଆରମ୍ଭ କରାଯାଏ । ଏହି ଦିନ ବ୍ୟବସାୟୀଙ୍କ ପାଇଁ ବେଶ ପବିତ୍ର ଦିନ ହୋଇଥାଏ ଏବଂ ଏହି ଦିନ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାକୁ ଶେଷ କରିବା ପାଇଁ ବେଶ ଭଲ ଦିନ ହୋଇଥାଏ ।

୫ . ଦୀପାବଳି ଦିନ ଏକ ଛୋଟ ଫିଟିକିରି ଖଣ୍ଡ ନେଇ ତାହାକୁ ବ୍ୟବସାୟ ସ୍ଥାନରେ ସବୁ କୋଣଅନୁକୋଣରେ ସ୍ପର୍ଶ କରାଇ କୌଣସି ଉଚ୍ଚ ସ୍ଥାନକୁ ଯାଇ ଉତ୍ତର ଦିଗକୁ ଫିଙ୍ଗି ଦିଅନ୍ତୁ । ଏହାପରେ ଆଉ ପଛକୁ ନଦେଖି ଫେରି ଆସନ୍ତୁ । ଏହି ଉପାୟକୁ କରିବା ସମୟରେ ଯେମିତି ଆପଣଙ୍କୁ କେହିବି ନଦେଖନ୍ତି । ଦେଖିବେ ଏହି ଉପାୟ ଦ୍ୱାରା ଆପଣଙ୍କ ବ୍ୟବସାୟରେ ଅସୀମ ଉନ୍ନତି ହେବ । ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *