ଧନତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ ଜୀବନ ଚାଲିଯିବ ଭୁଲ କରି ବି ଦେବେ ନାହିଁ ଏହି 1ଜିନିଷ ଲକ୍ଷ୍ମୀ ଭୁଲିଯିବେ ଘରର ରାସ୍ତା..

ବନ୍ଧୁଗଣ ଧନତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ କିଛି ଏହିପରି ଜିନିଷ ଅଛି ଯାହା କାହାକୁ ବି ଦେବା ଉଚିତ ନୁହେଁ | ତେବେ ଦୀପାବଳୀର ପର୍ବ ଆସିବାକୁ ଯାଉଛି,ତେଣୁ ଏହି ସମୟରେ ଘର ସଫା ଠୁ ଆରମ୍ଭ କରି ଉପହାର ଦେବା ଯାଏଁ ଅନେକ କାର୍ଯ୍ୟ ହୋଇଥାଏ | ଉପହାର ଦେବା ଭଲ କିନ୍ତୁ ଜାଣତ ଅବା ଅଜାଣତ ରେ ଆମେ କିଛି ଏହିପରି ଭୁଲ କରିଦେଉ ଯେଉ ପାଇଁ ଆମକୁ ପରେ କେବଳ ପସ୍ତେଇବାବୁ ହିଁ ପଡିଥାଏ |

ସେଥିପାଇଁ ବିଶେଷ ବସ୍ତୁର ଉପହାର ଦେବା ସମୟରେ ଆପଣଙ୍କୁ ବିଶେଷ ଧ୍ୟାନ ମଧ୍ୟ ରଖିବା ଉଚିତ | ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ ତେବେ ଏହିସମୟ ରେ କିଛି ବିଶେଷ ଜିନିଷ କାହାକୁ ବି ଦିଅନ୍ତୁ ନାହିଁ | ତେବେ ଆଜି ଆମେ ଆପଣଙ୍କୁ ସେହି ଭୁଲ ବିଷୟରେ କହିବୁ ଯାହା ଆପଣଙ୍କୁ କରିବା ଉଚିତ ନୁହେଁ ନହେଲେ ଲକ୍ଷ୍ମୀ କ୍ରୋଧିତ ହୋଇଯିବେ ଏବଂ ଏଥିସହିତ ଧନତେରସ ପୂଜା ବିଧି ବିଷୟରେ ମଧ୍ୟ କହିବୁ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ |

ବନ୍ଧୁଗଣ ଧନତେରସ ରେ ଗଣେଶ ଜୀ ଏବଂ ମା ଲକ୍ଷ୍ମୀଙ୍କ ଗୋଟିଏ ଷ୍ଟାଣ୍ଟ ରେ ଥିବା ଫୋଟୋ ଆଣିବେ ନାହିଁ | ଅଲଗା ଅଲଗା ଆଣିବା ଉଚିତ ମା ଲକ୍ଷ୍ମୀ ପଦ୍ମ ଫୁଲ ରେ ବସିଥିବା ଏବଂ ଗଣେଶ ଜୀଙ୍କ ଶୁଣ୍ଢ ବାମ କୁ ହେଉଥିବା ଉଚିତ | ଏହି ଦିନ ସୁଖ ସମୃଦ୍ଧିର ମଧ୍ୟ ବୃଦ୍ଧି ହୋଇଥାଏ ସମସ୍ତ ଇଛା ପୁରଣ ହୋଇଥାଏ ତେଣୁ କିଛି ସାବଧାନତା ଅବଲମ୍ବନ ମଧ୍ୟ କରିବା ଉଚିତ |

ତେବେ ଯେତେବେଳେ ଆପଣ ଗଣେଶ ଜୀ ଏବଂ ମାତା ଲକ୍ଷ୍ମୀ ଙ୍କୁ ପ୍ରତିଷ୍ଠା କରିବେ ତେବେ ମାନେ ରଖନ୍ତୁ ସବୁବେଳେ ଗଣେଶ ଜୀ ଙ୍କୁ ମାଙ୍କ ଡାହାଣ ପାଖା ରେ ରଖିବେ କାରଣ ବାମ ପଟ କେବଳ ଶ୍ରୀହରି ବିଷ୍ଣୁଙ୍କର ହୋଇଥାଏ | ମା ଙ୍କର ବସିଥିବା ଫୋଟୋ କିମ୍ଵା ମୂର୍ତ୍ତି ଆଣିବା ଉଚିତ ଏବଂ ଧ୍ୟାନ ରଖନ୍ତୁ ମୁଖ୍ୟ ଦ୍ୱାରା ସାମ୍ନାକୁ କେବେ ବି ମା ଲକ୍ଷ୍ମୀଙ୍କ ମୁହଁ ରଖିବେ ନାହିଁ ନହେଲେ ମା ଆସିବେ ଏବଂ ଚାଲିବି ଯିବେ | ଏଥିପ୍ରତି ନିଶ୍ଚିନ୍ତା ଧ୍ୟାନ ଦେବେ |

ବାସ୍ତୁ ଅନୁସାରେ ଧନତେରସ ପୂଜା ସର୍ବଦା ପୂର୍ବ ଉତ୍ତର ଦିଗ ରେ କରିବା ଉଚିତ |ମା ଲକ୍ଷ୍ମୀଙ୍କ ପୂଜା ଘରେ କଳା କିମ୍ଵା ଗଭୀର ରଙ୍ଗର ପେଣ୍ଟ କରନ୍ତୁ ନାହିଁ | କୌଣସି ପୁରୁଣା ଖରାପ ଜିନିଷ ରଖିବା ଉଚିତ ନୁହେଁ ଏବଂ ଘର ର ମୁଖ୍ୟ ଦ୍ଵାରା ସବୁବେଳେ ସଫା ସୁତର ଏବଂ ସଜେଇକି ରଖିବା ଉଚିତ | ଏହି ଦିନ କାଚ ଜିନିଷ କିଣିବା ଉଚିତ ନୁହେଁ କାରଣ ଏହି ଜିନିଷ ରେ ରାହୁ ବାସ କରିଥାନ୍ତି | ଧନତେରସ ରେ ସନ୍ଧ୍ୟା ସମୟରେ ବିଲକୁଲ ବି ଶୋଇବେ ନାହିଁ ନହେଲେ ଦରିଦ୍ରତା ଆସିଯିବ |

ଏହି ଦିନ ଦୀପ ନିଶ୍ଚିନ୍ତ ଜଳାନ୍ତୁ, କଳହ କ୍ଳେଶ ତ ଜାମା ବି କରନ୍ତୁ ନାହିଁ | ଏବଂ ଏହି ଦିନ ଲୁହ କିଣନ୍ତୁ ନାହିଁ ନହେଲେ ଦୁଃଖ କଷ୍ଟ ଆସିଯିବ | ନକଲି ଫୁଲ ନକଲ ଅଳଙ୍କାର କିଣନ୍ତୁ ନାହିଁ ଅଶୁଭ ହୋଇଥାଏ | ଧନତେରସ ଦିନ କିଛି ଏହିପରି ଜିନିଷ ଅଛି ଯାହା କାହାକୁ ଦେବା ଉଚିତ ନୁହେଁ ନହେଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା ସେହି ଜିଣିଷ କଣ କଣ?

ଯେମିତି କି କ୍ଷୀର, ଧନ ତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ କ୍ଷୀର କାହାକୁ ବି ଦେବା ଉଚିତ ନୁହେଁ | ତେବେ ଚାଉଳ ମଧ୍ୟ ଏହି ଦିନ କାହାକୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ଦରିଦ୍ରତା ଏବଂ ଟେନ୍ସନ ଆସିଥାଏ | ଏହି ସମୟରେ ଯଦି କେହି ଶ୍ରୀଗଣେଶ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣିବାକୁ କହୁଛନ୍ତି ତେବେ ପଇସା ନନେଇକି ଦେବେ ନାହିଁ | ଏହି ସମୟରେ କାହାକୁ ବି ଉଧାର ଦିଅନ୍ତୁ ନାହିଁ କାରଣ ଏହି ସମୟ ରେ ଲକ୍ଷ୍ମୀ ଚାଲିଯାଇ ଥାନ୍ତା |

ଏହି ଦିନ ବହି ଖାତା ନୂଆ କରିବାର ବିଧାନ ରହିଛି ଏବଂ ରେଶମୀ ବସ୍ତ୍ର କାହାକୁ ଦିଅନ୍ତୁ ନାହିଁ | ଖାସ କରି ଲାଲ କପଡା ଏବଂ ଶ୍ରୀଙ୍ଗାର ବାସ୍ତୁ କାହାକୁ ବି ଦିଅନ୍ତୁ ନାହିଁ |ଦହି ଏବଂ ଘିଅ ମଧ୍ୟ ଏହି ଦିନ କାହାକୁ ଦେବା ଉଚିତ ନୁହେଁ | ଧନତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ ରାତିରେ ଦହି ଖାଇବ ଉଚିତ ନୁହେଁ ଏହା ଦ୍ୱାରା ଦରିଦ୍ରତା ଆସିଥାଏ ଏବଂ ଦେହ ବି ଖରାପ ହୋଇଥାଏ |

କାହାକୁ ବି ଘଣ୍ଟା କିମ୍ଵା ଧାରୁଆ ଜିଣିଷ ଉପହାର ସ୍ୱରୂପ. ଦେବେ ନାହିଁ ନହେଲେ ସମ୍ପର୍କ ଖରାପ ହୋଇଯିବ | ଜୋତା ଚପଲ ମଧ୍ୟ ଏହି ଦିନ ରେ କାହାକୁ ଦେବା ଉଚିତ ନୁହେଁ | ଏହି ଦିନ କଳା ରଙ୍ଗର ଶାଢ଼ୀ କିମ୍ଵା ପୋଷାକ କିଣନ୍ତୁନି କି ପିନ୍ଧନ୍ତୁନି ଅଶୁଭ ହୋଇଥାଏ | ଯଦି ଆପଣ ଧନ ତେରସ ରେ ଗଡି କିମ୍ବା ଘର କିଣିବାକୁ ଚାହୁଁଛନ୍ତି ତେବେ ଆଗରୁ ପାଇଁସା ପେମେଣ୍ଟ କରିଦିଅନ୍ତୁ | ଏହି ଦିନ ଜମି କିମ୍ଵା କୌଣସି ଜିନିଷ ମଧ୍ୟ କିଣିପାରିବେ କାରଣ ଜିନିଷ କିଣିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *