ଦୀପାବଳି ସବୁ ହିନ୍ଦୁ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତେବେ ଏହି ଦୀପାବଳିକୁ ଦୀପର ଉତ୍ସବ ବୋଲି ମଧ୍ୟ କୁହାଯାଏ । ଚଳିତ ବର୍ଷ ଅକ୍ଟୋବର ୨୪ ଏବଂ ୨୫ ରେ ଦୀପାବଳି ଉତ୍ସବ ପାଳିତ ହେବ । ଦୀପାବଳି ସାଧରଣତଃ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହାର ଠିକ କିଛିଦିନ ପୂର୍ବରୁ ଧନତେସନ ପାଳିତ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ବ୍ୟତୀତ କୁବେରଙ୍କୁ ମଧ ସ୍ଥାପନ କରି ପୂଜା କରାଯାଏ ।
ଏହି ଦିନ ଧନ ରତ୍ନ ସୁନା ଚାନ୍ଦି କିଣିବାର ବିଧାନ ରହିଛି । ତେବେ ଉପଯୁକ୍ତ ସମୟରେ ହିଁ ଏହା କ୍ରୟ କରିବା ଉଚିତ । ତେବେ ଏହିଦିନ ଗୋମାତାଙ୍କୁ ପୂଜା କରିବାର ମଧ୍ୟ ବିଧାନ ରହିଛି ।ହିନ୍ଦୁ ଧର୍ମରେ ଗୋମାତାଙ୍କ ପୂଜା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଗୋମାତାଙ୍କ ସୁଲଭ ମଧ୍ୟରେ ୩୫ କୋଟି ଦେବଦେବୀ , ପିତୃ ମଧ୍ୟ ରହିଥାନ୍ତି । ତେଣୁ ଗୋମାତାଙ୍କୁ ନିଷ୍ଠାର ସହିତ ପୂଜା କଲେ ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଏହାବ୍ୟତୀତ ଗୋମତାଙ୍କୁ ପୂଜା କରି , ଭୋଗ ଲଗାଇ ଆଶୀର୍ବାଦ ନେଇ ନିଜ ମନସ୍କାମନା କହିଲେ ସବୁ ମନସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ । ମାତ୍ର ଗୋମାତାଙ୍କୁ ରଖିବା ଏବଂ ପୂଜା କରିବାର କିଛି ସ୍ୱତନ୍ତ୍ର ବିଧି ବିଷୟରେ ନିଶ୍ଚୟ ଜାଣି ରଖିବା ଉଚିତ । କାରଣ ଅନେକ ଲୋକ ଗୋମାତାଙ୍କୁ ରଖିବାର ସାମ୍ୟର୍ଥ ନଥାଏ । ମାତ୍ର ସେମାନଙ୍କ ପାଇଁ କିଛି ଉପାୟ ରହିଛି ଯାହା କରିବା ଦ୍ୱାରା ଗୋମତାଙ୍କୁ ରଖିବାର ସମାନ ପୁଣ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆଜି ଆମେ କହିବୁ ଯେ ଏହି ଧନତେରସ ଦିନ ଗୋମତାଙ୍କୁ କେଉଁ ଜିନିଷ ଖୁଆଇଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଗୁରୁବାର ଦିନ ଗାଈକୁ ରୁଟି ଖୁଆଇଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ । ଏହିଦିନ ଅଟାରେ ଅଳ୍ପ ହଳଦୀ ମିଶାଇ ରୁଟି ପ୍ରସ୍ତୁତ କରି ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହେବା ସହିତ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ । ଏହାବ୍ୟତୀତ ରୁଟିରେ ଗୁଡ଼ ମିଶାଇ ଗାଈକୁ ଦେଲେ ଶୁକ୍ର ମଜବୁତ ହୋଇଥାଏ ଯାହା ଜୀବନରେ ଖୁସି ଆଣିଥାଏ । ତେବେ ଗାଈକୁ କିଛି ଜିନିଷ ଖାଇବାକୁ ଦେବା ମଧ୍ୟ ଉଚିତ ନୁହେଁ । ଯେମିତିକି ବାସୀ ଏବଂ ପଚା ସଢ଼ା ଖାଦ୍ୟ ଗାଈକୁ ଦେବା ଉଚିତ ନୁହେଁ । ଏହାବ୍ୟତୀତ ବଳକା ଖାଦ୍ୟ ଆକାରରେ ଗାଈକୁ ଖାଇବାକୁ ଦେଲେ ତାର ଅପମାନ ହୋଇଥାଏ ।
ଗାଈକୁ ତ୍ରେତୟା ଯୁଗରୁ ସୀତାଙ୍କ ଅଭିଶାପ କାରଣରୁ ଅଇଁଠା ଖାଇବାକୁ ପଡ଼ିଥାଏ । ତେଣୁ ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ମାତ୍ର ପ୍ରତ୍ୟେକ ଦିନ ଘରର ପ୍ରଥମ ରୁଟି ଖୁଆଇବା ଉଚିତ । ଏହାଦ୍ବାରା ସବୁ ପାପ ନଷ୍ଟ ହୋଇଯାଏ ଏବଂ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଯଦି ଆପଣ କୌଣସି ସହରରେ ରହୁଛନ୍ତି ଏବଂ ଗାଈ ରଖିବାକୁ ସକ୍ଷମ ନୁହନ୍ତି

ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ ଶେଷରେ କିଛି ବର୍ଷ ପରେ ସେହି ଟଙ୍କାରେ ଗରିବାକୁ ଖାଇବାକୁ ଦିଅନ୍ତୁ । କିମ୍ବା ରୁଟି ବନାଇ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ । ମାତ୍ର ସମ୍ଭବ ନହେଲେ କୌଣସି ଗରିବ କିମ୍ବା ଅନାଥକୁ ମଧ୍ୟ ଦେଇ ପାରିବେ । ଏହାଦ୍ବାରା ସମାନ ଫଳ ପ୍ରାପ୍ତ ହୋଇଥାଏ । ମାତ୍ର ଗାଈ ପ୍ରତି କେବେ ଅନାଦର କିମ୍ବା ଘୃଣା ଭାବ ଆଣନ୍ତୁ ନାହିଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।
ଯଦି ଆପଣ କୌଣସି ସ୍ଥାନରେ ଘର ତିଆରି କରିବାକୁ ଚାହୁଁଛନ୍ତି ତେବେ ସେଠାରେ ଏକ ସପ୍ତାହ ପର୍ଯ୍ୟନ୍ତ ଗାଈ ଏବଂ ବାଛୁରୀ ବାନ୍ଧି ଦିଅନ୍ତୁ । ସେହି ସ୍ଥାନରେ ଯଦି କୌଣସି ନକରାତ୍ମକ ଶକ୍ତି ଥିବ ତେବେ ତାହା ଦୂର ହୋଇଯିବ । ଏହା ବ୍ୟତୀତ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରକୁ ଯାଉଥିଲେ ଗାଈ ଦେଖିଲେ ତାହା ସଫଳତାର ସଙ୍କେତ ହୋଇଥାଏ । ପିତୃ ପକ୍ଷରେ ଦ୍ୱାରକୁ ଗାଈ ଆସିଲେ ଭୋଜନ କରାଇବା ସହିତ ହାତ ଯୋଡ଼ି ପ୍ରଣାମ କରନ୍ତୁ ଏବଂ ନିଜ ମନସ୍କାମନା କରନ୍ତୁ । ମାତ୍ର ଯଦି ଆପଣ ଅନାଦର କରନ୍ତି ତେବେ ପିତୃ କ୍ରୋଧିତ ହୁଅନ୍ତି ଏବଂ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ । ଏହା ସହିତ ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।
