କାର୍ତ୍ତିକ ମାସରେ ସ୍ନାନ ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ , ମିଳିବ ଗଙ୍ଗା ସ୍ନାନ ସମାନ ପୁଣ୍ୟ

ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ଏହାକୁ ଧର୍ମ ମାସ କିମ୍ବା ପୁଣ୍ୟର ମାସ ମଧ୍ୟ କୁହାଯାଇଥାଏ । ତେବେ ଚଳିତ ବର୍ଷ ଏହି କାର୍ତ୍ତିକ ମାସ ନଭେମ୍ବର ୧ ରୁ ଶନିବାରରୁ ଆରମ୍ଭ ହୋଇ ନଭେମ୍ବର ୩୦ ସୋମବାରରେ ଶେଷ ହେବ । ତେବେ ଏହି ମାସରେ ସମସ୍ତ ଧର୍ମ କାର୍ଯ୍ୟ ଯେମିତିକି ମନ୍ଦିର ପୂଜା , ଧାର୍ମିକ ଅନୁଷ୍ଠାନ ଏହି ସମସ୍ତ କାର୍ଯ୍ୟ ହେବ । ଭଗବାନଙ୍କ ପୂଜା ଅର୍ଚ୍ଚନା ଏବଂ ସବୁ ଧାର୍ମିକ କାର୍ଯ୍ୟ ମଧ୍ୟ ହେବ ।

ଏହିଦିନ ତୁଳସୀ , ଶାଲିଗ୍ରାମର ପୂଜା ମଧ୍ୟ ହେବ । ଧନ ସମ୍ପତ୍ତି ପ୍ରାପ୍ତିର କାମନା କରାଯିବ ଏବଂ ଏହିଦିନ ବ୍ୟାପାର ବ୍ୟବସାୟରେ ଉନ୍ନତି ପାଇଁ ଅନେକ ଉପାୟ ମଧ୍ୟ କରାଯାଇଥାଏ । ଚଳିତ ବର୍ଷର କାର୍ତ୍ତିକ ମାସ ମହିଳାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଏହି ମାସରେ ଆଉ ଅନ୍ୟ ପବିତ୍ର ପର୍ବପର୍ବାଣି ମଧ୍ୟ ରହିଛି । ପୁଣି କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ମାସ କହିଲେ ଚଳେ । ତେଣୁ ଏହି ମାସରେ ଧନ ଲାଭ , ଉତ୍ତମ ସ୍ୱାସ୍ଥ୍ୟ ଏବଂ ପୁଣ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ ।

ଧର୍ମ ଗ୍ରନ୍ଥ ଅନୁଯାୟୀ ସୂର୍ଯ୍ୟ ପୁତ୍ର କାର୍ତ୍ତିକେୟ ମଧ୍ୟ ଏହିଦିନ ରାକ୍ଷସର ବଧ ମଧ୍ୟ କରିଥିଲେ ।ଏହି ମାସରେ ସ୍ନାନ କରିବାର ଏକ ସ୍ୱତନ୍ତ୍ର ବିଧାନ ରହିଛି । ଯାହାକୁ କରିଲେ ହିଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଏମିତିରେ ତ କାର୍ତ୍ତିକ ମାସରେ ସ୍ନାନ ପବିର ନଦୀ ସରୋବରରେ କରିବାର ବିଧାନ ରହିଛି । ତେଣୁ ଯଦି ପ୍ରତ୍ୟେକ ଦିନ ଏହି ମାସରେ ଆପଣ ନଦୀକୁ ସ୍ନାନ କରବାକୁ ଯାଇ ପାରୁ ନାହାଁନ୍ତି ତେବେ ଘରେ ହିଁ ସ୍ନାନ କରନ୍ତୁ ।

ତେବେ ସ୍ନାନ କରିବା ପାଣିରେ ଗଙ୍ଗା ଜଳ ମିଶାଇ ଦିଅନ୍ତୁ । କିନ୍ତୁ ଯଦି ଆପଣଙ୍କ ପାଖରେ ଗଙ୍ଗା ଜଳ ନାହିଁ ତେବେ ଦୁଇଟି ତୁଳସୀ ପତ୍ର ଦେଇ ନିୟମିତ ଭାବରେ ସ୍ନାନ କରନ୍ତୁ । ଯଦି ଆପଣଙ୍କ ଘରେ ତୁଳସୀ ପତ୍ର ବି ନଥାଏ ତେବେ ରାତିରେ ଏକ ତମ୍ବା ପାତ୍ରରେ ପାଣି ରଖି ଦିଅନ୍ତୁ ଏବଂ ସକାଳୁ ସେହି ପାଣିକୁ ସ୍ନାନ କରୁଥିବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ସେହି ସମାନ ପୁଣ୍ୟ ପ୍ରାପ୍ତ ହେବ । କାରଣ ତମ୍ବା ପାତ୍ରରେ ରଖା ଯାଇଥିବା ପାଣି ମଧ୍ୟ ଗଙ୍ଗା ଜଳ ସଦୃଶ ପବିତ୍ର ହୋଇଥାଏ ।

Leave a Reply

Your email address will not be published. Required fields are marked *