ଦୀପାବଳି ସବୁ ହିନ୍ଦୁ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତେବେ ଏହି ଦୀପାବଳିକୁ ଦୀପର ଉତ୍ସବ ବୋଲି ମଧ୍ୟ କୁହାଯାଏ । ଚଳିତ ବର୍ଷ ଅକ୍ଟୋବର ୨୪ ଏବଂ ୨୫ ରେ ଦୀପାବଳି ଉତ୍ସବ ପାଳିତ ହେବ । ଦୀପାବଳି ସାଧରଣତଃ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହାର ଠିକ କିଛିଦିନ ପୂର୍ବରୁ ଧନତେସନ ପାଳିତ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ବ୍ୟତୀତ କୁବେରଙ୍କୁ ମଧ ସ୍ଥାପନ କରି ପୂଜା କରାଯାଏ । ଏହି ଦିନ ଧନ ରତ୍ନ ସୁନା ଚାନ୍ଦି କିଣିବାର ବିଧାନ ରହିଛି । ତେବେ ଉପଯୁକ୍ତ ସମୟରେ ହିଁ ଏହା କ୍ରୟ କରିବା ଉଚିତ ।
ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ସମେତ ଧନମନ୍ତ୍ରୀ ଦେବତା ମଧ୍ୟ ପ୍ରକଟ ହୋଇଥିଲେ । ତେଣୁ ଏହି ଦିନ ବାସନ ଏବଂ ସୁନା ଚାନ୍ଦି କିଣିବା ଦ୍ୱାରା ଦେବତା ପ୍ରସନ୍ନ ହୁଅନ୍ତି । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ସ୍ୱତନ୍ତ୍ର ପୂଜା କରିବାର ବିଧାନ ରହିଛି । ଏକ ପୁରୁଣା ମାନ୍ୟତା ଅନୁଯାୟୀ ଧନତେରସ ଦିନ ସୁନା ଚାନ୍ଦି ଆଭୂଷଣ କିଣିବା ଅତ୍ୟନ୍ତ ଶୁଭ ଅଟେ । ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଏହି ଧନତେରସ ଦିନ କିଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଧନ ଆସିବା ପରିବର୍ତ୍ତେ ଚାଲିଯାଏ । ତେବେ ଚାଲନ୍ତୁ ସେହିସବୁ ଜିନିଷ ବିଷୟରେ ଜାଣିନେବା ।

ଧନତେରସ ଦିନ ଷ୍ଟିଲ ନିର୍ମିତ ବାସନ କିଣିବା ଉଚିତ ନୁହେଁ କାରଣ ଏହାଦ୍ୱାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । କେବଳ ଷ୍ଟିଲ ନୁହେଁ ବରଂ ଲୁହା ଏବଂ ଆଲୁମିନିୟମ ନିର୍ମିତ ବାସନ ଆଣିବା ଦ୍ୱାରା ମଧ୍ୟ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହିଦିନ କେବଳ ପ୍ରାକୃତିକ ଧାତୁରେ ତିଆରି ବାସନ ଆଣିବା ଉଚିତ । ତାହା ହେଉଛି ପିତ୍ତଳ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ବୈଭବ ଐଶ୍ୱର୍ଯ୍ୟ ଆସିଥାଏ । ତେଣୁ ଏହି ଦିନ ଷ୍ଟିଲ , ଲୁହା ଏବଂ ଆଲୁମିନିୟମ ନିର୍ମିତ ଜିନିଷ ଆଣନ୍ତୁ ନାହିଁ କେବଳ ପିତ୍ତଳ ଜିନିଷ ଆଣନ୍ତୁ ।
୨ . ଏହିଦିନ ଘରକୁ ବାସନ ଆଣିଲେ ତାହାକୁ ଖାଲି ଆଣନ୍ତୁ ନାହିଁ ବରଂ ସେଥିରେ କିଛି ଜିନିଷ ଭରି ଘରକୁ ଆଣନ୍ତୁ । ଏହିଦିନ ଧାରୁଆ ଜିନିଷ କିଣିବା ଶୁଭ ହୋଇ ନଥାଏ । ଏହାବ୍ୟତୀତ ପ୍ଲାଷ୍ଟିକ ଜିନିଷ ମଧ୍ୟ ଅତ୍ୟନ୍ତ ଅଶୁଭ ହୋଇଥାଏ ଯାହା ସମୃଦ୍ଧି ଆଣି ନଥାଏ ।

୩ . ଧନତେରସ ଦିନ କାଚ ନିର୍ମିତ କିମ୍ବା ଚିନା ମାଟିରେ ତିଆରି କୌଣସି ପାତ୍ର କିମ୍ବା କଳସି କିଣିବା ଉଚିତ ନୁହେଁ । କାଚ ନିର୍ମିତ କୌଣସି ଜିନିଷ ଯେମିତିକି ଚଷମା ମଧ୍ୟ କିଣିବା ଉଚିତ ନୁହେଁ । କାରଣ ସେସବୁ ଚିରସ୍ଥାୟୀ ହୋଇ ନଥାଏ ।
୪ . ଧନ ତେରସ ଦିନ କଳା ରଙ୍ଗର ଜିନିଷ କିଣିବା ଉଚିତ ନୁହେଁ । କାରଣ କଳା ରଙ୍ଗ ନକରାତ୍ମକତାର ସୂଚକ ହୋଇଥାଏ । ଏହା ଦୁର୍ଭାଗ୍ୟର ପ୍ରତୀକ ମଧ୍ୟ ହୋଇଥାଏ । ଏହାବ୍ୟତୀତ କୌଣସି ଅଶୁଦ୍ଧ ଜିନିଷ କିଣିବା ମଧ୍ୟ ଭଲ ହୋଇ ନଥାଏ । ଏହିଦିନ ନକଲି ତେଲ କିମ୍ବା ଘିଅ ଦୀପ ଜାଳନ୍ତୁ ନାହିଁ । ନଚେତ ଏହାଦ୍ବାରା ନକରାତ୍ମକତା ଆସିଥାଏ ।
