ଶନିବାର ଦିନ ଅଶ୍ୱତ୍ଥ ଗଛ ତଳେ ଏହି ଜିନିଷ ଜଳାଇବା ଦ୍ୱାରା ହୋଇଥାଏ ଚମତ୍କାର , ଜାଣି ରଖନ୍ତୁ

ଆମ ହିନ୍ଦୁ ଧର୍ମ ଅନୁଯାୟୀ ଅଶ୍ୱତ୍ଥ ବୃକ୍ଷର ଅନେକ ମହତ୍ତ୍ୱ ରହିଛି । ଏହି ଗଛକୁ ପୂଜା କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ଏମିତିକି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଯଦି ପ୍ରତ୍ୟେକ ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପଣ କରେ ତେବେ ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ ହୋଇଯାଏ । ଯଦି ଆପଣଙ୍କର ଆର୍ଥିକ ସମସ୍ୟା , ସ୍ଵାସ୍ଥ୍ୟ ସମସ୍ୟା , କରଜ ସମସ୍ୟା କିମ୍ବା ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ଅଶ୍ୱତ୍ଥ ଗଛରେ ଜଳ ଅର୍ପିତ କରି , ଦୀପ ଜାଳାଇ ପରିକ୍ରମା କରନ୍ତୁ । ଏହି ବୃକ୍ଷକୁ ସାକ୍ଷାତ ବିଷ୍ଣୁଙ୍କ ରୂପ ମାନା ଯାଇଥାଏ । ଏଥିରେ ପିତୃ ଏବଂ ୩୫ କୋଟି ଦେବଦେବୀ ମଧ୍ୟ ବାସ କରନ୍ତି । ତେଣୁ ଏହି ଗଛକୁ ପୂଜା କଲେ ଚମତ୍କାରୀ ରୂପରେ ଫାଇଦା ମିଳିଥାଏ ।

ଏହି ଗୋଟିଏ ଗଛକୁ ପୂଜା କରିବା ଦ୍ୱାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ମିଳିଥାଏ । ତେବେ ପ୍ରଥମ ଉପାୟ ଶନିବାର ସୂର୍ଯ୍ୟାସ୍ତ ପରେ ହିଁ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । ଏହି ଉପାୟ କରିବା ପାଇଁ କୌଣସି ଶନିବାର ଏକ ପୁରୁଣା ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଆନ୍ତୁ । ଉପାୟ ପାଇଁ ଏକ ରୋଲି , ନାଲି କପଡ଼ା , ମୋୖଲି ସୂତା ଏବଂ ଅଟା ଦୀପ ନେଇ ଯାଆନ୍ତୁ । ଦୀପକୁ ତେଲ ତେଲରେ ପ୍ରଜ୍ଜ୍ୱଳନ କରନ୍ତୁ ।

ଅଟା ଦୀପ ମନସ୍କାମନା ପୂରଣ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୂର୍ଯ୍ୟାସ୍ତ ଠାରୁ ରାତି ୮ ପର୍ଯ୍ୟନ୍ତ ଅଶ୍ୱତ୍ଥ ବୃକ୍ଷର ପୂଜା କରନ୍ତୁ । ପ୍ରଥମେ ଅଶ୍ୱତ୍ଥ ବୃକ୍ଷ ଏବଂ ତାପରେ ସବୁ ଦେବଦେବୀ , ଶ୍ରୀହରୀ ବିଷ୍ଣୁ , ଶନି ଦେବ ଏବଂ ହନୁମାନଙ୍କୁ ପ୍ରଣାମ କରନ୍ତୁ । ଏହାପରେ ଅଟା ଦୀପ ପ୍ରଜ୍ଜ୍ଵଳିତ କରି ଦିଅନ୍ତୁ ।

ଏହାପରେ ହନୁମାନ ଚାଲିଶା ପାଠ କରି ଦିଅନ୍ତୁ । ଏହାପରେ ଏକ ଅଶ୍ୱତ୍ଥ ପତ୍ରକୁ ନଛିଡାଇ ସେଥିରେ ରୋଲି ଦ୍ୱାରା ଅନାମିକା ଆଙ୍ଗୁଠିରେ ନିଜର ସମସ୍ୟା ଲେଖି ଦିଅନ୍ତୁ । ଏହା ଉପରେ ମୋୖଲି ସୂତାକୁ ସାତ ଥର ଗୁଡାଇ ଦିଅନ୍ତୁ । ଏହାପରେ ବଳି ଯାଇଥିବା ସୂତାକୁ ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହାପରେ ଏକ ଚମତ୍କାରୀ ମନ୍ତ୍ର ସେହି ଅଶ୍ୱତ୍ଥ ବୃକ୍ଷ ତଳେ ବସି ଜପ କରନ୍ତୁ । ମନ୍ତ୍ରଟି ହେଉଛି ‘ ଓଁ ହିଂ ବଟ ସ୍ୱାହା ‘ ।

ଅଶ୍ୱତ୍ଥ ବୃକ୍ଷର ଛାୟା ତଳେ ବସି କୌଣସି ମନ୍ତ୍ର ଜପ କଲେ ତାହା ବହୁତ ଜଲଦି ସିଦ୍ଧ ହୋଇଥାଏ । ଏହାପରେ ମୂଳରୁ କିଛି ମାଟି ନେଇ ନାଲି କପଡ଼ାରେ ବାନ୍ଧି ଘରକୁ ଆସି ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାପରେ ଅଶ୍ୱତ୍ଥ ବୃକ୍ଷକୁ ପ୍ରଣାମ କରି ଘରକୁ ପଳାଇ ଆସନ୍ତୁ ।

ଦେଖିବେ ଏହି ଉପାୟ ଦ୍ୱାରା ଆପଣଙ୍କର କୌଣସି ବି ସମସ୍ୟା ଯେମିତିକି ଆର୍ଥକ ସମସ୍ୟା , ଚାକିରୀ ସମ୍ବନ୍ଧୀୟ ସମସ୍ୟା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି କୌଣସି କାରଣରୁ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ମଧ୍ୟ ଏହି ଉପାୟ କରି ଦିଅନ୍ତୁ । ଯଦି ଆପଣ କୌଣସି କରଜରେ ବୁଡ଼ି ରହିଛନ୍ତି କିମ୍ବା ପାରିବାରିକ କଳହ ଚିନ୍ତାରେ ପକାଉଛି ତେବେ ମଧ୍ୟ ଏହି ଉପାୟ କରି ପାରିବେ । ଯଦି ଶିକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ ତେବେ ମଧ୍ୟ ଏହି ଉପାୟ କରିବା ଦ୍ୱାରା ତାହା ପୂରଣ ହୋଇଯିବ ।

Leave a Reply

Your email address will not be published. Required fields are marked *