ଲୁଣକୁ ନେଇ କରି ଦିଅନ୍ତୁ ଏହି ଉପାୟ , ବହୁତ ଜଲଦି ହୋଇଯିବେ କୋଟିପତି :-

ମନୁଷ୍ୟ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଥାଏ । ତେବେ ତାହା ରୋଷେଇ ପାଇଁ ହେଉ କିମ୍ବା ଜ୍ୟୋତିଷ ପ୍ରୟୋଗ ହେଉ । ନଅଟି ଯାକ ଗ୍ରହର ଦୋଷ ଦୂର କରିବା ପାଇଁ ମଧ୍ୟ ଲୁଣର ବିଭିନ୍ନ ପ୍ରୟୋଗ କରାଯାଏ । ଲୁଣ ବିଭିନ୍ନ ପ୍ରକାର ମଧ୍ୟ ରହିଛି ଯଥା ପାହାଡ଼ି ଲୁଣ , କଳା ଲୁଣ ଏବଂ ସାଧାରଣ ବା ସମୁଦ୍ରି ଲୁଣ । ସେହିପରି ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ ଘରେ କୌଣସି ଏକ କାଚ ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯିବା ସହିତ ସକାରାତ୍ମକ ଶକ୍ତିର ପ୍ରବେଶ ହେବ ଏବଂ ମାନସିକ ଚିନ୍ତା ମଧ୍ୟ ଦୂରେଇ ଯିବ । ଆଜିକାର ଏହି ଲେଖାରେ ଆମେ ଲୁଣର ଭିନ୍ନ ଭିନ୍ନ ଉପଯୋଗ ବିଷୟରେ କହିବାକୁ ଯାଉଛୁ ।

୧ . ଲୁଣକୁ ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଆଦୋୖ ଉଚିତ ନୁହେଁ । ନଚେତ ଏହାଦ୍ବାରା ଦୋଷ ଉତ୍ପନ୍ନ ହୋଇଥାଏ । ଏବଂ ଚନ୍ଦ୍ର ଏବଂ ଶୁକ୍ର ଜାତକରେ ନିଚ୍ଚରେ ରହିଥାଏ ନଚେତ ଏହାଦ୍ବାରା ରାହୁ ଦୋଷ ଏବଂ ଭିନ୍ନ ଭିନ୍ନ ସମସ୍ୟା ଜୀବନରେ ସୃଷ୍ଟି ହୋଇଥାଏ ।

୨ . ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ । ଏହାଦ୍ବାରା ଶୁକ୍ର ଏବଂ ଚନ୍ଦ୍ର ମଧ୍ୟ ମଜବୁତ ହୋଇଥାଏ । ପୁଣି ଘରଟି ବାଥରୁମରେ ଏକ କାଚ ପାତ୍ରରେ କ୍ରିସ୍ଟାଲ ସଲଟ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ସେହି ଲୁଣକୁ ପ୍ରତି ୧୫ ଦିନରେ ଥରେ ବଦଳାଇ ଦିଅନ୍ତୁ । ବ୍ୟବହାର ହୋଇ ସାରିଥିବା ଲୁଣକୁ ୱାଶ ରୁମରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ଘରେ ଏଣେତେଣେ ଘୁରି ବୁଲୁଥିବା ସୂକ୍ଷ୍ମ ଜୀବାଣୁର ମଧ୍ୟ ନାଶ ହୋଇଥାଏ । ଆପଣ ଚାହିଁଲେ ରୋକ ସଲଟ ଲ୍ୟାମ୍ପ ମଧ୍ୟ ଘରେ ଆଣି ରଖି ପାରିବେ । ଏହାଦ୍ବାରା ଘରୁ ସୂକ୍ଷ୍ମ ଜୀବାଣୁ ଏବଂ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଘରର ବାସ୍ତୁ ମଧ୍ୟ ମଜବୁତ ହୋଇଥାଏ । ମାତ୍ର ଲୁଣକୁ କାହାକୁ ହାତରେ ଦିଅନ୍ତୁ ନାହିଁ ।

୩ . ଯଦି ଆପଣ ଲୁଣକୁ କାହାକୁ ଖାଇବାକୁ ଦେଉଛନ୍ତି ତେବେ ମଧ୍ୟ ତାହାକୁ ସିଧାସଳଖ ହାତରେ ଦିଅନ୍ତୁ ନାହିଁ ନଚେତ ସମ୍ବନ୍ଧ ନଷ୍ଟ ହୋଇଥାଏ । ଯଦି ଆପଣଙ୍କର ରାହୁ କିମ୍ବା ଶନି ଦୋଷ ଭଳି ସମସ୍ୟା ରହିଛି ତେବେ ଘର ଭିତର ବ୍ୟତୀତ ଘର ବାହାରେ ମଧ୍ୟ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଘରର ମୁଖ୍ୟ ଦ୍ୱାରା ଉପରେ ବାନ୍ଧି ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଅଟକି ରହିଥିବା ଧନ ସମ୍ପତ୍ତି ପୁନର୍ବାର ଫେରି ଆସେ ।

୪ . ଯଦି ଆପଣ ରୋକ ସଲଟ ଲ୍ୟାମ୍ପ ଆଣି ପାରୁ ନାହାଁନ୍ତି ତେବେ ଏକ ଗ୍ଲାସରେ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ଦିଅନ୍ତୁ ଏବଂ ତାହାର ପଛରେ ଏକ ଲାଇଟ ଜାଳି ଦିଅନ୍ତୁ । ଯେତେବେଳେ ପାଣି ଶୁଖିଯିବ ତାହାକୁ ନେଇ ୱାଶରୁମରେ ଫ୍ଲସ କରି ପୁଣିଥରେ ଗ୍ଲାସରେ ଲୁଣ ପାଣି ରଖନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ।

୫ . ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ସପ୍ତାହରେ ଅତିକମରେ ଥରେ ପାଣିରେ ଲୁଣ ମିଶାଇ ଘରେ ପୋଛା ମାରନ୍ତୁ । କେବଳ ଗୁରୁବାର ଦିନ ଏହି କାମ କରନ୍ତୁ । ଏପରିକଲେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରେ ସ୍ଥାୟୀ ବାସ ହୋଇଥାଏ । ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଇଥାଏ ।

୬ . ଘରେ ଯଦି କୌଣସି ଛୋଟ ପିଲା ଉପରେ ନଜର ଦୋଷ ଲାଗିଛି ତେବେ ଘରର କେହି ବୟସ୍କ ବ୍ୟକ୍ତି ବାମ ହାତରେ ଲୁଣ , ନାଲି ଶୁଖିଲା ଲଙ୍କା ଏବଂ ୭ ଟି ଦାନା ଲବଙ୍ଗ ନେଇ ସେହି ପିଲା କିମ୍ବା ବ୍ୟକ୍ତି ଉପରେ ସାତ ଥର ବୁଲାଇ ଗ୍ୟାସ କିମ୍ବା ଜଳୁଥିବା କାଠ ଉପରେ ପକାଇ ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ମାତ୍ର ଧ୍ୟାନ ଦିଅନ୍ତୁ ଯେ ଯାହାଙ୍କ ନଜର ଉତାରୁଛନ୍ତି ସେ ନିଶ୍ଚିତ ଭାବରେ ଆପଣଙ୍କ ଠାରୁ ଅଧିକ ବୟସର ହୋଇଥିବା ଆବଶ୍ୟକ ନଚେତ କମ ବୟସର ହୋଇଥିଲେ ତାଙ୍କ ଭିତରେ ଅଧିକ ସକାରାତ୍ମକତା ରହିଥିବା ଆବଶ୍ୟକ ।

୭ . ଆଉ ଏକ ଉପାୟ ଅନୁଯାୟୀ ନଜର ଦୋଷ ଦୂର କରିବା ପାଇଁ ମୁଠାଏ ଲୁଣ , ରାଇ ଏବଂ ପିଆଜ ଚୋପା , ନାଲି ଶୁଖିଲା ଲଙ୍କାକୁ ମୁଣ୍ଡ ଉପର ଦେଇ ବୁଲାଇ ଜଳୁଥିବା ଅବସ୍ଥାରେ ଘର ବାହାରକୁ ଫିଙ୍ଗି ଦିଅନ୍ତୁ । ମାତ୍ର ଲୁଣ ପାଦରେ ବାଜିଲେ ଶୁଭ ହୋଇ ନଥାଏ । ତେଣୁ ଆପଣ ବାଥରୁମରେ ଗାଧୋଇବା ସମୟରେ ହିଁ ମୁଠାରେ ଲୁଣ ନେଇ ତିନି ଥର ମୁଣ୍ଡ ଉପର ଦେଇ ଓଲଟା ବୁଲାଇ ୱାଶରୁମରେ ହିଁ ଫ୍ଲସ କରି ଦିଅନ୍ତୁ । ଏହାଡ଼ ନଜର ଦୋଷ ଦୂର ହୋଇଯିବ ।

୮ . ସପ୍ତାହରେ ଥରେ ଲୁଣ ମିଶା ପାଣିରେ ପ୍ରତ୍ୟେକ ବ୍ୟକ୍ତି ସ୍ନାନ କରିବା ଆବଶ୍ୟକ । ଏହାଦ୍ବାରା ଚର୍ମ ଜନିତ ରୋଗ ଦୂରେଇ ଯାଏ ।

୯ . ଯଦି ଆପଣ ମାନସିକ ଚିନ୍ତାର ଶିକାର ହୋଇଛନ୍ତି କିମ୍ବା ନିଦ ଭଲ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ହାତ ଗୋଡ଼ ଧୋଇଲେ ଚିନ୍ତା ଦୂର ହେବା ସହିତ ନିଦ ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *