5 ଅକ୍ଟୋବର ବିଜୟାଦଶମୀ ( ଦଶହରା ) ରେ କରନ୍ତୁ ଏହି 9 ମଧ୍ୟରୁ କୌଣସି ବି 1 ଉପାୟ ଜୀବନରେ କେବେ ବି ହେବ ନାହିଁ ଧନର ଅଭାବ..

ଆଜି ଶୁଭ ଦଶହରା ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା | ଆଜି ଆମେ ଆପଣଙ୍କୁ କହିବୁ କେଉଁ ଉପାୟ ଦଶହରା ରେ କରିବା ଦ୍ୱାରା ଜୀବନରେ ଧନର ଅଭାବ ହେବ ନାହିଁ | ସମ୍ପୂର୍ଣ 9 ଦିନ ମା ଙ୍କୁ ପୂଜା କରିବା ସହ ଆମେ ଆଶୀର୍ବାଦ ମଧ୍ୟ ନେଇଛୁ | ତେବେ ଦଶହରା ଅତ୍ୟନ୍ତ ଶୁଭ ତିଥି ହୋଇଥାଏ ଏହି ଦିନ ସମ୍ପୂର୍ଣ ଶୁଭ ଦିନ ଟି ଶୁଭ ହୋଇଥାଏ | ସେଥିପାଇଁ ଯେଉଁ ବି କାମ ଆପଣ ଆରମ୍ଭ କରିବକୁ ଚାହୁଁଛନ୍ତି ଏହି ଦିନ କରିପାରିବେ | ତେବେ ବନ୍ଧୁଗଣ ଏହି ଦିନ ଅଁଳା ଗଛ ଲଗେଇବା ବହୁତ ଶୁଭ ହୋଇଥାଏ, ଏହାକୁ ପ୍ରତିଦିନ ଜଳ ଦେବା ସହ ଶନିବାର ଦିନ ସୋରିଷ ତେଲ ର ଦିପ ଜାଳିବା ପୁରା ବର୍ଷ ଧନର ଅଭାବ ହୋଇନଥାଏ |

ଦଶହରା ରେ ରାବଣପୋଡି ପରେ ଆପଣ କିଛି ଗୁପ୍ତ ଦାନ କରିପାରିବେ | ଏହିପରି ମାନ୍ୟତା ରହିଛି ଯଦି ଆପଣ ଏହି ଦିନ କୌଣସି ମନ୍ଦିର ରେ ଝାଡୁ ଅର୍ପଣ କରନ୍ତି ତେବେ ଏହି ଜିନିଷ ଆପଣଙ୍କ ଧନ କୁ ବଢ଼ାଇଥାଏ | ତେବେ ବନ୍ଧୁଗଣ ରାବଣ ପୋଡି ପୂର୍ବରୁ ଆପଣ ଘରର ମୁଖ୍ୟ ଦ୍ୱାରା ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ | ଏହା ସହିତ ଯଦି ଆପଣ ଏହିଦିନ ଅଁଳା ଗଛର ପତ୍ର ମା ଙ୍କୁ ଅର୍ପଣ କରନ୍ତି ଏବଂ ଗଛ ମୂଳେ ଦୀପ ଜାଳାନ୍ତି ତେବେ ଏହା ଦ୍ୱାରା ଆପଣଙ୍କ କୋର୍ଟ କଚେରୀ ସହ ଜଡିତ ମାମଲା ଶେଷ ହୋଇଯିବ |

ଯଦି ଆପଣଙ୍କୁ କିମ୍ଵା ଆପଣଙ୍କ ପରିବାର ସଦସ୍ୟ କୁ ନଜର ଦୋଷ ହେଉଛି କିମ୍ଵା କେହି ତନ୍ତ୍ର ମନ୍ତ୍ର କରିଛି ତେବେ ଫିଟିକିରି ର ଏହି ଉପାୟ ଏହି ଦିନ କରନ୍ତୁ | ଟିକିଏ ଫିଟିକିରି ନିଅନ୍ତୁ ସେଥିରେ ପରିବାର ରା ସମସ୍ତଙ୍କ ସ୍ପର୍ଶ ନିଅନ୍ତୁ ଏବଂ ଏହାକୁ କୌଣସି ଖୋଲା ଜାଗାକୁ ଯାଇ ଭଗବାନ ଙ୍କ ନାମ ନେଇ ଫିଙ୍ଗିଦିଅନ୍ତୁ | ସମସ୍ତ ଦୁଃଖ ଦୂର ହେବ, ଏବଂ ସୁଖ ସମୃଦ୍ଧି ଆସିବ | ଏହା ସହ ଆପଣ ଏହି ଦିନ କୌଣସି ଗରିବ ଲୋକଙ୍କୁ ସହାୟତା କରନ୍ତୁ ଧନର ବୃଦ୍ଧି ହେବ | ଏବଂ ଏହି ଦିନ ଆପଣ କୁକୁରକୁ ଖାଦ୍ୟ ମଧ୍ୟ ଦେଇପାରିବେ ଅତ୍ୟନ୍ତ ଶୁଭ ହୋଇ ଥାଏ |ତେବେ ରାବଣ ପୋଡି ପରେ ପାଉଁଶ କୁ ଘରେ ଆଣି ସୁରକ୍ଷିତ ର ରଖନ୍ତୁ ଏହା ଦ୍ୱାରା ଆପଣଙ୍କୁ କେହି ତନ୍ତ୍ର ମନ୍ତ୍ର କରିପାରିବେ ନାହିଁ |

ଏହି ଦିନ ଶିକା ବାନ୍ଧିବା ଏବଂ ହତିଆର ପୂଜିବାର ମଧ୍ୟ ପରମ୍ପରା ରହିଛି | ଏହି ଦିନ ବିଜୟର ଦିନ ହୋଇଥାଏ, ଏହି ଦିନ ଅତ୍ୟନ୍ତ ଶୁଭ ମଧ୍ୟ ହୋଇଥାଏ | ଏହି ଦିନ ଆପଣ କୌଣସି ବି ଯାତ୍ରା ଏବଂ ବଡ କାର୍ଯ୍ୟ କରିପାରିବେ | ଅତ୍ୟନ୍ତ ଶୁଭଫଳ ମିଳିଥାଏ ଏହା ସହିତ ଆପଣ ଦେବୀ ମାଙ୍କୁ ପୂଜା କରିବା ପରେ ପ୍ରଭୁ ରାମ ଙ୍କୁ ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *