ମଙ୍ଗଳବାର ଦିନ ଲୁଣ ଦ୍ୱାରା କରନ୍ତୁ ଏହି ଗୋଟିଏ ଉପାୟ , ଜୀବନସାରା ଆସିବ ଖୁସି :-

ମନୁଷ୍ୟ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଥାଏ । ତେବେ ତାହା ରୋଷେଇ ପାଇଁ ହେଉ କିମ୍ବା ଜ୍ୟୋତିଷ ପ୍ରୟୋଗ ହେଉ ସବୁଠି ଏହା ଜରୁରୀ ଅଟେ । ନବ ଗ୍ରହର ଦୋଷ ଦୂର କରିବା ପାଇଁ ମଧ୍ୟ ଲୁଣର ପ୍ରୟୋଗ କରାଯାଏ । ଲୁଣ ବିଭିନ୍ନ ପ୍ରକାରର ହୋଇଥାଏ । ତାହା ହେଉଛି ପାହାଡ଼ି ଲୁଣ , କଳା ଲୁଣ ଏବଂ ସାଧାରଣ ବା ସମୁଦ୍ରି ଲୁଣ । ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସାଧାରଣ ଲୁଣର ବ୍ୟବହାର କରାଯିବ ନାହିଁ ବରଂ ପାହାଡ଼ି ଲୁଣର ବ୍ୟବହାର କରାଯିବ ।

ସେହିପରି ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ ଘରେ କୌଣସି ଏକ କାଚ ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯିବା ସହିତ ସକାରାତ୍ମକ ଶକ୍ତିର ପ୍ରବେଶ ହେବ ଏବଂ ମାନସିକ ଚିନ୍ତା ମଧ୍ୟ ଦୂରେଇ ଯିବ । ଆଜିକାର ଏହି ଲେଖାରେ ଆମେ ଲୁଣର ଭିନ୍ନ ଭିନ୍ନ ଉପଯୋଗ ବିଷୟରେ କହିବାକୁ ଯାଉଛୁ ।

୧ . ଲୁଣ ସାଧରଣତଃ ଚନ୍ଦ୍ର ଏବଂ ଶୁକ୍ରଙ୍କ ପ୍ରତିନିଧିତ୍ବ କରିଥାଏ । ଏମିତିକି ରାହୁର ପ୍ରତିନିଧି ମଧ୍ୟ ହୋଇଥାଏ । ତେଣୁ ଲୁଣକୁ ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଆଦୋୖ ଉଚିତ ନୁହେଁ । ନଚେତ ଏହାଦ୍ବାରା ରାହୁ ଦୋଷ ଏବଂ ଭିନ୍ନ ଭିନ୍ନ ସମସ୍ୟା ଜୀବନରେ ସୃଷ୍ଟି ହୋଇଥାଏ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ । ଏହାଦ୍ବାରା ଶୁକ୍ର ଏବଂ ଚନ୍ଦ୍ର ମଧ୍ୟ ମଜବୁତ ହୋଇଥାଏ । ପୁଣି ଘରଟି ବାଥରୁମରେ ଏକ କାଚ ପାତ୍ରରେ କ୍ରିସ୍ଟାଲ ସଲଟ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

ସେହି ଲୁଣକୁ ପ୍ରତି ୧୫ ଦିନରେ ଥରେ ବଦଳାଇ ଦିଅନ୍ତୁ । ବ୍ୟବହାର ହୋଇ ସାରିଥିବା ଲୁଣକୁ ୱାଶ ରୁମରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ଘରେ ଏଣେତେଣେ ଘୁରି ବୁଲୁଥିବା ସୂକ୍ଷ୍ମ ଜୀବାଣୁର ମଧ୍ୟ ନାଶ ହୋଇଥାଏ । ଆପଣ ଚାହିଁଲେ ରୋକ ସଲଟ ଲ୍ୟାମ୍ପ ମଧ୍ୟ ଘରେ ଆଣି ରଖି ପାରିବେ । ଏହାଦ୍ବାରା ଘରୁ ସୂକ୍ଷ୍ମ ଜୀବାଣୁ ଏବଂ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଘରର ବାସ୍ତୁ ମଧ୍ୟ ମଜବୁତ ହୋଇଥାଏ । ମାତ୍ର ଲୁଣକୁ କାହାକୁ ହାତରେ ଦିଅନ୍ତୁ ନାହିଁ ।

ଯଦି ଆପଣ ଲୁଣକୁ କାହାକୁ ଖାଇବାକୁ ଦେଉଛନ୍ତି ତେବେ ମଧ୍ୟ ତାହାକୁ ସିଧାସଳଖ ହାତରେ ଦିଅନ୍ତୁ ନାହିଁ । ବରଂ ତାଙ୍କୁ କୁହନ୍ତୁ ନିଜେ ନେବାକୁ । ନଚେତ ଏହାଦ୍ବାରା ଅନେକ ସମସ୍ୟା ଜୀବନରେ ଉପୁଜି ଥାଏ । ହାତରୁ ହାତକୁ ଲୁଣ ଦେଲେ ସମ୍ବନ୍ଧ ମଧ୍ୟ ଖରାପ ହୋଇଥାଏ । ଯଦି ଆପଣଙ୍କର ରାହୁ କିମ୍ବା ଶନି ଦୋଷ ଭଳି ସମସ୍ୟା ରହିଛି ତେବେ ଘର ଭିତର ବ୍ୟତୀତ ଘର ବାହାରେ ମଧ୍ୟ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଘରର ମୁଖ୍ୟ ଦ୍ୱାରା ଉପରେ ବାନ୍ଧି ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଅଟକି ରହିଥିବା ଧନ ମଧ୍ୟ ଫେରି ଆସେ ।

ଆଉ ଏକ ଉପାୟ ଅନୁଯାୟୀ ଯଦି ଆପଣ ରୋକ ସଲଟ ଲ୍ୟାମ୍ପ ଆଣି ପାରୁ ନାହାଁନ୍ତି ତେବେ ଏକ ଗ୍ଲାସରେ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ଦିଅନ୍ତୁ ଏବଂ ତାହାର ପଛରେ ଏକ ଲାଇଟ ଜାଳି ଦିଅନ୍ତୁ । ଯେତେବେଳେ ପାଣି ଶୁଖିଯିବ ତାହାକୁ ନେଇ ୱାଶରୁମରେ ଫ୍ଲସ କରି ପୁଣିଥରେ ଗ୍ଲାସରେ ଲୁଣ ପାଣି ରଖନ୍ତୁ । ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ସପ୍ତାହରେ ଅତିକମରେ ଥରେ ପାଣିରେ ଲୁଣ ମିଶାଇ ଘରେ ପୋଛା ମାରନ୍ତୁ । କେବଳ ଗୁରୁବାର ଦିନ ଏହି କାମ କରନ୍ତୁ ।

ଏପରି କଲେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରେ ସ୍ଥାୟୀ ବାସ ହେବ । ଦାରିଦ୍ର୍ୟତା ଦୂରେଇ ଯିବ । ଘରେ ଯଦି କୌଣସି ଛୋଟ ପିଲା ଉପରେ ନଜର ଦୋଷ ଲାଗିଛି ତେବେ ଘରର କେହି ବୟସ୍କ ବ୍ୟକ୍ତି ବାମ ହାତରେ ଲୁଣ , ନାଲି ଶୁଖିଲା ଲଙ୍କା ଏବଂ ୭ ଟି ଦାନା ଲବଙ୍ଗ ନେଇ ସେହି ପିଲା କିମ୍ବା ବ୍ୟକ୍ତି ଉପରେ ସାତ ଥର ବୁଲାଇ ଗ୍ୟାସ କିମ୍ବା ଜଳୁଥିବା କାଠ ଉପରେ ପକାଇ ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ମାତ୍ର ଧ୍ୟାନ ଦିଅନ୍ତୁ ଯେ ଯାହାଙ୍କ ନଜର ଉତାରୁଛନ୍ତି ସେ ନିଶ୍ଚିତ ଭାବରେ ଆପଣଙ୍କ ଠାରୁ ଅଧିକ ବୟସର ହୋଇଥିବା ଆବଶ୍ୟକ ନଚେତ କମ ବୟସର ହୋଇଥିଲେ ତାଙ୍କ ଭିତରେ ଅଧିକ ସକାରାତ୍ମକତା ରହିଥିବା ଆବଶ୍ୟକ ।

ଆପଣ ଏହା ବଦଳରେ ଆଉ ଏକ ଉପାୟ ମଧ୍ୟ କରି ପାରିବେ । ସେହି ଉପାୟ ଅନୁଯାୟୀ ନଜର ଦୋଷ ଦୂର କରିବା ପାଇଁ ମୁଠାଏ ଲୁଣ , ରାଇ ଏବଂ ପିଆଜ ଚୋପା , ନାଲି ଶୁଖିଲା ଲଙ୍କାକୁ ମୁଣ୍ଡ ଉପର ଦେଇ ବୁଲାଇ ଜଳୁଥିବା ଅବସ୍ଥାରେ ଘର ବାହାରକୁ ଫିଙ୍ଗି ଦିଅନ୍ତୁ । ମାତ୍ର ଲୁଣ ପାଦରେ ବାଜିଲେ ଶୁଭ ହୋଇ ନଥାଏ । ତେଣୁ ଆପଣ ବାଥରୁମରେ ଗାଧୋଇବା ସମୟରେ ହିଁ ମୁଠାରେ ଲୁଣ ନେଇ ତିନି ଥର ମୁଣ୍ଡ ଉପର ଦେଇ ଓଲଟା ବୁଲାଇ ୱାଶରୁମରେ ହିଁ ଫ୍ଲସ କରି ଦିଅନ୍ତୁ । ଏହାଡ଼ ନଜର ଦୋଷ ଦୂର ହୋଇଯିବ । ସପ୍ତାହରେ ଥରେ ଲୁଣ ମିଶା ପାଣିରେ ପ୍ରତ୍ୟେକ ବ୍ୟକ୍ତି ସ୍ନାନ କରିବା ଆବଶ୍ୟକ । ଏହାଦ୍ବାରା ଚର୍ମ ଜନିତ ରୋଗ ଦୂରେଇ ଯାଏ ।

ଯଦି ଆପଣ ମାନସିକ ଚିନ୍ତାର ଶିକାର ହୋଇଛନ୍ତି କିମ୍ବା ନିଦ ଭଲ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ହାତ ଗୋଡ଼ ଧୋଇଲେ ଚିନ୍ତା ଦୂର ହେବା ସହିତ ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଜୀବନରେ କୌଣସି ଏକ ସମୟରେ ଆପଣ କଣ କରିବେ କିଛି ଭାବି ପାରୁ ନାହାଁନ୍ତି ଏବଂ ମନରେ ଅନେକ ଚିନ୍ତା ରହିଛି ତେବେ ପାଣି ଥିବା ସ୍ଥାନ କିମ୍ବା ରୋଷେଇ ଘର ବେସିନ ପାଖକୁ ଯାଇ ମୁଠାରେ ଲୁଣ ନେଇ ୨୭ ଥର ଓଁ କହି ସେହି ଲୁଣକୁ ପାଣିରେ ଭସାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ଚିନ୍ତା ଦୂରେଇ ଯିବ ।ଯଦି ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ବିବାଦ ଲାଗି ରହିଛି ତେବେ ଶୋଇବା କକ୍ଷରେ ମୁଣ୍ଡ ପାଖରେ କ୍ରିସ୍ଟାଲ ଲୁଣର ଏକ ଖଣ୍ଡ ରଖି ଦିଅନ୍ତୁ । ଏକ ମାସ ପରେ ତାହାକୁ ପୁଣିଥରେ ବଦଳାଇ ଦିଅନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେବନାହିଁ ଏବଂ ସବୁ ପ୍ରକାରର ଅଶାନ୍ତି ପ୍ରେମରେ ପରିଣତ ହୋଇଯିବ । ଶୋଇବା ବେଡ଼ ପାଖରେ ଏକ କାଚ ପାତ୍ରରେ ପାହାଡ଼ି ଲୁଣ ରଖିଲେ ମଧ୍ୟ ଜୀବନର ସବୁ ନକରାତ୍ମକତା ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *