5 ଅକ୍ଟୋବର ଦୁର୍ଗା ଦଶମୀ”ମା ସିଦ୍ଧିଦାତ୍ରୀ ” ବାସ ଟିକିଏ ମହୁ ତନ୍ତ୍ର ମନ୍ତ୍ରବାଧା, ନଜରଦୋଷ,ଶତ୍ରୁନାଶ, ଦୁଃଖନାଶ ଏତେ ପଇସା…

ନବରାତ୍ରୀର ନବମୀ ଦିନ ମା ସିଦ୍ଧିଦାତ୍ରୀ ଙ୍କର ପୂଜା କରାଯାଇଥାଏ, ଏବଂ ଏହି ଦିନ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଉତ୍ସବ ରୂପେ ମଧ୍ୟ ପାଳନ କରାଯାଇଥାଏ | ମା ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ର ରେ ସଫଳତା ମିଲଥାଏ |ମା ସିଦ୍ଧିଦାତ୍ରୀଙ୍କୁ ମହୁ ଭୋଗ ଲଗେଇବା ଦରକାର କାରଣ ମାଙ୍କୁ ମହୁ ଅତ୍ୟନ୍ତ ପସନ୍ଦ | ତେବେ ମାଙ୍କୁ ପୂଜା କରିବାର ବିଧି ବିଷୟରେ ଆସନ୍ତୁ ଜାଣିବା | କେମିତି ପୂଜା କରିବା ଦ୍ୱାରା ମା ପ୍ରଶନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା |

ପୂଜା ବିଧି :- ସର୍ବପ୍ରଥମେ ଘରେ ଗୋଟିଏ ଘିଅ ଦୀପ ଜଳାନ୍ତୁ | 9 ଟି ପଦ୍ମ ଫୁଲ ଅର୍ପଣ କରନ୍ତୁ | 9 ପ୍ରକାରର ଫଳ ମାଙ୍କୁ ଅର୍ପଣ କରନ୍ତୁ ଏବଂ ଏହା ପରେ ମାଙ୍କୁ ନାଲି କପଡା ବିଛେଇକି ପିଢା ଉପରେ ରଖନ୍ତୁ | ମା ଙ୍କୁ ବିଧିର ସହ ଫୁଲ, ଧୂପ, ଦିପ, ଫଳ ଅର୍ପଣ କରି ମାଙ୍କୁ ପୂଜା କରନ୍ତୁ | ମାଙ୍କର ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ | ମା ଙ୍କୁ ଏହି ମହାନବମୀ ଦିନ ବିଧି ପୂର୍ବକ ପୂଜା କରିବା ଦ୍ୱାରା ଆପଣଙ୍କର ଗ୍ରହ ଦୋଷ ରୁ ମୁକ୍ତି ମିଳିଥାଏ | ଗୋଟିଏ ପ୍ଲେଟ ରେ ମିଶ୍ରି, ଗୁଡ଼,ଗୁଜୁରାତି, ମହୁ,ଦହି କଦଳି,ଦେଶୀ ଘିଅ,ଏବଂ ପାନ ରଖନ୍ତୁ ଏବଂ ମା ଙ୍କୁ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଗ୍ରହ ଶାନ୍ତ ହୋଇଥାଏ | ନକାରାତ୍ମକ ଉର୍ଜା ରୁ ମୁକ୍ତି ମିଳିଥାଏ |

ଏହି ଉପାୟ ଭାଗ୍ୟ ବଦଳେଇ ଦିଏ :-

ପ୍ରାୟତଃ ଘରେ ରୋଗ ର ସମସ୍ୟା ଅଧିକ ଦେଖା ଦେଇଥାଏ, ଏଥିରୁ ମୁକ୍ତି ପଇବା ପାଇଁ ଏହି ଦିନ | ତମ୍ଭା ର ଗୋଟିଏ ମୁଦ୍ରା ନିଅନ୍ତୁ ସେଥିରେ ନାଲି ସୁତା ଗୁଡ଼େଇକି | ମାଙ୍କ ଚରଣ ରେ ରଖି ପୂଜା କରନ୍ତୁ ଏବଂ ପୂଜା କରିବା ପାରେ ଏହାକୁ ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗେଇ ଦିଅନ୍ତୁ | ଏହି ପରି କରିବା ଦ୍ୱାରା ସମସ୍ତ ରୋଗ ରୁ ମୁକ୍ତି ମିଳିଥାଏ |ନବରାତ୍ରୀ ସମୟ ରେ ଯଜ୍ଞ କରାଯାଇଥାଏ ମା ଙ୍କୁ ପ୍ରସନ୍ନ କରିବା ପାଇଁ କିନ୍ତୁ ସେଥିରେ ଆପଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ଜନିତ ସମସ୍ୟା ଦୂର ହୋଇଥାଏ | ହୋମ ନିଆଁ ରେ ଟିକିଏ ଯଅ ଏବଂ କଳା ରାଶି ଅର୍ପଣ କରବା ଦ୍ୱାରା ମା ସନ୍ତୁଷ୍ଟ ହୋଇଥାନ୍ତି | ଏହା ସହିତ ଆପଣ ଏହି ଯଜ୍ଞ କୁଣ୍ଡରେ କନ୍ୟା ପୂଜନ ପରେ ନଡ଼ିଆ ଅର୍ପଣ କରନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ |

ଚାକିରୀରେ ଯଦି ପଦୋନ୍ନତି ହେଉନାହିଁ ଯେତେ ଚେଷ୍ଠା କଲେ ମଧ୍ୟ ଆପଣଙ୍କୁ ଉନ୍ନତି ମିଳୁନାହିଁ ତେବେ ଦୁଇଟି ଲବଙ୍ଗ ରାତିରେ ଶୋଇବା ବେଳେ ନିଜ ତକିଆ ତଳେ ରଖନ୍ତୁ ଏହାକୁ ସକାଲେ କୌଣସି ଅଜଣା ବ୍ୟାକ୍ତି ଙ୍କୁ ଦେଇଦିଅନ୍ତୁ ଶୁଭ ଫଳ ମିଳିବ | ତେବେ ବନ୍ଧୁଗଣ ଯଦି ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ତେବେ ତିନୋଟି ଗୁଜୁରାତି ନିଅନ୍ତୁ ବାହାରିବା ସମୟରେ ଗୋଟିଏ ଖାନ୍ତୁ ଆଉ ସବୁ ପକେଟ ରେ ରଖିଥାନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ଇଛା ପୂର୍ଣ୍ଣ ହୋଇଥାଏ | ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ, ନାଲି କପଡା ରେ ଗୁଜୁରାତି ଏବଂ ଲବଙ୍ଗ ରଖି ଧନ ରଖିବା ସ୍ଥାନ ରେ ରଖିଦିଅନ୍ତୁ | ସବୁ ଦିନ ସକାଳୁ ଗୁଜୁରାତି ଖାଇ ଦିନ ଆରମ୍ଭ କରନ୍ତୁ ବହୁତ ଶୁଭ ହୋଇଥାଏ |

ଶୁକ୍ର ଭୌତିକ ସୁଖ,ସମ୍ପର୍ଣ୍ଣତା, ପ୍ରସିଦ୍ଧି, କଳା, ସମୃଦ୍ଧ ଜୀବନ,ସୌନ୍ଦର୍ଯ୍ୟ କାମ ବାସନା, ଭୌଭବ ଆଦିଙ୍କର କାରକ ଗ୍ରହ ଅଟେ | ଶୁକ୍ର ଯେବେ ମଜବୁତ ହୁଏ ବ୍ୟକ୍ତି କୁ ସୁଖ ସମୃଦ୍ଧି ମିଳିଥାଏ ସେ ରାଜକୀୟ ଜୀବନ ଅତିବାହିତ କରିଥାଏ | ତେବେ ଶୁକ୍ର ଙ୍କୁ ମଜବୁତ କରିବା ପାଇଁ ଏହି ଉପାୟ କରନ୍ତୁ | ଦୁଇଟି ଗୁଜୁରାତି ନିଅନ୍ତୁ ଏହାକୁ ଶୁକ୍ରବାର ଦିନ ଗୋଟିଏ ପାତ୍ର ରେ ଗରମ କରନ୍ତୁ | ଏହି ଜଳକୁ ନେଇ ସ୍ନାନ କରିବା ଜଳରେ ମିଶାଇ ସ୍ନାନ କରନ୍ତୁ ଏହାକୁ କରିବା ସମୟରେ ପ୍ରାଥନା କରନ୍ତୁ ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ |

ଅର୍ଥର ଅଭାବ ହେଉଥିଲେ କୌଣସି କିନ୍ନର କୁ ଦୁଇଟି ଲବଙ୍ଗ ସହ କିଛି ପଇସା ଦାନ କରନ୍ତୁ ଶୁଭ ହେବ | ଯଦି ଆପଣଙ୍କର ସ୍ୱାମି ସ୍ତ୍ରୀଙ୍କ ସମ୍ପର୍କ ରେ ତିକ୍ତତା ଆସିଛି ତେବେ ଆପଣଙ୍କ ଶୁକ୍ରବାର ଦିନ 4ଟି ଗୁଜୁରାତି ନିଜ କାନିରେ ବାନ୍ଧି ଦିନ ଯାକ ରଖନ୍ତୁ ଏବଂ ପରଦିନ ଏହାକୁ ନିଜ ଜୀବନ ସାଥିକୁ ଖାଇବାକୁ ଦିଅନ୍ତୁ ଏମିତି 3ଶୁକ୍ରବାର କରନ୍ତୁ ସବୁକିଛି ଠିକ ହୋଇଯିବ | ଯଦି ଆପଣଙ୍କ ସୁନ୍ଦର ଏବଂ ସୁଶୀଳ ଝିଅ କୁ ବିବାହ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ କୌଣସି ଗରିବକୁ 3ଟି ଗୁଜୁରାତି ପଇସା ଦିଅନ୍ତୁ ଆପଣଙ୍କ ଇଛା ପୂର୍ଣ୍ଣ ହେବ |

Leave a Reply

Your email address will not be published. Required fields are marked *