ଯେଉଁ ଘରେ ଏହି ବୃକ୍ଷ ଆପେ ଆପେ ଉଠେ ସେଠି କେବେ ବି ଧନର ଅଭାବ ହୁଏ ନାହିଁ |

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁ ବ୍ୟକ୍ତିର ଘରେ ଏହି ଗଛ ଆପେ ଆପେ ଉଠେ, ସେହି ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଅର୍ଥାତ ଏହି ବୃକ୍ଷ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ | ଏହି ବୃକ୍ଷ କୁ ଶାସ୍ତ୍ର ରେ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ, ଯାହାଙ୍କ ଘରେ ରୁହେ ତାଙ୍କୁ ଦରିଦ୍ରତା ଛୁଇପାରେ ନାହିଁ | ଘରର ଆଖ ପାଖ ରେ ରହିବା ଦ୍ୱାରା ଏହି ଗଛ ସେହି ସ୍ଥାନକୁ ସକାରାତ୍ମକ ଉର୍ଜା ରେ ଭରିଦିଏ |

ଏହା ଆମକୁ ଶୁଭ ଏବଂ ଅଶୁଭ ଘଟଣାର ଖବର ଆଗରୁ ହିଁ ଦେଇଦିଏ | ଯଦି ଏହି ବୃକ୍ଷ ଶୁଖିଯାଏ ତେବେ ଏହାର ଆର୍ଥ ଆପଣଙ୍କ ଘର ଆଖ ପାଖ ରେ ନକାରାତ୍ମକ ଶକ୍ତି ରହିଛି | ଯଦି ଏହା ହରାଭରା ରହୁଛି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି |

ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଆପଣଙ୍କୁ ଘରେ ଏହି ପରି ଗଛ ଯଦି ଆପେ ଆପେ ଉଠେ ତେବେ ଏହାର ଆର୍ଥ ଆପଣଙ୍କ ଜୀବନ ରେ ବହୁତ ବଡ଼ ଶୁଭ ହେବାକୁ ଯାଉଛି | ଏପରି ଅନେକ ଶୁଭ ଅଶୁଭ ଖବର ଆମକୁ ବୃକ୍ଷ ଲତା ଠାରୁ ମିଳିଥାଏ ଏବଂ ପଶୁ ପକ୍ଷୀ ମାନଙ୍କ ଠାରୁ ମଧ୍ୟ ମିଳିଥାଏ | ତେବେ ଶ୍ରୀକୃଷ୍ଣ ଙ୍କ କହିବା ଅନୁଯାୟୀ କେଉଁ କେଉଁ ବୃକ୍ଷ ଘରେ ରହିବା ଦ୍ୱାରା ଶୁଭ ହୋଇଥାଏ, ଆସନ୍ତୁ ଜାଣିବା |ଆସନ୍ତୁ ସେହି ଶୁଭ ବୃକ୍ଷ ବିଷୟରେ ଜାଣିବା…

1. ତୁଳସୀ ଗଛ – ଶାସ୍ତ୍ର ରେ ଏହାକୁ ଅତ୍ୟନ୍ତ ଶୁଭ ଗଛ ବୋଲି ମାନ୍ୟତା ଦିଆଯାଇଛି | ମା ଲକ୍ଷ୍ମୀ ଏହି ବୃକ୍ଷ ରେ ବାସ କରିଥାନ୍ତି ଏହାକୁ ଘରେ ରଖି ପୂଜା କରିବା ଦ୍ୱାରା ସମସ୍ତ ଦରିଦ୍ରତା ଦୂର ହୋଇଥାଏ | ଯଦି ଏହି ବୃକ୍ଷ ଆପେ ଆପେ ଆପଣଙ୍କ ଘରର ଆଖ ପାଖରେ ଉଠିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ |

2.କଦଳୀ ଗଛ – କଦଳୀ ଗଛ ରେ ସ୍ୱୟଂ ପ୍ରଭୁ ବିଷ୍ଣୁ ଙ୍କର ବାସ ହୋଇଥାଏ | ଏହାକୁ ପୂଜା କରିବା ଦ୍ୱାରା ଜୀବନ ରେ ସମସ୍ତ ଦୁଃଖ ଦୂର ହୋଇଥାଏ | ଗୁରୁବାର ଦିନ ଏହି ବୃକ୍ଷ କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ଯଦି କଦଳୀ ଗଛ ଆପେ ଆପେ ଆପଣଙ୍କ ଘରେ ଉଠିଯାଏଁ ତେବେ ଏହା ଶୁଭ ସଂକେତ ହୋଇଥାଏ |

3. ଅଶୋକ ଗଛ – ବାସ୍ତୁ ଶାସ୍ତ୍ର ଅନୁଯାଇ ଅଶୋକ ବୃକ୍ଷ ଘର ପାଖରେ ରହିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ | ତେବେ ଯଦି ଏହି ଗଛ କୌଣସି କାରଣରୁ ଶୁଖିଯାଏ ତେବେ ଏହାର ଅର୍ଥ ଆପଣଙ୍କୁ କାହାର କୁ ଦୃଷ୍ଟି ହୋଇଛି | ଆଉ ଯଦି ଏହି ଗଛ ହରାଭରା ରୁହେ ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ରେ ଖୁସି ଖବର ଆସିବାକୁ ଯାଉଛି | ଏହାକୁ ଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ |

4. ନିମ ଗଛ – ନିମ ଗଛ କୁ ହିନ୍ଦୁ ଶାସ୍ତ୍ର ରେ ଶୁଭ ବୋଲି ମାନ୍ୟତା ରହିଛି | ଏହାର ପତ୍ର କୁ ସେବନ କରିବା ଦ୍ୱାରା ଅନେକ ରୋଗ ରୁ ମୁକ୍ତି ମିଳିଥାଏ | ଯଦି ଏହା ଆପଣଙ୍କ ଘର ପାଖରେ ଆପେ ଆପେ ପ୍ରକଟ ହୁଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ନିମ ଗଛ କୁ ଜଳ ଚଢ଼େଉବା ଦ୍ୱାରା ସବୁ ସମସ୍ୟା ର ସମାଧାନ ହୋଇଥାଏ |

5.ଅରଖ ଗଛ – ମାନ୍ୟତା ଅଛି ଅରଖ ଗଛ ମହାଦେବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଯଦି ଏହା ଘର ପାଖା ରେ ଉଠେ ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ | ମଙ୍ଗଳବାର ଦିନ ଅରଖ ମାଳା କରି ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୁଏ|

Leave a Reply

Your email address will not be published. Required fields are marked *