ଅକ୍ଟୋବର ୪ ଶେଷ ନବରାତ୍ରୀରେ ମାତା ସିଦ୍ଧିଦାତ୍ରୀଙ୍କୁ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଶତ ଗୁଣା ମିଳିବ ଫଳ

ଦେବୀଙ୍କ ସମ୍ପୂର୍ଣ୍ଣ ରୂପ ହେଉଛନ୍ତି ମାତା ସିଦ୍ଧିଦାତ୍ରୀ । ଏହି ରୂପ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ତେଣୁ ଏହି ନବମୀ ଦିନ ମାତାଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଉଚିତ । ଏହିଦିନ ପୂଜା କଲେ ପୁରା ନଅ ଦିନର ପୂଜାର ଫଳ ପ୍ରାପ୍ତି ହୋଇଥାଏ । ଏହିଦିନ ମାତାଙ୍କୁ ପୂଜା କଲେ ସବୁ କାର୍ଯ୍ୟରେ ବିଜୟ ପ୍ରାପ୍ତ ହୋଇଥାଏ । ଏହିଦିନ ମାତା ସରସ୍ଵତୀଙ୍କ ପୂଜା କରିବାର ମଧ୍ୟ ବିଧାନ ରହିଛି । ତେଣୁ ଏହିଦିନ ଏକ ମୟୁର ପରକୁ ମାତାଙ୍କୁ ଅର୍ପଣ କରି ନିଜ ପର୍ସ କିମ୍ବା ପିଲାଙ୍କ ବହି ଭିତରେ ରଖି ଦିଅନ୍ତୁ । ଏହାଦ୍ବାରା ବିଦ୍ୟା ଏବଂ ବୁଦ୍ଧି ପ୍ରାପ୍ତ ହେବ । ଚଳିତ ବର୍ଷ ନବରାତ୍ରୀ ଅକ୍ଟୋବର ୭ ରେ ପାଳିତ ହେବ । ଏହିଦିନ ମାତାଙ୍କର ସିଦ୍ଧିଦାତ୍ରୀ ରୂପର ପୂଜା କରାଯିବ ।

ମାତାଙ୍କର ଏହି ରୂପ ପଦ୍ମ ଫୁଲ ଉପରେ ବିରାଜିତ ଥାଏ ଏବଂ ହସ୍ତରେ ଶଙ୍ଖ ଚକ୍ର ଏବଂ ଗଦା ରହିଥାଏ । ମାତାଙ୍କ ଆରାଧନା ସବୁ ଦେବଦେବୀ ମଧ୍ୟ ସିଦ୍ଧି ପାଇବା ପାଇଁ କରିଥାନ୍ତି । ଏହି ଦିନ ସକାଳୁ ଉଠି ସ୍ନାନ କରି ଭଲ ବସ୍ତ୍ର ଧାରଣ କରି ମାତାଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ ଏବଂ ମାତାଙ୍କୁ ନଅଟି ପଦ୍ମ ଫୁଲ ଅର୍ପିତ କରନ୍ତୁ । ଏହାପରେ ମାତାଙ୍କୁ ବିଭିନ୍ନ ପ୍ରକାରର ଭୋଜନ ଅର୍ପିତ କରନ୍ତୁ । ତେବେ ଏହାପରେ ମାତାଙ୍କୁ ଏକ ମନ୍ତ୍ର ‘ ଓଁ ଦୁର୍ଗାୟ ନମଃ ‘ ଅତି କମରେ ସାତ ଥର ଜପ କରି ସେହି ଭୋଜନକୁ କୌଣସି ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ ନଚେତ ନିଜେ ପ୍ରସାଦ ଆକାରରେ ସେବନ କରନ୍ତୁ ।

ନିଜର ଗ୍ରହ ଦୋଷକୁ ମଧ୍ୟ ଦୂର କରିବା ପାଇଁ ମାତାଙ୍କୁ ଆରାଧନା କରି ପାରିବେ । ନିଜର ମନସ୍କାମନା ପୂରଣ ପାଇଁ ମାତାଙ୍କୁ ନିଶ୍ଚିତ ଭାବରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ଯଦି ପଦ୍ମ ଫୁଲ ନାହିଁ ତେବେ ହାତକୁ ଅଞ୍ଜୁଳା କରି ହାତରେ ପଦ୍ମ ଫୁଲ ଅଛି ଭାବି ନିଅନ୍ତୁ ଏବଂ ମାତାଙ୍କୁ ଆରାଧନା କରି ମନସ୍କାମନା କହି ଫୁଲ ଅର୍ପିତ କରି ଦିଅନ୍ତୁ । ଏହିଦିନ ମାତାଙ୍କୁ କୌଣସି ନାଲି ଫୁଲ ଏବଂ ପାନ ପତ୍ର ମଧ୍ୟ ଅର୍ପଣ କରିବାର ବିଧାନ ରହିଛି । ଗ୍ରହ ଦୋଷ ଦୂର କରିବା ପାଇଁ ନବମୀ ଦିନ ମାତାଙ୍କ ସାମ୍ନାରେ ଏକ ଚୌମୁଖ ଦୀପ ଜଳାନ୍ତୁ । ଏହାଦ୍ୱାରା ସମସ୍ତ ନଅ ଗ୍ରହ ଠିକରେ ଚାଳିତ ହୋଇଥାଏ ।

ଏହି ଦୀପରେ ଘିଅ ଦେଇ ଜଳାଇ ଦିଅନ୍ତୁ । ଏହାପରେ ମାତାଙ୍କୁ ପଦ୍ମ ଫୁଲ ଅର୍ପଣ କରି ଗୁଡ଼ ଏବଂ ଚିନି ଏବଂ ତାପରେ କଦଳୀ ଭୋଗ ଲଗାନ୍ତୁ । ଏହାପରେ ଦହି , ଘିଅ ଏବଂ ଶେଷରେ ପାନ ପତ୍ର ଅର୍ପିତ କରନ୍ତୁ । ଏହାପରେ ମାତାଙ୍କୁ ନବ ଗ୍ରହର ଶାନ୍ତି ଏବଂ ଜୀବନର ସବୁ ସମସ୍ୟାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ନବ ଗ୍ରହ ମଧ୍ୟ ଶାନ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *