କନ୍ୟାମାନଙ୍କୁ ଭୁଲ ରେ ଦିଅନ୍ତୁ ନାହିଁ ଏହି 1 ଜିନିଷ ଜାଣନ୍ତୁ ତାଙ୍କୁ କଣ ଖାଇବାକୁ ଦେବେ |

ବନ୍ଧୁଗଣ ନବରାତ୍ରୀର ମହାପର୍ବ ନଅ ଦେବୀ ଅର୍ଥାତ ନଅ କନ୍ୟାଙ୍କୁ ସମର୍ପିତ ଅଟେ | କନ୍ୟା ପୂଜା କରିବା ଦ୍ୱାରା ଆମର ସମସ୍ତ କଷ୍ଟ ଦୂର ହୋଇଥାଏ | ଆପଣଙ୍କୁ କହିରଖୁଛୁ ଏହିଥର ମାଆ ହାତୀର ସବାରୀ ରେ ପୃଥିବୀ କୁ ଆସିବେ ଏବଂ ଭକ୍ତଙ୍କର କଷ୍ଟ ଦୂର କରିବେ | ମାତା ଙ୍କ ଆସିବ ଦ୍ୱାରା ଜୀବନ ସୁଗମ ହୋଇଯାଏ,ଏହିବର୍ଷ ନବରାତ୍ରୀ ବହୁତ ସୁଖ ସମୃଦ୍ଧି ଆଣିବ | ଏହିବର୍ଷ ନବରାତ୍ରୀ 26 ସେପ୍ଟେମ୍ବର ସୋମବାର ଦିନ ଆରମ୍ଭ ହେଉଛି ଏବଂ ଏହାର ସମାପନ 5 ଅକ୍ଟୋବର ବୁଧବାର ଦିନ ହେବ |

ତେବେ ବନ୍ଧୁଗଣ ନବରାତ୍ରିର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନର ପରମ୍ପରା ରହିଛି | ଏହି ଥର ଅଷ୍ଟମୀ ତିଥି 3 ଅକ୍ଟୋବର ସୋମବାର ଅଟେ,ଏବଂ ନବମୀ ତିଥି 4 ଅକ୍ଟୋବର ମଙ୍ଗବାର ଦିନ ପଡୁଛି | ଶାସ୍ତ୍ରରେ ନବରାତ୍ରୀ କୁ ବହୁତ ମଙ୍ଗଳକାରୀ ବୋଲି ବିଶ୍ୱାସ କରାଯାଏ | ଶାସ୍ତ୍ର ଅନୁସାରେ କନ୍ୟା ପୂଜନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ | ନବରାତ୍ରୀ ରେ ମାତାଙ୍କ ପୂଜା କରାଯାଇ ଥାଏ ଏବଂ ଏହି ଦିନ କନ୍ୟା ପୂଜା କରିବା ଶୁଭ ହୋଇଥାଏ |ଏହି ଦିନ କନ୍ୟା ପୂଜନ କରିବା ଦ୍ୱାରା ମାତା ବହୁତ ପ୍ରସନ୍ନ ହୋଇଥାଏ | ଆସନ୍ତୁ ଜାଣିବା ସେହି ବିଷୟରେ..

ତେବେ ଏହି ଦିନ କନ୍ୟା ଙ୍କୁ ପୂଜା କରାଯାଏ ଏବଂ ଭୋଗ ଲଗାଯାଏ ଏବଂ ଆଶୀର୍ବାଦ ନିଆଯାଏ | ତାଙ୍କୁ ପ୍ରସନ୍ନ କରିବା ପାଇଁ ଉପହାର ମଧ୍ୟ ଦିଆ ଯାଇଥାଏ | ଏବଂ କନ୍ୟା ପ୍ରସନ୍ନ ହେବା ଦ୍ୱାରା ମାତା ମଧ୍ୟ ପ୍ରସନ୍ନ ହୋଇଥାନ୍ତି ତେଣୁ ଏହି ଦିନ କନ୍ୟାକୁ ପୂଜା କରିବା ବହୁତ ମହତ୍ୱ ହୋଇଥାଏ | ବିଶେଷ କରି 2 ରୁ 12 ବର୍ଷର କନ୍ୟାଙ୍କୁ ପୂଜା କରାଯାଇଥାଏ | ଅଷ୍ଟମୀ ଏବଂ ନବମୀ ରେ କନ୍ୟାଙ୍କ ପାଦ ଧୋଇ ତାଙ୍କୁ ଉପହାର ଦେବା ଶ୍ରେଷ୍ଠ ବୋଲି ବିଶ୍ୱାସ କରାଯାଏ |

ତେବେ କିପରି କରିବେ କନ୍ୟାଙ୍କ ସ୍ୱାଗତ? ଯେବେ ବି ଆପଣଙ୍କ ଘରକୁ ଆସିବେ କ୍ଷୀର କିମ୍ବା ପାଣି ରେ ତାଙ୍କ ପାଦ ଧୋଇଦେବା ଉଚିତ | ଏହା ପରେ ତାଙ୍କୁ ଆସନ ଦେଇ ବସିବାକୁ ଦିଅନ୍ତୁ ଚନ୍ଦନ ସିନ୍ଦୁର ତାଙ୍କୁ ଲଗାନ୍ତୁ | ଏହା ପରେ ତାଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ କିନ୍ତୁ ମାନେ ରଖନ୍ତୁ 3 ପୁରୀ କିମ୍ଵା ରୁଟି ଖାଇବାକୁ ଦେବେ ନାହିଁ | ଅଶୁଭ ବୋଲି କୁହାଯାଇଥାଏ, ଏହା ପରେ ତାଙ୍କୁ ନାଲି ଓଢଣୀ ରେ ସଜେଇବା ଉଚିତ |

ଖାଦ୍ୟରେ ଆମିଷ କେବେ ବି ଦେବେ ନାହିଁ | ଏମିତି କରିବା ମହା ପାପ ହୋଇଥାଏ ଏହା ସହିତ କନ୍ୟାକୁ କେବେ ବି ଖାଦ୍ୟରେ ରସୁଣ ପିଆଜ ରେ ତିଆରି ହୋଇଥିବା ଜିନିଷ ଖାଇବାକୁ ଦେବେ ନାହିଁ | ଏଥିରେ ମାତା କ୍ରୋଧିତ ହୋଇଯାଇଥାନ୍ତି ତେବେ କେବେ ବି ଏମିତି ଖାଦ୍ୟ ନବରାତ୍ରୀ ରେ ଦିଅନ୍ତୁ ନାହିଁ | ବାହାର ଖାଦ୍ୟ କିଣିକି ଆଣି ଖାଇବାକୁ ଦିଅନ୍ତୁ ନାହିଁ ମାତା ଅସନ୍ତୁଷ୍ଟ ହୋଇଥାନ୍ତି | ପ୍ଲାଷ୍ଟିକ ଜିନିଷ ରେ ଖାଦ୍ୟ ଦିଅନ୍ତୁ ନାହିଁ | ତେବେ ଖାଦ୍ୟ ଥାଳି ରେ ଗୋଟିଏ ଲବଙ୍ଗ ନିଶ୍ଚିନ୍ତ ରଖନ୍ତୁ ଏହାକୁ ରଖିବା ଦ୍ୱାରା ମାତା ବହୁତ ପ୍ରସନ୍ନ ହୋଇଥାନ୍ତି |

ତେବେ ଲବଙ୍ଗ କୁ ହିନ୍ଦୁ ଶାସ୍ତ୍ର ରେ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ | ଏହା ପରେ ଉପହାର ଦିଅନ୍ତୁ, ଆପଣ ଉପହାର ରେ ପଇସା ବି ଦେଇପାରିବେ, କୌଣସି ଡ୍ରେସ କିମ୍ଵା ଚକୋଲେଟ ମଧ୍ୟ ଦେଇପାରିବେ | ପ୍ରକୃତ ରେ କନ୍ୟା ପ୍ରଶନ୍ନ ହେବା ଦ୍ୱାରା ମାତା ରାଣୀ ମଧ୍ୟ୍ୟ ବହୁତ ସନ୍ତୁଷ୍ଟ ହୋଇଥାଏ ଏବଂ ବର ପ୍ରଦାନ କରିଥାନ୍ତି |ଆପଣଙ୍କ ଘର ହସ ଖୁସିରେ ଭରିଦେଇଥାନ୍ତି | ମନେ ରଖନ୍ତୁ କଳା ପୋଷାକ କେବେ ଦେବେ ନାହିଁ |

ଏହି ସଂକେତ ରୁ ଜଣାପଡେ ମାତା ଆପଣଙ୍କୁ ଘରକୁ ଆସିଛନ୍ତି ;

ଯଦି ଆପଣ ଧାନ ଚାଷ କରିଥିଲେ ଏବଂ କୌଣସି କାରଣରୁ ଏହା ହୋଇପାରିନାହିଁ କିମ୍ଵା ଖରାପ ହେଇଯାଇଛି ତେବେ ଏହାର କାରଣ ମାତା ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି | ତେବେ ଏହି ସମୟ ରେ ମାତା ଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ବିଧି ବିଧାନ ରେ ତାଙ୍କ ପୂଜା କରିବା ଉଚିତ | ତେବେ ଯଦି ଧନ ଭଲ ହୋଇଛି ଏହାର ଆର୍ଥ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି | ଏହା ସହ ଆପଣ ମାତା ଙ୍କ ପାଦ ରେ ଏକ ଟଙ୍କିଆ ରଖି ପାରିବେ ଏହା ଦ୍ୱାରା ମାତା ବହୁତ ପ୍ରସନ୍ନ ହୋଇଥାନ୍ତି |

ତେବେ ବନ୍ଧୁଗଣ ଯଦି ଆପଣଙ୍କ ନବରାତ୍ରୀ ରେ ନିଦ ଭୋରୁ ଭାଙ୍ଗିଯାଉଛି, ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ | କାରଣ ଶାସ୍ତ୍ର ରେ ସକାଳକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ ଏହି ମୁହୂର୍ତ ରେ ଭଗବାନଙ୍କର ବାସ ହୋଇଥାଏ | ଯେଉ ବ୍ୟକ୍ତି ଏହି ସମୟ ରେ ଉଠେ ସେ ବହୁତ ଆଶୀର୍ବାଦ ପାଇଥାଏ ଏବଂ ତାଙ୍କ ଜୀବନ ସୁଖ ରେ ଭରିଯାଇଥାଏ | ମାତା ମଧ୍ୟ ପ୍ରସନ୍ନ ହୋଇଥାନ୍ତି |

ବନ୍ଧୁଗଣ ଗାଇମାନଙ୍କର ଆମ ଦୁଆରକୁ ଆସିବା | ବେଦ ପୁରାଣରେ ଏହା ଲେଖା ଅଛି କି ଗାଈ ମାନେ ଆମ ଘର କିମ୍ଭା ଆମ ଦ୍ୱାରକୁ ଆସିବା ବହୁତ ଶୁଭ ହୋଇଥାଏ | ଏବଂ ନବରାତ୍ରିରେ ଗାଈଙ୍କର ଘରକୁ ଆସିବା ବହୁତ ଶୁଭ ହୋଇଥାଏ | ଯଦି ଆପଣଙ୍କ ଘରକୁ ମଧ୍ୟ ଏହି ସମୟରେ ଗାଈ ଆସନ୍ତି ତେବେ ତାଙ୍କ ମୁଣ୍ଡରେ ଚନ୍ଦନ କୁମକୁମ ଲଗେଇବାକୁ ଜମା ବି ଭୁଲନ୍ତୁ ନାହିଁ | ଏବଂ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ | ଏମିତି କରିବା ଦ୍ୱାରା ମାତା ବହୁତ ପ୍ରଶନ ହୋଇଥାନ୍ତି | ଏବଂ ଆପଣଙ୍କ ଉପରେ ନିଜର କୃପାଦୃଷ୍ଟି ସବୁବେଳେ ରଖିଥାନ୍ତି | ଏବଂ ବାରମ୍ବାର ଆପଣଙ୍କ ଦ୍ୱାରାକୁ ଗାଈ ଆସିବା ବି ବହୁତ ଶୁଭ ସଂକେତ ବୋଲି ବିବେଚନା କରାଯାଏ |

Leave a Reply

Your email address will not be published. Required fields are marked *