ନବରାତ୍ରୀରେ ଏହିପରି ପୋଛା ଲଗାଇବା ଦ୍ୱାରା ଆସିଥାଏ ଦାରିଦ୍ର୍ୟତା ଏବଂ କ୍ରୋଧିତ ହୁଅନ୍ତି ମାତା ଲକ୍ଷ୍ମୀ

ନବରାତ୍ରୀରେ ମାତା ଦୁର୍ଗାଙ୍କର ନଅ ରୂପର ପୂଜା ନଅ ଦିନ ଧରି ହୋଇଥାଏ । ଏହି ସମୟରେ ମାତାଙ୍କ ଭକ୍ତ ମାନେ ବାର ବ୍ରତ ଏବଂ ପୂଜା ପାଠ କରି ମାତାଙ୍କୁ ପ୍ରସନ୍ନ କରିଥାନ୍ତି । ମାତା ଦୁର୍ଗା ମଧ୍ୟ ଏଥିରେ ଖୁବ ପ୍ରସନ୍ନ ହୁଅନ୍ତି । ତେବେ ଏହିଦିନ ଘରକୁ ସଫାସୁତୁରା କରିବା ଉଚିତ । କାରଣ ମାତାଙ୍କୁ ପରିଷ୍କାର ପରିଚ୍ଛନ୍ନତା ଅଧିକ ପସନ୍ଦ ଥାଏ । ଯେଉଁ ଘରେ ସ୍ୱଚ୍ଛତା ନଥାଏ ସେହି ଘରକୁ ମାତା ଲକ୍ଷ୍ମୀ ଆଦୋୖ ପ୍ରବେଶ କରନ୍ତି ନାହିଁ । ଯେଉଁ ଘରେ ମହିଳା ମାନେ ଘରକୁ ପରିଷ୍କାର କରନ୍ତି , ଘରର ଅଗଣାକୁ ପ୍ରତ୍ୟକ ଦିନ ପରିଷ୍କାର ରଖନ୍ତି ଏବଂ ଜଳ ସିଞ୍ଚନ କରନ୍ତି ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏଥିପାଇଁ ଶାସ୍ତ୍ରରେ ସ୍ୱଚ୍ଛତାକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି ।

ଘରକୁ ପରିଷ୍କାର ନରଖିଲେ ନକରାତ୍ମକତା ଘରକୁ ପ୍ରବେଶ କରିଥାଏ । ଘରେ କଳହ କ୍ଳେଶ ଏବଂ ରୋଗ ଦେଖା ଦେଇଥାଏ । ଘରକୁ ସଫାସୁତୁରା ରଖିବା ପାଇଁ ଝାଡୁ ଏବଂ ପୋଛାର ପ୍ରୟୋଗ କରାଯାଇଥାଏ । ମାତ୍ର ଶାସ୍ତ୍ରରେ ଏହାର ଉପଯୁକ୍ତ ବିଧି ବିଷୟରେ କୁହାଯାଇଛି । ଅର୍ଥାତ ଝାଡୁ ମାରିବା ଏବଂ ପୋଛା ମାରିବାର ଉପଯୁକ୍ତ ବିଧି ରହିଛି ଯାହାଦ୍ୱାରା ଏହି କାମର ଭଲ ଫଳ ପ୍ରାପ୍ତ ହୋଇଥାଏ । ନବରାତ୍ରୀ ସମୟରେ ଘରେ ଝାଡୁ ଏବଂ ପୋଛା ମାରିବା ସମୟରେ କିଛି ବିଶେଷ ଜିନିଷ ପାଣିରେ ମିଶାଇ ଦେବା ଉଚିତ । ଯାହାଦ୍ୱାରା ପୋଛା ମାରିବାର ଉଚିତ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯାଇଛି ଯାଏ ଏବଂ ସକାରାତ୍ମକତା ପ୍ରବେଶ କରିଥାଏ ।

୧ . ଝାଡୁ ମାରିବାର ଉପଯୁକ୍ତ ସମୟ ହେଉଛି ସକାଳ ସମୟ । ଅର୍ଥାତ ସୂର୍ଯ୍ୟ ଉଦୟ ହେବା ସମୟରେ ଯେତେବେଳେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଘର ମଧ୍ୟକୁ ପ୍ରବେଶ କରେ ସେହି ସମୟରେ ହିଁ ଝାଡୁକୁ ପ୍ରଣାମ କରି ଝାଡୁ ମାରିବା ଉଚିତ । ଏହାଦ୍ବାରା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଘର ଭିତରର ସବୁ ନକରାତ୍ମକ ଶକ୍ତି ଦୂରେଇ ଯାଏ । ସର୍ବଦା ପୂର୍ବ ଦିଗକୁ ମୁହଁ କରି ଝାଡୁ ମାରିବା ଉଚିତ । ଏହାବ୍ୟତୀତ ସନ୍ଧ୍ୟା ସମୟରେ ଝାଡୁ ମାରିବା ଉଚିତ ନୁହେଁ ।

ଝାଡୁକୁ ଲୋକ ଲୋଚନରୁ ଦୂରେଇ ରଖିବା ଉଚିତ । ସେଥିରେ ଯେମିତି ଗୋଡ଼ ସ୍ପର୍ଶ ନହୁଏ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । କାରଣ ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ତେଣୁ ଝାଡୁ ମାରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଝାଡୁ ମାରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏପରି କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇଥାଏ ।

୨ . ପୋଛା ଲଗାଇବା ପାଇଁ ଉପଯୁକ୍ତ ସମୟ ହେଉଛି ଦିନର ଦ୍ୱିତୀୟ ପ୍ରହର ଅର୍ଥାତ ଦ୍ୱିପ୍ରହର । ସମୟରେ ପୋଛା ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ଏହିଦିନ ଘରକୁ ପରିଷ୍କାର କରି ପାରିବେ ମାତ୍ର ପୋଛା ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ନୂଆ ପୋଛା ବ୍ୟବହାର କରିବାକୁ ଚାହୁଁଥିଲେ ଶୁକ୍ରବାର ଦିନ କରନ୍ତୁ । ସର୍ବଦା ଉତ୍ତର ଦିଗରୁ ହିଁ ପୋଛା ଲଗାଇବା ଆରମ୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *