ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ତିନୋଟି କାମ ମନୁଷ୍ୟକୁ ବର୍ବାଦ କରିଥାଏ

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ବିଭିନ୍ନ ପ୍ରକାରର କଷ୍ଟ ଏବଂ ସେଥିରୁ ବର୍ତ୍ତିବା ପାଇଁ ଅନେକ ଉପାୟ ମଧ୍ୟ କହିଛନ୍ତି । ତେଣୁ ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମର ସର୍ବଶ୍ରେଷ୍ଠ ପବିତ୍ର ଗ୍ରନ୍ଥ ବୋଲି କୁହାଯାଏ । ଏହି ତିନୋଟି କାମ କାରଣରୁ ମନୁଷ୍ୟ ନିଜର ସବୁ ପୁଣ୍ୟ ନଷ୍ଟ କରିଥାଏ । କିଛି କାମ କରୁଥିବାରୁ ମନୁଷ୍ୟ ନର୍କରୁ ମୁକ୍ତି ପାଇ ପାରେ ନାହିଁ କିମ୍ବା ମୋକ୍ଷ ମଧ୍ୟ ପ୍ରାପ୍ତି କରିପାରେ ନାହିଁ । ତେବେ ଆଜିକାର ଲେଖାରେ ଆମେ ସେହି ତିନୋଟି କାର୍ଯ୍ୟ ବିଷୟରେ କହିବୁ ।

୧ . ମାଂସହାର :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟର ଶରୀରର ଗଠନ ଭୋଜନ ଗ୍ରହଣ ଦ୍ୱାରା ହୋଇଥାଏ । ମାତ୍ର ମନୁଷ୍ୟ ସର୍ବଦା ସାତ୍ଵିକ ଭୋଜନ କରିବା ଉଚିତ । ମନୁଷ୍ୟ ଆଦୋୖ ତାମସିକ ଭୋଜନ କରିବା ଉଚିତ ନୁହେଁ । ମନୁଷ୍ୟ ମାଂସ ଭକ୍ଷଣ କଲେ ତାର ଆୟୁଷ କମିଥାଏ । ମାତ୍ର ସାତ୍ଵିକ ଭୋଜନ କଲେ ଆୟୁଷ ଦୀର୍ଘ ହୋଇଥାଏ । ଭୋଜନ ତିନି ପ୍ରକାରର ହୋଇଥାଏ । ଯଥା ସାତ୍ଵିକ , ରାଜସିକ ଏବଂ ତାମସିକ ଭୋଜନ ।

ସାତ୍ଵିକ ଏବଂ ରାଜସିକ ଏହା ନିରାମିଷ ଭୋଜନ ହୋଇଥାଏ । ମାତ୍ର ତାମସିକ ଭୋଜନ ଦ୍ୱାରା ମନୁଷ୍ୟ ମଧ୍ୟରେ କ୍ରୋଧ , ଇର୍ଷା , ସ୍ୱାର୍ଥପରତା ଉତ୍ପନ୍ନ କରିଥାଏ । ମାଂସହାର କରିବା ପାଇଁ ମନୁଷ୍ୟ ଯେଉଁ ଜୀବ ମାନଙ୍କ ହତ୍ୟା କରିଥାଏ ସେହି ଜୀବ ହତ୍ୟାର ପାପ ମନୁଷ୍ୟକୁ ଲାଗିଥାଏ । ଯାହାଦ୍ୱାରା ମନୁଷ୍ୟର ସବୁ ପୁଣ୍ୟ ନଷ୍ଟ ହେବାକୁ ଲାଗିଥାଏ । ମାଂସହାର କରିବା ଦ୍ୱାରା ମନୁଷ୍ୟର ବର୍ବାଦି ଆରମ୍ଭ ହୋଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟକୁ ତାମସିକ ଭୋଜନ କରିବା ଉଚିତ ନୁହେଁ ।

୨ . ଗର୍ଭପାତ :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ସଂସାରରେ ସବୁଠାରୁ ପୁଣ୍ୟ କାମ ହୋଇଥାଏ ନୂତନ ଜୀବ ସୃଷ୍ଟି କରିବା । ମନୁଷ୍ୟ ନିଜ ସ୍ୱାର୍ଥ ପାଇଁ ଗର୍ଭପାତ କରାଇଥାଏ । ଗର୍ଭପାତ କଲେ ଏହା ହତ୍ୟା ଠାରୁ ମଧ୍ୟ ବଡ଼ ପାପ ହୋଇଥାଏ । ଏହି ପାପର ସମ୍ପୂର୍ଣ୍ଣ ବ୍ରାହ୍ମାଣ୍ଡରେ କୌଣସି ପ୍ରାୟଶ୍ଚିତ ନଥାଏ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ନାରୀ ମାନେ ଗର୍ଭପାତ ଭଳି ପାପ କରିଥାନ୍ତି ସେମାନଙ୍କୁ ନର୍କକୁ ଯିବାକୁ ପଡ଼ିଥାଏ । ଯେଉଁଠି ସେମାନଙ୍କୁ ଅତ୍ୟନ୍ତ ନିର୍ମମତାର ସହିତ ଦଣ୍ଡ ଦିଆଯାଇଥାଏ । ଏହି କାରଣରୁ ମନୁଷ୍ୟ ବର୍ବାଦି ହୋଇଥାଏ ।

୩ . ଅବୈଧ ସମ୍ପର୍କ :-

କୌଣସି ନାରୀ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିବା ବର୍ବାଦିର କାରଣ ହୋଇଥାଏ । ମନୁଷ୍ୟ କାମନା ବାସନାରେ ଅନ୍ଧ ହୋଇ ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ସ୍ତ୍ରୀ ସହିତ ସମ୍ବନ୍ଧ ସ୍ଥାପନ କରି ନିଜକୁ ବର୍ବାଦ କରିଥାଏ । ବାସନା ମନୁଷ୍ୟର ବର୍ବାଦିର ସବୁଠାରୁ ବଡ଼ କାରଣ ହୋଇଥାଏ ଯାହା ତାକୁ ଅବୈଧ ସମ୍ପର୍କ ସ୍ଥାପନ କରିବାକୁ ଇଙ୍ଗିତ ଦେଇଥାଏ ।

ଅବୈଧ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ମନୁଷ୍ୟର ଚରିତ୍ର ନଷ୍ଟ ହୋଇଥାଏ । ଏହି ଚରିତ୍ରହୀନତା କାରଣରୁ ମନୁଷ୍ୟ ନିଜର ଗୌରବ ଏବଂ କୂଳର ନାଶ କରିଥାଏ । ଯେଉଁ ପୁରୁଷ ଏପରି କରି ନଥାଏ ସେ ମୃତ୍ୟୁ ପରେ ସ୍ଵର୍ଗ ପ୍ରାପ୍ତ କରିଥାଏ ।

Leave a Reply

Your email address will not be published. Required fields are marked *