ଶ୍ରୀକୃଷ୍ଣ କହିଛନ୍ତି ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ସଂକେତ |

ପ୍ରାଚୀନ ପୁରାଣ ଅନୁଯାୟୀ ତୁଳସୀ ଗଛ ବହୁତ ଦିବ୍ୟ, ଏବଂ ପବିତ୍ର ହୋଇଥାଏ | ତୁଳସୀକୁ ନିତଦିନ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସୁଖ, ଶାନ୍ତି ମିଳିଥାଏ | ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ବହୁତ ପ୍ରିୟ ଅଟେ | ତୁଳସୀ ପତ୍ର ବିନା ଭଗବାନ କେବେ ବି ପୂଜା କିମ୍ଭା ପ୍ରସାଦ ସ୍ୱୀକାର କରନ୍ତି ନାହିଁ | ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କୁହନ୍ତି ଯେ ଯେଉଁ ବ୍ୟକ୍ତି ସବୁବେଳେ ମାତା ତୁଳସୀଙ୍କୁ ପ୍ରଣାମ କରେ ସେହି ବ୍ୟକ୍ତିକୁ କୋୖଣସି ପ୍ରକାରର ବି ରୋଗ, ବ୍ୟାଧି ହୋଇନଥାଏ | ତୁଳସୀରେ ସବୁ ପ୍ରକାରର ରୋଗକୁ ନାଶ କରିବାର ଶକ୍ତି ଥାଏ | ଏହି ଗଛ ଆମେ ଆମ ଘରର ସାମ୍ନାରେ ଲଗେଇବା ଦ୍ୱାରା ତେବେ ଆମ ଘରକୁ ଅସୁଥୁବା ସମସ୍ତ ସମସ୍ୟା, ସବୁ ଦୁଃଖ, କଷ୍ଟ, ଅଶାନ୍ତି ଏବଂ ସବୁ ପ୍ରକାରର ନକାରାତ୍ମକ ଶକ୍ତିର ନାଶ କରିଦେଇଥାଏ | ଏବଂ ଆମ ଘରେ ସକାରାତ୍ମକ ଉର୍ଜା ଭରିଦେଇଥାଏ |

ପ୍ରାଚୀନ ପୁରାଣ ଅନୁଯାୟୀ ତୁଳସୀ ଗଛକୁ ମାତା ବୃଦ୍ଧାଙ୍କ ରୂପ ବୋଲି ବେବେଚନା କରାଯାଇଅଛି | ସେଥିପାଇଁ ପ୍ରତ୍ୟେକ ଲୋକଙ୍କ ଘରେ କେଉଁ ଗଛ ଥାଉ କିମ୍ଭା ନ ଥାଉ କିନ୍ତୁ ଏହି ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ | ବ୍ରହ୍ମ ପୁରାଣ ଅନୁଯାୟୀ ଆମ ଘର ସାମ୍ନାରେ ଲଗାଯାଇଥିବା ତୁଳସୀ ଗଛ କେବଳ ଆମ ଘଋକୁ ଆସୁଥିବା ନକାରାତ୍ମକ ଶକ୍ତିକୁ ହଟାଇଥାଏ ଏବଂ ଆମକୁ ଅନେକ ପ୍ରକାରର ସଂକେତ ମଧ୍ୟ ଦେଇଥାଏ ଯାହା ଆମର ଆଗକୁ ଆସୁଥିବା ଭବିଷ୍ୟତ ବିଷୟରେ ହୋଇଥାଏ | କାରଣ ତୁଳସୀ ଗଛ ପରିବେଶରେ ଥିବା ନକାରାତ୍ମକ ଶକ୍ତିକୁ ଆଗରୁ ହିଁ ଜାଣିନେଇଥାଏ |

ଅଥବା ଆଗକୁ ଆସିବାକୁ ଯାଉଥିବା ସମସ୍ତ ପ୍ରକାରର ସମସ୍ୟାକୁ ମଧ୍ୟ ସେ ଜାଣିନେଇଥାଏ | ଏବଂ ଆମକୁ ଅନେକ ପ୍ରକାରର ସୂଚନା ମଧ୍ୟ ଦେଇଥାଏ | ଏହା ସହ ଯଦି ଘରକୁ ମାତା ଲଷ୍ମୀଙ୍କର ଆଗମନ ହେବାର ଥାଏ, କିମ୍ଭା ଘରକୁ ସୁଖ, ସମୃଦ୍ଧି ଆସିବାର ଥାଏ ତେବେ ଏହା ସବୁ ଆମକୁ ତୁଳସୀର ଗଛ ଦ୍ୱାରା ଜଣାପଡିଥାଏ | ଏଥିପାଇଁ ଆମକୁ ତୁଳସୀ ଗଛର ଏହି ଲକ୍ଷଣ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ସବୁ ସଂକେତ ବିଷୟରେ |

ପ୍ରଥମତଃ ଆପଣମାନେ ଦେଖିଥିବେ ଯେ କେବେ କେବେ ଆମ ଘର ସାମ୍ନାରେ ଥିବା ତୁଳସୀ ଗଛ ଶୁଖିବାରେ ଲାଗିଥାଏ | ଏବଂ ଆମର ଅନେକ ଚେଷ୍ଟା ପରେ ମଧ୍ୟ ଏହା ଆଗ ଭଳି ହୁଏନାହିଁ ତେବେ ଏହା ଆପଣଙ୍କ ପାଇଁ ଏକ ସଂକେତ ହୋଇପାରେ | ଏବଂ ଏହି ସଂକେତ ହେଉଛି କି ଆମ ଘରେ କୋୖଣସି ପ୍ରକାରର ନକାରାତ୍ମକ ଶକ୍ତିର ବାସ ଅଛି | କିମ୍ଭା ଆମ ଘରକୁ କୋୖଣସି ବାଦ ବିପଦ କିମ୍ଭା କୋୖଣସି ସମସ୍ୟା ଆସିବାକୁ ଯାଉଛି | ଯାହାର ସଂକେତ ଆମକୁ ତୁଳସୀ ଗଛ ଦେଇଥାଏ | ତୁଳସୀ ଗଛ ଝାଉଁଳିବାର ଅର୍ଥ ଏହା ମଧ୍ୟ ହୋଇଥାଏ କି ଆମର ଆଗକୁ ଅନେକ ଧନ ଖର୍ଚ୍ଚ ହେବାର ଅଛି | ଏବଂ ଏଥିପାଇଁ ମନେ ରଖିବେ କେବେ ବି ନିଜ ତୁଳସୀ ଗଛକୁ ଶୁଖିବାକୁ ଦେବେନି |

ଦ୍ୱିତୀୟତଃ ଯଦି ତୁଳସୀ ଗଛରୁ ସବୁଜ ପତ୍ର ଝାଡ଼ୁଚି, ଯଦି ପତ୍ର ହଳଦିଆ ହୋଈ କିମ୍ଭା ସୁଖୀ ପାବନ ଦ୍ୱାରା ଝାଡ଼ୁଚି ତେବେ ଏହା ପ୍ରାକୃତିକ ହୋଇଥାଏ, କିନ୍ତୁ ଯଦି ସବୁଜ ପତ୍ର ଗୁଡିକ ହିଁ ଆପେ ଆପେ ଅଲଗା ହୋଈ ତଳେ ପଡନ୍ତି ତେବେ ଏହାର ସଂକେତ ଏହା ହୋଇଥାଏ କି ଆପଣଙ୍କ ଘରେ ଖୁବ ଶୀଘ୍ର ଅନେକ କ୍ଳେଶ, ଘରର ଭାଗ ଭଳି ସମସ୍ୟା ଆସିପାରେ | ଘରର ପାରିବାରିକ ସମ୍ପର୍କ ଖରାପ ହୋଇପାରେ | ଯଦି ଆପଣଙ୍କୁ ଏହିପରି ସଂକେତ ମିଳେ ତେବେ ଆପଣ ଅଯଥା କ୍ଳେଶର ବଞ୍ଚିବା ପାଇଁ ସନ୍ଧ୍ୟା ସମୟରେ ତୁଳସୀ ମାତାଙ୍କ ପାଖରେ ଏକ ଘିଅ ଦୀପ ଜାଳିଦିଅନ୍ତୁ |

ତୃତୀୟତଃ ଯଦି ତୁଳସୀ ଗଛ ଚାରିପଟେ ଅନ୍ୟ ଛୋଟ ଛୋଟ ଗଛ ଉଠିଯାଏ ତେବେ ଏହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କ ଘଋକୁ ଖୁବ ଶୀଘ୍ର ଅନେକ ପ୍ରକାରର ଖୁସି ଖବର ଆସିପାରେ ଏବଂ ଅନେକ ସୁଖ ଏବଂ ସମୃଦ୍ଧି ମଧ୍ୟ ଆସିପାରେ | ହୁଏତ ଆପଣଙ୍କ ବ୍ୟବସାୟ ବହୁତ ଭଲ ଚାଳିବ ନାହିଁ ତଃ ଆପଣଙ୍କ ଜୀବନରେ ଅନେକ କିଛି ଶୁଭ କାର୍ଯ୍ୟ ହୋଇପାରେ |

ଚତୁର୍ଥତଃ ଆପଣ କେବେ କେବେ ଦେଖିଥିବେ କି ତୁଳସୀ ଗଛ ପାଖରେ ଅନେକ ଜନ୍ଧା ଆସିଯାଆନ୍ତି ଏବଂ ଯାହାକୁ ଆପଣ ଅନେକ ଚେଷ୍ଟା ପରେ ମଧ୍ୟ ସେଠାରୁ ବାହାର କରିପାରନ୍ତି ନାହିଁ | ଏବଂ ଏହି ମନେ ତୁଳସୀ ଗଛକୁ ଧୀରେ ଧୀରେ ଖାଇଯାଆନ୍ତି | ତେବେ ଏହା ଏହି କଥାର ସଂକେତ ହୋଇଥାଏ କି ଖୁବ ଶୀଘ୍ର ଆପଣଙ୍କ ଘରକୁ କେହି ବାହାର ଲୋକ ଆସି ଆପଣଙ୍କ ପାରିବାରିକ ଖୁସିକୁ ନଷ୍ଟ କରିଦେଇପାରେ | କୌଣସି ବାହାର ବ୍ୟକ୍ତିଙ୍କ ପାଇଁ ଆପଣଙ୍କୁ ଅନେକ କଷ୍ଟ ସହିବାକୁ ପଡିପାରେ |

ପଞ୍ଚମତଃ ଯଦି ତୁଳସୀ ଗଛରେ ପ୍ରଜାପତି, ସୁନ୍ଦର ଚଢେଇ, ଏବଂ କୋଇଲି ଆସି ବସିଯାଆନ୍ତି ଏବଂ ତୁଳସୀ ଗଛ ହରା-ଭରା ଦେଖାଯାଏ ତେବେ ଏହା ଏହି କଥାର ସଂକେତ ହୋଇଥାଏ କି ଆପଣଙ୍କୁ ଖୁବ ଶୀଘ୍ର ଅନେକ ଧନର ପ୍ରାପ୍ତି ହୋଇପାରେ | ଅଥବା ଆପଣଙ୍କର ଅନେକ ମନସ୍କାମନା ପୂର୍ଣ୍ଣ ହୋଇପାରେ |

ଆମକୁ ତୁଳସୀ ଗଛରୁ ଭଲ ଏବଂ ଖରାପ ଉଭୟ ସଂକେତ ହିଁ ମିଳିପାରିଥାଏ | ଆଶା କରୁଛୁ ଏହି ସୂଚନା ଆପଣଙ୍କ କାର୍ଯ୍ୟରେ ଆସିବ |

Leave a Reply

Your email address will not be published. Required fields are marked *