ନବରାତ୍ରୀରେ ଶରୀରର ଏହି ଅଙ୍ଗରେ ବାନ୍ଧି ଦିଅନ୍ତୁ କଳା ସୂତା , ରାତାରାତି ହୋଇଯିବେ ମାଲାମାଲ :-

ଜୀବନରେ ନକରାତ୍ମକତା କାରଣରୁ ଅନେକ ସମସ୍ୟା ଆସିଥାଏ । କେଉଁଠି ନକରାତ୍ମକତା କାରଣରୁ ଆର୍ଥିକ ସମସ୍ୟା ଆସିଥାଏ ତ ପୁଣି କେଉଁଠି ପାରିବାରିକ ଅଶାନ୍ତି କଳହ ଦେଖା ଦେଇଥାଏ । ଜୀବନରେ ଅନେକ ପରିଶ୍ରମ କରିବା ସତ୍ତ୍ୱେବି କିଛି ସୁଫଳ ମିଳିପାରେ ନାହିଁ । ଏହିସବୁ ସମସ୍ୟା ନକରାତ୍ମକତା କାରଣରୁ ହୋଇଥାଏ । ଏହାବ୍ୟତୀତ ଘରେ ରଖା ଯାଉଥିବା ଭିନ୍ନ ଭିନ୍ନ ଜିନିଷ ମଧ୍ୟ ହୋଇପାରେ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ହୋଇପାରେ । ମାତ୍ର ଏସବୁ ଠାରୁ ବଡ଼ ସମସ୍ୟା ହେଉଛି ଇର୍ଷା ଏବଂ ଦ୍ଵେଷ କାରଣରୁ ନଜର ଲାଗିବା । ଏହାଦ୍ବାରା ମନୁଷ୍ୟ କେବେବି ସଫଳତା ପାଇପାରେ ନାହିଁ । ଏହାଦ୍ବାରା ଏହି ନକରାତ୍ମକତା କେବେ ମନୁଷ୍ୟକୁ ଆଗକୁ ବଢ଼ିବାକୁ ଦିଏନାହିଁ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ସେହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

ତେବେ ପ୍ରଥମ ଉପାୟକୁ କରିବା ପାଇଁ ଏକ ରେଶମୀ କଳା ସୂତା ଆବଶ୍ୟକ । ଏହି ଉପାୟ ଅନେକ ପୁରା କାଳରୁ ପ୍ରଚଳିତ ହୋଇ ଆସୁଛି । ତେବେ ମନୁଷ୍ୟର ଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଥାଏ । ତେଣୁ ମନୁଷ୍ୟକୁ ପଞ୍ଚତତ୍ତ୍ୱରୁ ହିଁ ଶକ୍ତି ମିଳିଥାଏ । ମାତ୍ର ନକରାତ୍ମକ ଶକ୍ତି କାରଣରୁ ସେହି ଶକ୍ତି ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ତେଣୁ ଏହି କଳା ସୂତା ମନୁଷ୍ୟର ଦୃଷ୍ଟିକୁ ଅବରୋଧ କରଥାଏ ଏବଂ ମନୁଷ୍ୟକୁ ପଞ୍ଚତତ୍ତ୍ୱରୁ ଶକ୍ତି ମିଳିଥାଏ । ଏହି କଳା ରଙ୍ଗ କିମ୍ୱା କଳା ସୂତା ନକରାତ୍ମକତାକୁ ଅବଶୋଷିତ କରିଥାଏ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ କଳା ଟୀକା ଲଗାଯାଇଥାଏ ଏବଂ ବିବାହ ସମୟରେ ବର ବଧୂଙ୍କୁ ମଧ୍ୟ କଳା ଟୀକା ଲଗା ଯାଇଥାଏ ।

ଏହି ଉପାୟକୁ କରିବା ପାଇଁ ଯଥେଷ୍ଟ ଲମ୍ବର ଏକ କଳା ସୂତା ନିଅନ୍ତୁ ଏବଂ ଆଖପାଖର କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଆନ୍ତୁ । ଶନିଦେବଙ୍କ ସାମ୍ନାରେ ଜଳୁଥିବା ସୋରିଷ ତେଲ ଦୀପରେ ସେହି କଳା ସୂତାକୁ ବୁଡ଼ାଇ ଦିଅନ୍ତୁ । ହନୁମାନ ମନ୍ଦିରକୁ ଯାଇଥିଲେ ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ଦିଅନ୍ତୁ । ଏହାପରେ ସେଥିରେ ସାତଟି ଗଣ୍ଠି ପକାଇ ନିଜର ସାତୋଟି ସମସ୍ୟା କିମ୍ବା ମନସ୍କାମନା କହି ଦିଅନ୍ତୁ । ଏହାପରେ ଓଁ ଶଂ ଶନିଶ୍ଚରାୟ ନମଃ ୭ ଥର ଜପ କରନ୍ତୁ ଏବଂ ହନୁମାନ ଚାଳିଶା ଜପ କରି ଦୀପ ଉପର ଦେଇ ସେହି କଳା ସୂତାକୁ ସାତ ଥର ବୁଲାଇ ଆଣନ୍ତୁ । ଏହାପରେ ଆଦୋୖ କଥାବାର୍ତ୍ତା ନକରି ଚୁପଚାପ ଘରକୁ ଚାଲି ଆସନ୍ତୁ ।

ସେହି ସୂତାକୁ ରାତିରେ ଘରର ମନ୍ଦିରରେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଗୋଡ଼ରେ ବାନ୍ଧି ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ସେହି ସୂତାର କୌଣସି ଗଣ୍ଠିରେ ବ୍ଲେଡ଼ କିମ୍ବା କୌଣସି ଧାରୁଆ ଅସ୍ତ୍ର ନଲାଗେ । ଏହି ରଙ୍ଗର ସୂତା ବ୍ୟତୀତ ଶରୀରରେ ଅନ୍ୟ କୌଣସି ରଙ୍ଗର ସୂତା ରହିବା ଉଚିତ ନୁହେଁ । ଶନି ଦୋଷାରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟକ୍ତିକୁ କଳା ସୂତା ଧାରଣ କରିବା ଉଚିତ । ଯଦି ଆପଣ ତାହାକୁ ଶରୀରରେ ଧାରଣ କରିବାକୁ ଚାହୁଁ ନାହାଁନ୍ତି ତେବେ ତାହାକୁ ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ତାହା ଆପଣଙ୍କ ପରିବାରର ରକ୍ଷା କରିବ । ଏହାଦ୍ବାରା କୌଣସି ନକରାତ୍ମକତା ଆପଣଙ୍କ ଘରକୁ ପ୍ରବେଶ କରିପାରିବ ନାହିଁ ।

ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେଉଥାଏ ତେବେ ଶୋଇବା କକ୍ଷର ବିଛଣା ତଳେ ଏହିଭଳି ଏକ ଶହେ ମିଟର ଲମ୍ବର ଏକ କଳା ସୂତାକୁ ଅଭିମନ୍ତ୍ରିତ କରି ରଖି ଦିଅନ୍ତୁ । ଏହାକୁ ତକିଆ ଠାରୁ ଏକ ଫିଟ ଦୂରରେ ରଖି ଦିଅନ୍ତୁ , ଯାହାଦ୍ୱାରା ଆପଣ ଶୋଇବା ବେଳେ ଆପଣଙ୍କ ପିଠି ଏହା ଉପରେ ରହିବ । ଏହି ଉପାୟ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ କମିଯାଏ ଏବଂ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ । ଯଦି ଆପଣଙ୍କ ଘରର କେହି ବ୍ୟକ୍ତି ଉପରେ ନଜର ଦୋଷ ଲାଗିଥାଏ ତେବେ ସେହି ବ୍ୟକ୍ତିକୁ ମଧ୍ୟ କଳା ସୂତା ବାନ୍ଧି ଦିଅନ୍ତୁ । ଯଦି ଆପଣ ଭାବୁଛନ୍ତି ଯେ ସେହି ସୂତା କୌଣସି ସମୟରେ କାମ ଦେଉନାହିଁ ତେବେ ତାହାକୁ ପ୍ରତ୍ୟେକ ସପ୍ତାହରେ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ । ଏହାର ଫଳ ତୁରନ୍ତ ମିଳିଥାଏ । ଯଦି ଆପଣ ମନ୍ଦିରକୁ ଯାଇ ପାରୁ ନାହାଁନ୍ତି ତେବେ ପୂଜାଘରେ ଜଳୁଥିବା ଦୀପ ଉପର ଦେଇ ସାତ ଥର ବୁଲାଇ ଆଣନ୍ତୁ ।

Leave a Reply

Your email address will not be published. Required fields are marked *