ପର୍ସରେ କେବଳ ଏହି ଗୋଟିଏ ଜିନିଷ ରଖି ଦିଅନ୍ତୁ ଏବଂ ଦେଖନ୍ତୁ ମାତା ଲକ୍ଷ୍ମୀଙ୍କ ଚମତ୍କାର

ବିନା ଅର୍ଥରେ ବର୍ତ୍ତମାନ ସମୟରେ କିଛିବି ସମ୍ଭବ ନୁହେଁ । କାରଣ ବିନା ଅର୍ଥରେ କିଛିବି ଆବଶ୍ୟକୀୟ ଜିନିଷ କ୍ରୟ କରି ହୁଏ ନାହିଁ । ମାତ୍ର ଅର୍ଥ ରୋଜଗାର କରିବା ଅସମ୍ଭବ ନଥିଲେ ବି କଷ୍ଟକର ଅଟେ । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅର୍ଥ ରୋଜଗାର କରନ୍ତି ସତ କିନ୍ତୁ ସେମାନଙ୍କ ପାଖରେ ଅର୍ଥ ରହେ ନାହିଁ । ପୁଣି କେଉଁ ଉପାୟରେ ଖର୍ଚ୍ଚ ହୋଇଯାଏ ତାହା ମଧ୍ୟ ଜାଣି ହୁଏନାହିଁ । କାରଣ ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି ଏବଂ ଗୋଟିଏ ସ୍ଥାନରେ ରହନ୍ତି ନାହିଁ ।

ମାତ୍ର ଧନ ନଷ୍ଟ ହେବା କିମ୍ବା ଅଯଥା ଅଧିକ ଖର୍ଚ୍ଚ ହେବା ପଛରେ ଅନେକ ଛୋଟ ଛୋଟ କାରଣ ରହିଥାଏ ଯାହା ମନୁଷ୍ୟ ଦ୍ୱାରା ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ସେହି ସବୁ ଭୁଲ ବିଷୟରେ କହିବୁ ଏବଂ କିଛି ଛୋଟ ଛୋଟ ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଅର୍ଥ ହାନୀ ସମସ୍ୟା ଦୂର ହୋଇଯିବ ।

ତେବେ ସବୁଠାରୁ ବଡ଼ କଥା ହେଉଛି ଧନ ରଖିବାର ସ୍ଥାନ । ବାସ୍ତବରେ ଧନ ରଖାଯାଉଥିବ ସ୍ଥାନ ହି ଏହା ଠିକ କରିଥାଏ ଯେ ଧନରେ ବୃଦ୍ଧି ହେବ ନା କ୍ଷତି ହେବ । ସାଧରଣତଃ ଧନ ରଖିବା ସ୍ଥାନ ଯେମିତିକି ପର୍ସ କିମ୍ବା ସିନ୍ଧୁକକୁ ସର୍ବପ୍ରଥମେ ପରିଷ୍କାର ଏବଂ ଶୁଦ୍ଧ ରଖିବା ଉଚିତ । କାରଣ ଏଣୁତେଣୁ ଜିନିଷ ରଖିଲେ ସେଥିରେ ନକରାତ୍ମକତା ରହିଥାଏ । ଯାହାଦ୍ୱାରା ଅର୍ଥ ଅଧିକ ଖର୍ଚ୍ଚ ହୋଇଥାଏ ଏବଂ କେବେବି ତାହା ରହେନାହିଁ ।

ପର୍ସ ସର୍ବଦା ଗୋଲାପୀ , ମେରୁନ କିମ୍ବା ନାଲି ରଙ୍ଗର ହେବା ଆବଶ୍ୟକ । କଳା ରଙ୍ଗର ପର୍ସରେ ଟଙ୍କା ରଖିଲେ ଅଧିକ ଖର୍ଚ୍ଚ ହୋଇଥାଏ । ପର୍ସରେ ସର୍ବପ୍ରଥମେ ନିଜ ମା କିମ୍ବା ଗୁରୁଜନଙ୍କ ଠାରୁ ଏକ କଏନ ଆଶୀର୍ବାଦ ସ୍ୱରୂପ ଆଣି ରଖିବା ଉଚିତ । ତାହାକୁ କେବେବି ଖର୍ଚ୍ଚ କରିବା ଉଚିତ ନୁହେଁ । ଏହାଦ୍ୱାରା ଅର୍ଥ କମ ଖର୍ଚ୍ଚ ହୋଇଥାଏ ।

ତେବେ ପର୍ସରେ କିଛି ଅଧର୍ମୀ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ଯେପରିକି ଲୁହା ଚାବି କିମ୍ବା ଅନ୍ୟାନ୍ୟ ଜିନିଷ । ସର୍ବଦା ମୁଦ୍ରା ଏବଂ ନୋଟକୁ ଅଲଗା ଅଲଗା ସଜେଇ ରଖିବା ଉଚିତ । ଏପରି କୁହାଯାଏ ଯେ ଚାଉଳକୁ ସବୁ ଦେବଦେବୀଙ୍କୁ ଅର୍ପିତ କରିହୁଏ । ଏପରି କରିବା ଦ୍ୱାରା ଅନ୍ନର କେବେବି ଅଭାବ ହୁଏନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ତାଙ୍କ ସଖା ସୁଦାମା ଚାଉଳ ଭେଟି ଦେଇଥିଲେ । ତାହାକୁ ଶ୍ରୀକୃଷ୍ଣ ମଧ୍ୟ ଖୁବ ଖୁସିରେ ଗ୍ରହଣ କରିଥିଲେ ଏବଂ ତାଙ୍କୁ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ କରିଥିଲେ ।

ଏହିଭଳି ଭଗବାନଙ୍କୁ ଚାଉଳ ଅର୍ପିତ କଲେ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି ।ତେବେ ଏହି ଚାଉଳକୁ ଭଗବାନଙ୍କ ପାଖରୁ ଆଶୀର୍ବାଦ ସ୍ୱରୂପ ଆଣି ରଖିବା ଉଚିତ । ପର୍ସରେ ଚାନ୍ଦି କିମ୍ବା ହଳଦୀ ଗଣ୍ଠି ରଖିବା ମଧ୍ୟ ଶୁଭ ହୋଇଥାଏ । ଏହାଦ୍ବାରା ରୋଜଗାର ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଅଯଥା ଖର୍ଚ୍ଚ ହୁଏନାହିଁ ।

ପର୍ସରେ ଦେବଦେବୀଙ୍କ ଫୋଟ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ପାଖରେ ଲାଗିଥିବା ହଳଦିଆ କଉଡ଼ି ମଧ୍ୟ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ହଳଦିଆ କଉଡ଼ି ଧନକୁ ଆକର୍ଷିତ କରିଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ ନାଲି ପେପରରେ ନିଜର ମନସ୍କାମନା ଲେଖି ତାହାକୁ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ ଏବଂ ତାପରେ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ଏବଂ ଧନ ମଧ୍ୟ ଆକର୍ଷିତ ହେବା ସହ । ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *