ନବରାତ୍ରୀରେ ମାତା ଦୁର୍ଗା ଏହି ଛଅ ପ୍ରକାରର ଲୋକଙ୍କୁ ଦେଇଥାନ୍ତି ଦଣ୍ଡ , ହୋଇଯାଏ ଧନର ନାଶ :-

ନବରାତ୍ରୀରେ ମାତା ଦୁର୍ଗା ପୃଥିବୀ ପୃଷ୍ଠକୁ ଅବତରଣ କରିଥାନ୍ତି ଏବଂ ନିଜ ଭକ୍ତଙ୍କ ଉପରେ ଆଶୀର୍ବାଦ ଦେଇଥାନ୍ତି । ନବରାତ୍ରୀରେ ବ୍ରତ ଏବଂ ଉପାସନା ଆଦି କଲେ ମାତା ନିଶ୍ଚୟ ତାଙ୍କର ମନସ୍କାମନା ପୂରଣ କରନ୍ତି । ଏହି ଦିନ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ମାତା ଦଣ୍ଡ ଦେଇଥାନ୍ତି । ଯାହାଦ୍ୱାରା ସେ ଅନେକ କଷ୍ଟ ପାଇଥାଏ ଏବଂ ସେହି ବ୍ୟକ୍ତିର ସବୁ ଗ୍ରହ ମଧ୍ୟ ଖୁବ ନିଚ୍ଚକୁ ଚାଲିଯାଏ । ପରିବାରରେ ରୋଗ ଦୁଃଖ ଶୋକ ଏହିଭଳି ଅନେକ ଭୟଙ୍କର ସମସ୍ୟା ଦେଖା ଦେଇଥାଏ । ତେଣୁ ନବରାତ୍ରୀ ସମୟରେ ଏହିଭଳି କାର୍ଯ୍ୟ କରିବା ଉଚିତ ନୁହେଁ । କାରଣ ତାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେଣୁ ଏହିଦିନ ମାତାଙ୍କୁ କ୍ରୋଧିତ କରିବା ଭଳି କାମ କରିବା ଉଚିତ ନୁହେଁ । ନଚେତ ଛୋଟ ଭୁଲ ପାଇଁ ବଡ଼ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ ।

ତେଣୁ ଏହିଦିନ ମାତାଙ୍କୁ ପ୍ରସନ୍ନ କରିବା ଲାଗି ଉପାୟ କରନ୍ତୁ । ମାତାଙ୍କ ପାଇଁ ବାର ବ୍ରତ କରନ୍ତୁ ଏବଂ କିଛି ଉପାୟ କରିବା ଦ୍ୱାରା ମାତା ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି । ମାତା ଯେତେ ଜଲଦି ପ୍ରସନ୍ନ ହୋଇଥାନ୍ତି ସେତେ ଜଲଦି କ୍ରୋଧିତ ମଧ୍ୟ ହୋଇଥାନ୍ତି ।

୧ . ନବରାତ୍ରୀରେ ମାଂସ ଭକ୍ଷଣ କରନ୍ତୁ ନାହିଁ । ଏହିଦିନ ମଣିଷ କଣ ରାକ୍ଷସ ମାନେ ମଧ୍ୟ ମାଂସ ଭକ୍ଷଣ କରନ୍ତି ନାହିଁ । ଏହାଦ୍ବାରା ପାପ ଲାଗିଥାଏ ଏବଂ ମାତା ମଧ୍ୟ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ମାତା ଦଣ୍ଡିତ କରନ୍ତି । ତେଣୁ ନବରାତ୍ରୀରେ ମାତାଙ୍କ ଦଣ୍ଡରୁ ବର୍ତ୍ତିବା ପାଇଁ ମାଂସ ଖାଆନ୍ତୁ ନାହିଁ ।

୨ . ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ଝିଅଙ୍କ ଉପରେ ଅତ୍ୟାଚାର କରିବା ଘୋର ପାପ ହୋଇଥାଏ । ଏହାଦ୍ବାରା ମାତା କ୍ରୋଧିତ ହୁଅନ୍ତି । ଶାସ୍ତ୍ରରେ ନାରୀକୁ ସମ୍ମାନ ଦେବାକୁ କୁହାଯାଇଛି । ମାତ୍ର ଯେଉଁ ବ୍ୟକ୍ତି କନ୍ୟାକୁ ଅତ୍ୟାଚାର କରିଥାଏ ସେହି ବ୍ୟକ୍ତିକୁ ମାତାଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ସେହି ବ୍ୟକ୍ତିକୁ ମାତା କେବେ କ୍ଷମା କରନ୍ତି ନାହିଁ । ନବରାତ୍ରୀରେ କନ୍ୟା ସହିତ ଅତ୍ୟାଚାର କରୁଥିବା ବ୍ୟକ୍ତିର ବହୁତ ଜଲଦି ମୃତ୍ୟୁ ହୋଇଯାଏ ।

୩ . ନବରାତ୍ରୀରେ ଯଦି କେହି ବ୍ୟକ୍ତି ନିଜର ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖିଥାଏ ତେବେ ସେହି ବ୍ୟକ୍ତିକୁ ମାତାଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ସ୍ତ୍ରୀ ମାନଙ୍କ ପକ୍ଷରେ ମଧ୍ୟ ଏହିଭଳି ହୋଇଥାଏ । ବରଂ ସ୍ୱାମୀ ସ୍ତ୍ରୀ ମିଳିମିଶି ବାର ବ୍ରତ ଏବଂ ମାତାଙ୍କ ଆରାଧନା କରିବା ଉଚିତ । ଯଦି କେହି ପୁରୁଷ ମହିଳା ଅନ୍ୟ ପୁରୁଷ ମହିଳା ସହିତ ସମ୍ବନ୍ଧ ସ୍ଥାପନ କରନ୍ତି ତେବେ ଏହାଦ୍ବାରା ସେମାନଙ୍କର ବହୁତ ଜଲଦି ମୃତ୍ୟୁ ହୋଇଯାଏ । ନବରାତ୍ରୀରେ ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ସହ କିମ୍ବା ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହିତ ପ୍ରତାରଣା କରିଥାଏ ତାକୁ ମାତା କେବେ କ୍ଷମା କରନ୍ତି ନାହିଁ ।

୪ . ନବରାତ୍ରୀରେ ଅନ୍ୟର କ୍ଷତି କରିବା ପାଇଁ କିମ୍ବା ଅନିଷ୍ଟ କରିବା ମନୋଭାବ ନେଇ କଳା ଯାଦୁ କିମ୍ବା ତନ୍ତ୍ର ମନ୍ତ୍ର କରନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ଖୁବ କ୍ରୋଧିତ ହୁଅନ୍ତି । ଏପରି କରୁଥିବା ବ୍ୟକ୍ତିର ଦଣ୍ଡ ହେଉଛି ମୃତ୍ୟୁ ଦଣ୍ଡ ।

୫ . ନବରାତ୍ରୀରେ ଯେଉଁ ଲୋକେ ବିନା ସ୍ନାନରେ ରହନ୍ତି ଏବଂ ମଇଳା ପୋଷାକ ଧାରଣ କରନ୍ତି ସେହି ବ୍ୟକ୍ତି ମାନଙ୍କ ଉପରେ ମାତା କ୍ରୋଧିତ ହୁଅନ୍ତି । ଏହାଦ୍ୱାରା ନକାରାତ୍ମକତା ମଧ୍ୟ ଆସିଥାଏ । ନବରାତ୍ରୀରେ ପରିଷ୍କାର ପରିଚ୍ଛନ୍ନ ରହୁନଥିବା ବ୍ୟକ୍ତିକୁ ଦୁଃଖ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *