1 ଅକ୍ଟୋବର ” ଷଷ୍ଠ ନବରାତ୍ରୀ ” ମା କାତ୍ୟାୟାନି ପୂଜା ବିଧି ନବରାତ୍ରିର ଷଷ୍ଠ ଦିନ..

ନବରାତ୍ର ଷଷ୍ଠୀ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରିବା ବିଧି ରହିଛି। ମା’ କାତ୍ୟାୟନୀ ମହିଷାସୁର ବଧ କରିଥିଲେ। ସେଥିପାଇଁ ମା’ଙ୍କୁ ଅସୁର, ଦାନବ ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତି ନିଜ ଇନ୍ଦ୍ରିୟକୁ ବସ କରିବାକୁ ଶକ୍ତି ପ୍ରାପ୍ତ କରିଥାଏ ବୋଲି ବିଶ୍ୱାସ ରହିଛି। ମା’ କାତ୍ୟାୟନୀଙ୍କ ସ୍ୱରୂପ ଖୁବ ଆକର୍ଷକ। ମା’ ଙ୍କ ଶରୀର ସୁନା ଭଳି ଚମକୁଥାଏ। ମା’ଙ୍କର ଚାରିଭୁଜ ଓ ମା’ ସିଂହ ସବାରି କରନ୍ତି। ମା’ଙ୍କ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ପଦ୍ମ ଫୁଲ ଶୋଭା ପାଏ। ଅନ୍ୟ ଦୁଇ ହାତରେ ବରମୁଦ୍ରା ଓ ଅଭୟମୁଦ୍ରା ଶୋଭା ପାଏ।

ମା’ କାତ୍ୟାୟନୀ ବିବାହ ବାଧା ମଧ୍ୟ ଦୂର କରିଥାନ୍ତି। ନବରାତ୍ରିରେ ବିଧି ପୂର୍ବକ ମା’ଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଏକ ପୌରାଣିକ କଥା ଅନୁସାରେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ରୂପରେ ପାଇବାକୁ ଗୋପୀମାନେ ମା’କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମାତା କାତ୍ୟାୟନୀଙ୍କ ପୂଜା ଦ୍ୱାରା ଗୁରୁଦେବ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଏବଂ କନ୍ୟାମାନଙ୍କୁ ଭଲ ସ୍ୱାମୀ ପାଇବାକୁ ବରଦାନ ଦେଇଥାନ୍ତି।

ନବରାତ୍ରିର ଷଷ୍ଠ ଦିନ ଗୋଧୂଳି ବେଳାରେ ଅର୍ଥାତ ସନ୍ଧ୍ୟା ସମୟରେ ମା’ କାତ୍ୟାୟନୀଙ୍କ ପୂଜା କରିବା ଉତ୍ତମ ବୋଲି କୁହାଯାଏ। ବିଧି ପୂର୍ବକ ମା’ଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ ଏବଂ ଶତ୍ରୁ ନାସା ହୋଇଥାଏ। ମା’ଙ୍କ ପୂଜା ଦ୍ୱାରା ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ |

ମା ଙ୍କୁ ପୂଜା କରିବାର ବିଧି :

ମା’ କାତ୍ୟାୟନୀଙ୍କ ପୂଜାରେ ନିୟମ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମା’ଙ୍କୁ ପୂଜା ଆରମ୍ଭ କରିବା ପୂର୍ବରୁ କାଠ ପିଢାରେ ଲାଲ କପଡା ବିଛାଇ ମା’ଙ୍କୁ ସ୍ଥାପିତ କରନ୍ତୁ। ପୂଜାରେ ୫ ପ୍ରକାର ଫଳ, ପୁଷ୍ପ, ମିଠା ଆଦି ପ୍ରୟୋଗ କରନ୍ତୁ। ନବରାତ୍ରିର ଷଷ୍ଠ ଦିନରେ ମା’ଙ୍କ ପୂଜାରେ ବିଶେଷତ୍ୱ ମହୁ ପ୍ରୟୋଗ କରାଯାଇଥାଏ। କାରଣ ମହୁ ମା’ଅଙ୍କର ବହୁତ ପ୍ରିୟ। ମା’ଙ୍କୁ ଦହି, ଘିଅ, କ୍ଷୀର ଓ ମହୁରେ ସ୍ନାନ କରାନ୍ତୁ।

ଏହି ଦିନ ମା’ଙ୍କୁ ହଳଦିଆ ଶୃଙ୍ଗାର କରିବା ଉଚିତ। ଏହାପରେ ଭକ୍ତିର ସହ ମା’ଙ୍କ ମନ୍ତ୍ର ପଢନ୍ତୁ। ନିଜର ଯାହା ମନୋସ୍କାମନା ଅଛି ତାକୁ ମନାରେ ଦୋହରାଇ ମା’ଙ୍କୁ କୁହନ୍ତୁ ଏବଂ ମା’ ଆଶୀର୍ବାଦ ନିଅନ୍ତୁ।ମା’ କାତ୍ୟାୟନୀଙ୍କ ପୂଜା ବିଧି ପୂର୍ବକ କରିବା ଉଚିତ। ଏହାଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ।

ମା’ କାତ୍ୟାୟନୀଙ୍କ ପୂଜା କଲେ ଶତ୍ରୁଙ୍କ ବିନାଶ ହୋଇଥାଏ, ରୋଗରୁ ମୁକ୍ତି ମିଳିଥାଏ। ମା’ଙ୍କୁ ଗୋଧୂଳି ଅର୍ଥାତ ସନ୍ଧ୍ୟା ସମୟରେ ପୂଜା କରିବା ଉଚିତ। ନବରାତ୍ରିର ଷଷ୍ଠ ଦିନ ମା’ଙ୍କୁ କାଠ ପିଢାରେ ନାଲି ଆସନ ବିଛାଇ ସ୍ଥାପିତ କରନ୍ତୁ। ନବରାତ୍ରର ଅନ୍ୟ ଦିନମାନଙ୍କରେ ଯେଉଁଭଳି ମା’ଙ୍କ ପୂଜା କରାଯାଏ ସେହିଭଳି ମା କାତ୍ୟାୟନୀଙ୍କ ପୂଜା କରନ୍ତୁ। ପୂଜାରେ ମହୁ ନିଶ୍ଚୟ ବ୍ୟବହାର କରନ୍ତୁ। ମା’ଙ୍କୁ ଭୋଗ ଦେବା ପରେ ମହୁ ପ୍ରସାଦ ନିଜେ ଗ୍ରହଣ କରିବା ସହ ପରିବାର ସଦସ୍ୟଙ୍କୁ ଦିଅନ୍ତୁ। ଷଷ୍ଠୀ ଦିନ ମା’ଙ୍କୁ ହଳଦିଆ ବସ୍ତ୍ରରେ ଶୃଙ୍ଗାର କରିବା ଉଚିତ |

ଏକ ପୌରାଣିକ କଥା ଅନୁସାରେ, କତ ନାମକ ଜଣେ ପ୍ରସିଦ୍ଧ ମହର୍ଷି ଥିଲେ। ତାଙ୍କ ପୁତ୍ର ଥିଲେ ଋଷି କାତ୍ୟା। କାତ୍ୟା ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଉତ୍ପନ୍ନ ହୋଇଥିଲେ ଓ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀ ଉପରେ ବଢିଗଲା ସେତେବେଳେ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମିଶି ମହିଷାସୁରର ବିନାଶ ପାଇଁ ଦେବୀଙ୍କୁ ଉତ୍ପନ୍ନ କରିଥିଲେ। ଋଷି କାତ୍ୟାୟନଙ୍କ ଘରେ ଜନ୍ମ ନେଇଥିବାରୁ ତାଙ୍କୁ ମା’ କାତ୍ୟାୟନୀ ନାଁ ଦିଆଗଲା।

ମା’ କାତ୍ୟାୟନୀଙ୍କ ମନ୍ତ୍ର :

ଚନ୍ଦ୍ରହାସୋଜ୍ଜୱଲକରା ଶାର୍ଦୁଲବାର ବାହନା

କାତ୍ୟାୟନୀ ଶୁଭଂ ଦଦ୍ୟାଦ୍ଦେବୀ ଦାନବଘାତିନି

Leave a Reply

Your email address will not be published. Required fields are marked *