ରାଶିଫଳ ୧ ଅକ୍ଟୋବର ୨୦୨୨: ଏହି ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିବାର ରହିଛି ସମ୍ଭାବନା। ଜାଣନ୍ତୁ ସମସ୍ତ ରାଶିର ଭବିଷ୍ୟତ ଫଳ।

ରାଶିଫଳ ୧ ଅକ୍ଟୋବର ୨୦୨୨, ଦିନ ଶନିବାର, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ। ଶନିବାର ଦିନଟି ଭଗବାନ ଶନିଙ୍କୁ ସମର୍ପିତ ଅଟେ। ଏହିଦିନ ଭଗବାନ ଶନିଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଗୁଡ଼ିକ ବିଷୟରେ ଜାଣିବା।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆପଣଙ୍କର ସବୁ ଇଛା ପୂରଣ ହେବ। ବ୍ୟାପାର କରୁଥିବା ଲୋକଙ୍କୁ କଠିନ ପରିଶ୍ରମ କରି ଆଗକୁ ବଢିବା ଆବଶ୍ୟକ। ଆପଣଙ୍କୁ ନିଜ ଭାଗ୍ୟ ଉପରେ ନିର୍ଭର ନକରି କର୍ମ କରି ଚାଲିବା ଉଚିତ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବାହନ କ୍ରୟ କରି ପାରନ୍ତି। ଘରର ଖର୍ଚ୍ଚ ବଢିପାରେ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ଆପଣ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ପାରନ୍ତି। ଆପଣଙ୍କ ବନ୍ଧୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଧିକ ଖର୍ଚ୍ଚ ବଢିପାରେ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ପିତାଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ପରିବାରରେ ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବିରୋଧୀ ଆପଣଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ପ୍ରୟାସ କରି ପାରନ୍ତି। ଆପଣଙ୍କୁ ଘରର ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ସାମାଜିକ କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରି ପାରନ୍ତି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ଲୋକେ ପରସ୍ପର ପ୍ରତି ମଧୁର ଭାବନା ରଖିବେ। ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇ ପାରନ୍ତି। କଳା ଓ ସଙ୍ଗୀତ ପ୍ରତି ଆପଣଙ୍କର ରୁଚି ବଢିବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପୁରୁଣା ବେମାରୀରୁ ମୁକ୍ତି ମିଳିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଭାଇଭଉଣୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୂର ହୋଇଯିବ। ମାନସିକ ଚିନ୍ତା ବଢିପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି। ବିବାହିତ ଲୋକଙ୍କ ଜୀବନ ସୁଖମୟ ରହିବ।ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ନୂଆ ଯୋଜନା ବରିଷ୍ଠ ଅଧିକାରୀଙ୍କୁ ଆକର୍ଷିତ କରିବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ ଉତ୍ତମ ଅବସର ପ୍ରାପ୍ତ ହେବ। ଆପଣଙ୍କର ରୁଚି ବଢିପାରେ। ଜୀବନସାଥୀଙ୍କ ସହିତ ସୁଖମୟ ସମୟ ଅତିବାହିତ କରିବେ।କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ଗୁରୁଜନଙ୍କ ସହିତ ପରାମର୍ଶ କରନ୍ତୁ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡିପାରେ।ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

Leave a Reply

Your email address will not be published. Required fields are marked *