ପଞ୍ଚମ ନବରାତ୍ରୀରେ ମା’ ସ୍କନ୍ଧମାତାଙ୍କୁ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ୧୦୦ ଗୁଣା ମିଳିବ ଫଳ :-

ଜୀବନର ଯେତେବି ସମସ୍ୟା ଥାଏ ନବରାତ୍ରୀରେ ଏହି ନଅ ଦିନ ମାତାଙ୍କର ନିଷ୍ଠାର ସହିତ ପୂଜା କଲେ ସବୁ ସମସ୍ୟା ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ସେହି ଉପାୟ ବିଷୟରେ କହିବୁ ।

୧ . ଯଦି ଆପଣଙ୍କ ଘରେ କେହି ଝିଅ କିମ୍ବା ପୁଅ ବିବାହ ଯୋଗ୍ୟ ହେବା ସତ୍ତ୍ୱେ ବି ବିବାହ ହୋଇ ପାରୁନାହିଁ କିମ୍ବା କୌଣସି ସମସ୍ୟା ହେଉଛି ତେବେ ନବରାତ୍ରୀର ପଞ୍ଚମ ଦିନ ଏକ ଆମ୍ବ ପତ୍ର ଆଣି ତାହାକୁ ଭଲଭାବରେ ଧୋଇ ସେଥିରେ ହଳଦୀରେ ଗୋଟିଏ ଏବଂ ସିନ୍ଦୁରରେ ଗୋଟିଏ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ହଳଦୀ ସ୍ୱସ୍ତିକ ଉପରେ ସିନ୍ଦୁରରେ ନାଲି କରିଥିବା ଚାଉଳ ରଖନ୍ତୁ ଏବଂ ସିନ୍ଦୁର ସ୍ୱସ୍ତିକ ଉପରେ ହଳଦୀ ଯୁକ୍ତ ଚାଉଳ ରଖନ୍ତୁ ।

ଏହାପରେ ଏହି ଆମ୍ବ ପତ୍ରକୁ ସେହି ଝିଅ କିମ୍ବା ପୁଅକୁ ହାତରେ ଧରି ନିଜର ନାମ ଏବଂ ଗୋତ୍ର କହି ନିଜର ସମସ୍ୟା କହି ଦିଅନ୍ତୁ । ଏହାପରେ ତାହାକୁ ନେଇ କୌଣସି ନିମ ଗଛ ତଳେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ବିବାହ ଜନିତ ସମସ୍ୟା ଦୂର ହୋଇଯିବ ।

୨ . ନବରାତ୍ରୀର ପଞ୍ଚମ ଦିନ ମାତାଙ୍କୁ କଦଳୀ ଭୋଗ ଲଗାନ୍ତୁ । ଏଥିପାଇଁ ସକାଳୁ ଶୀଘ୍ର ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ମାତାଙ୍କୁ କଦଳୀ ଏବଂ ହଳଦିଆ ଫୁଲ ଅର୍ପିତ କରନ୍ତୁ । ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତି ଇଚ୍ଛା ଅଛି ତେବେ କଦଳୀ ଯୋଡ଼ା ସଂଖ୍ୟାରେ ଅର୍ପଣ କରନ୍ତୁ ଏବଂ ନିଜର ମନସ୍କାମନା କହି ଦିଅନ୍ତୁ । ଏହାଦ୍ବାରା ସନ୍ତାନ ପ୍ରାପ୍ତି ଜନିତ ସବୁ ସମସ୍ୟା ଦୂର ହେବ । ସେହି କଦଳୀକୁ ନିଜେ ପ୍ରସାଦ ରୂପରେ ସେବନ କରନ୍ତୁ ଏବଂ ନିଜ ସନ୍ତାନଙ୍କୁ ମଧ୍ୟ ଦିଅନ୍ତୁ । ଏହାସହିତ ବୃହସ୍ପତି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ମାତାଙ୍କ ପୂଜା ସ୍ୱାମୀ ସ୍ତ୍ରୀ ଉଭୟ ମିଶି କଲେ ଭଲ ଫଳ ମିଳିଥାଏ ।

ମାତାଙ୍କୁ ଜଲଦି ପ୍ରସନ୍ନ କରିବାକୁ ଚାହୁଁଥିଲେ ହଳଦିଆ ଫୁଲ ଏବଂ ଫଳ ଅର୍ପଣ କରନ୍ତୁ । ମାତାଙ୍କୁ ‘ ଓଁ ହିଂ ନମଃ । ‘ ଅତିକମରେ ୧୦୮ ଥର ଜପ କରନ୍ତୁ । ମାତାଙ୍କୁ ପ୍ରସନ୍ନ କଲେ ସନ୍ତାନ ସମ୍ବନ୍ଧୀୟ ସମସ୍ୟା କିମ୍ବା ସନ୍ତାନ ମାନଙ୍କର ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ଦିନ ମାତାଙ୍କୁ ଏକ ଚୁନିରେ ପାଣି ଥିବା ନଡ଼ିଆ ଭେଟି ଦେଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ଧନର ଆଗମନ ହୋଇଥାଏ ଏବଂ ସନ୍ତାନ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *