ସ୍ୱାମୀଙ୍କ ଉନ୍ନତି ଏବଂ ଅଗ୍ରଗତି ପାଇଁ ନବରାତ୍ରିରେ ପ୍ରତ୍ୟେକ ସଧବା ମାନେ ନିଶ୍ଚିତ କରନ୍ତୁ ଏହି କାର୍ଯ୍ୟ, ମା’ ଦେବେ ମନ ଚାହୁଁଥିବା ସମସ୍ତ ବର |

ବନ୍ଧୁଗଣ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସର ଶୁକ୍ଲପକ୍ଷ ପ୍ରତିପ୍ରଦା ତିଥି ରୁ ନେଇକି ନବମୀ ତିଥି ଯାଏଁ ପାଳନା କରାଯାଏ | ଦଶମୀ ତିଥି ରେ ଦଶହରା ହୋଇଥାଏ | ଦଶହରାର ଏହି 9 ଦିନ ରେ ମାତା ଭଗବତୀଙ୍କର ନଅ ସ୍ୱରୂପକୁ ପୂଜା କରାଯାଇଥାଏ | ଏବଂ ମାଙ୍କର ଆରାଧନା କରିବା ଦ୍ୱାରା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ ଏବଂ ସୁଖ ସମୃଦ୍ଧି ଭରି ରହିଥାଏ | ଶୈଳପୁତ୍ରୀ,ବ୍ରାହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କାନ୍ଦମାତା, କାତ୍ୟାୟନୀ, କଳରାତ୍ରି, ମହାଗୌରୀ,ସିଦ୍ଧିଦାତ୍ରୀ ଏହି ନଅ ଅବତାର ମାଙ୍କର ଏହି 9ଦିନ ରେ ପୂଜା କରାଯାଇଥାଏ |

ବନ୍ଧୁଗଣ ସମ୍ପୂର୍ଣ ଭକ୍ତିର ସହ ମାଙ୍କୁ ଆରାଧନା କରିବା ଦ୍ୱାରା ମା ସମସ୍ତ ଦୁଃଖ କୁ ହରଣ କରିଥାନ୍ତି ଏବଂ ଭକ୍ତଙ୍କର ସବୁ ସମସ୍ୟାକୁ ଠିକ କରିଦେଇଥାନ୍ତି | ତେବେ ବନ୍ଧୁଗଣ ଏହି ନଅ ଦିନ ରେ ବ୍ରତ କରିବାକୁ ଆମକୁ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ | ତେବେ ଆସନ୍ତୁ ଜାଣିବା ନବରାତ୍ରୀ ର ଏହି ନଅ ଦିନରେ କଣ କରିବା ଉଚିତ ହୋଇଥାଏ ଏବଂ କଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା |

ନବରାତ୍ରୀର ଏହି ଦିନରେ ଆମକୁ ସ୍ଵାତିକ ଜିନିଷର ସେବନ କରିବା ଉଚିତ, ତମସିକ ଜିନିଷର ସେବନ କରନ୍ତୁ ନାହିଁ | ତମସିକ ଜିନିଷ କାହାକୁ କୁହାଯାଏ – ପିଆଜ, ରସୁଣ, ମଦ, ମାଂସ ଆଦି ତମସିକ ହୋଇଥାଏ | ଘରେ କୌଣସି କାରଣରୁ ଝଗଡା ନହେଉ ଏକଥାର ଧ୍ୟାନ ରଖନ୍ତୁ, କୌଣସି ବାଦ ବିବାଦ କରନ୍ତୁ ନାହିଁ ଏହି କଥାର ଧ୍ୟାନ ରଖନ୍ତୁ | ଘର ଦ୍ୱାରା ସବୁବେଳେ ପରିଷ୍କାର ପାରିଛନ୍ନ ରଖନ୍ତୁ ଏବଂ ଧ୍ୟାନ ରଖନ୍ତୁ କେବେ ବି କାହା ବିଷୟରେ ଖରାପ କୁହନ୍ତୁ ନାହିଁ | କାରଣ ଏହି ସବୁ ଜିନିଷ କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ |

ଯେଉଁ ଥରେ ନକାରାତ୍ମକ ଶକ୍ତି ରହିଥାଏ ସେଇଠି ମା କଦାପି ରୁହନ୍ତି ନାହିଁ | ତେବେ ଘର ସବୁବେଳେ ସକାରାତ୍ମକ ମାହୋଲ ରେ ରଖନ୍ତୁ, କେବଳ ପୂଜା ପାଠ ରେ ମା ପ୍ରସନ୍ନ ହୋଇନଥାନ୍ତି, ଆପଣଙ୍କୁ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ | ମା ଙ୍କୁ ପ୍ରସନ୍ନ କରିବା ପାଇଁ ମନ ସୁଦ୍ଧ ଏବଂ ସାତ୍ଵିକ ହେବା ସହ ଘର ପରିବାର ମଧ୍ୟ ସକାରାତ୍ମକ ରହିବା ଆବଶ୍ୟକ |

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ନବରାତ୍ରିର ଆରମ୍ଭ କେବେ ହେବ, କେବେ ଶେଷ ହେବ ଏବଂ କଳସର ସ୍ଥାପନ କରିବାର ଶୁଭ ମୁହୂର୍ତ୍ତ ?

ବନ୍ଧୁଗଣ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଛି ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପ୍ରଦା ତିଥି 26ସେପ୍ଟେମ୍ବର କୁ, ଏବଂ ଏହି ଦିନଠାରୁ 4 ଅକ୍ଟୋବର ଯାଏଁ ନବମୀ ହେବ ଏବଂ 5 ଅକ୍ଟୋବର କୁ ଦଶହରା ପାଳନ କରାଯିବ | ଏହି ପ୍ରକାରର 9 ଦିନ ପୂର୍ଣ୍ଣ ହେଉଛି | ତେବେ ବନ୍ଧୁଗଣ ଆଜି ଆମେ ଜାଣିବା କି ନବରାତ୍ରିର କେଉଁ ଦିନ ମା ଦୁର୍ଗାଙ୍କର କେଉଁ ସୋରୂପକୁ ଆରାଧନା କରିବା | ତେବେ ବନ୍ଧୁଗଣ ଆମେ ଆଜି ପ୍ରଥମେ ଏହା ଜାଣିବା ଯେ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ କେତେବେଳେ | କାରଣ ଅନେକ ଲୋକ କଳସ ସ୍ଥାପନା କରନ୍ତି ଏବଂ ଅନେକ ଲୋକ କଳସ ସ୍ଥାପନ ମଧ୍ୟ କରନ୍ତି ନାହିଁ | ବିନା କଳସ ସ୍ଥାପନ କରି ମଧ୍ୟ ଆପଣ ମାତା ଦୁର୍ଗାଙ୍କୁ ପୂଜା କରିପାରିବେ |

26 ସେପ୍ଟେମ୍ବରକୁ ଘଟ ସ୍ଥାପନ କରିବାର ଶୁଭ ମୁହୂର୍ତ୍ତ ହେଉଛି ସକାଳ 6ଟା ବାଜି 11 ମିନିଟ ଠାରୁ ଆରମ୍ଭ ହୋଈ 7ଟା ବାଜି 30 ମିନିଟ ପର୍ଯ୍ୟନ୍ତ ଅଛି | ସକାଳ 7.30ରୁ 9ଟା ପର୍ଯ୍ୟନ୍ତ ରହୁକାଳ ରହିବ | ଏହା ପରେ 9.12ରୁ 10.42 ମିନିଟ ମଧ୍ୟରେ କଳସ ସ୍ଥାପନା କରିନେବା ଅତ୍ୟନ୍ତ ଶୁଭ ଅଟେ | ଯଦି ଆପଣ ଏହି ସମୟରେ କଳସ ସ୍ଥାପନା କରିପାରିବେ ନାହିଁ ତେବେ ଆପଣମାନେ ଅଭିଜିତ ବେଳାରେ ଅର୍ଥାତ 11ଟା ବାଜି 48ମିନିଟ ଠାରୁ 12.32 ମିନିଟ ଭିତରେ ସ୍ଥାପନା କରିପାରିବେ |

ବନ୍ଧୁଗଣ କଳସ ସ୍ଥାପନ କରିବାବେଳେ କିଛି ଖାସ କଥାର ଧ୍ୟାନ ଦେବେ | ଆପଣ ଯେଉଁଠି ବି କଳସ ସ୍ଥାପନ କରୁଛନ୍ତି ସବୁବେଳେ ଧ୍ୟାନ ଦେବେ ଏହି ସ୍ଥାନ ଘରର ଉତ୍ତର-ପୂର୍ବ କୋଣ ହେବା ଆବଶ୍ୟକ ଅଟେ | ଘରକୁ ସଫା କରିନିଅନ୍ତୁ | ନବରାତ୍ରି ପୂର୍ବଦିନ ହି ନିଜ ଘରର ସମ୍ପୂର୍ଣ ସଫା କରିଦିଅନ୍ତୁ | ଏବଂ ଯେଉଁ ଯାଗାରେ ଆପଣ କଳସ ସ୍ଥାପନ କରିବେ ସେହି ଯାଗାକୁ ପ୍ରଥମେ ସଫା କରି ସେହି ଯାଗା ରେ ଗଙ୍ଗା ଜଳ ଛିଞ୍ଚନ୍ତୁ | ଏବଂ ଏହା ପାରେ ସଫା ଟେବୁଲ ରଖି ସେଥିରେ ଲାଲ କପଡା ପକାନ୍ତୁ ଏବଂ ଏହା ପାରେ ମାତା ଦୁର୍ଗାଙ୍କ ମୂର୍ତ୍ତି ରଖନ୍ତୁ | ଏବଂ ଏହାପରେ ସର୍ବପ୍ରଥମ ଭଗବାନ ଗଣେଶଙ୍କୁ ପୂଜା କରାଯାଏ ଗଣେଶଙ୍କୁ ସ୍ମରଣ କରାଯାଏ | ଏବଂ କଳସ ସ୍ଥାପନ କରିବା ଆଗରୁ ଗଣେଶ ଦେବଙ୍କୁ ଧ୍ୟାନ କରନ୍ତୁ | ଏବଂ ଏହା ପାରେ କଳସ ସ୍ଥାପନ କରନ୍ତୁ |

ଆମକୁ କିଛି ଖାସ ଜିନିଷ ମଧ୍ୟ ସେହି କଳସରେ ପକେଇବା ଆବଶ୍ୟକ ହୋଇଥାଏ | ଯେପରିକି ମୁଦ୍ରା, ସୁପାରୀ, ଲବଙ୍ଗ, କିନ୍ତୁ ଅରୁଆ ଚାଉଳ, ଏବଂ ଏହା ସହ ଖଣ୍ଡ ହଳଦୀ ମଧ୍ୟ ପକାଇ ପାରିବେ | ଏବଂ ଏହା ସହ କିଛି ଗଙ୍ଗା ଜଳ ମଧ୍ୟ ମିଶେଇ ଦିଅନ୍ତୁ | ଏଥିରେ ସୁଦ୍ଧ ଜଳ ଦେଇ ଏହା ଉପରେ ପାଞ୍ଚ ପତ୍ର ରଖି ଏହା ଉପରେ ନଡ଼ିଆର ସ୍ଥାପନ କରାଯାଏ |

Leave a Reply

Your email address will not be published. Required fields are marked *