ତୁଳସୀ ଗଛରେ କେବଳ ଏହି ଜିନିଷ ରଖି ଦିଅନ୍ତୁ । ସବୁ କାର୍ଯ୍ୟ ହୋଇଯିବ ସଫଳ :-

ହିନ୍ଦୁ ଘରେ ତୁଳସୀ ଗଛ ରଖିବାର ପରମ୍ପରା ରହିଛି । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଯେତିକି ଜରୁରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ । ମାତ୍ର ଅନେକ ଲୋକ ଖାଲି ତୁଳସୀ ଗଛ ରଖି ଭୁଲ କରିଥାନ୍ତି । ବାସ୍ତବରେ ତୁଳସୀ ଗଛକୁ ରଖିଲେ ତାହା ଉପରେ ଏକ ନାଲି ଚୁନି ଘୋଡ଼ାଇ ଦେବା ଆବଶ୍ୟକ । ଯାହାଦ୍ୱାରା ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ ।

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଚୁନି ପୁରୁଣା ହୋଇଗଲେ କିମ୍ବା ଫାଟି ଯାଇଥିଲେ ତାହାକୁ କେବଳ ପର୍ବପର୍ବାଣିରେ ହିଁ ବଦଳାଇଥାନ୍ତି । ମାତ୍ର ଏପରି ନୁହେଁ ବରଂ ତୁଳସୀ ଗଛରେ ଚୁନି ପ୍ରତି ସପ୍ତାହ ବଦଳାଇ ଦେବା ଉଚିତ । ନଚେତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । କିନ୍ତୁ ଖାଲି ତୁଳସୀ ଗଛ ଘରେ ଲଗାନ୍ତୁ ନାହିଁ । କାରଣ ତୁଳସୀ ଆମ ମା’ ଭଳି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଭୁଲରେ ବି କିଛି ଜିନିଷ ତୁଳସୀ ଗଛରେ ରଖିବା ଉଚିତ ନୁହେଁ ।

୧ . ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ତୁଳସୀ ଗଛରେ ସର୍ବଦା ପରିଷ୍କାର ପାଣି ଦେବା ଉଚିତ । ଅନେକ ଲୋକ ଦୂଷିତ ପାଣି ଅର୍ପିତ କରିଥାନ୍ତି । ଯାହା କରିବା ଉଚିତ ନୁହେଁ । ତୁଳସୀ ଗଛରେ ପିଇବା ଉପଯୋଗୀ ପାଣି ଅର୍ପିତ କରିବା ଉଚିତ । ତୁଳସୀ ଗଛରେ ପାଣି ଦେବା ପୂର୍ବରୁ ପ୍ରଥମେ ନିଜେ ସ୍ନାନ କରି ଶୁଦ୍ଧ ହୁଅନ୍ତୁ । ଯେଉଁ ପାତ୍ରରେ ପାଣି ନେଉଛନ୍ତି ତାହା ମଧ୍ୟ ପରିଷ୍କାର ହେବା ଉଚିତ ନଚେତ ପାପ ଲାଗିଥାଏ ।

୨ . ସପ୍ତାହରେ ଥରେ ପାଣିରେ କ୍ଷୀର ମିଶାଇ ତୁଳସୀ ଗଛରେ ଚଢାନ୍ତୁ । ତୁଳସୀ ଗଛରେ କ୍ଷୀର ଚଢ଼ାଇଲେ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଉନ୍ନତି ଦେଖା ଦେଇଥାଏ । ତୁଳସୀ ଗଛ ଲଗାଇବା ସମୟରେ ମାଟି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଅର୍ଥାତ ପରିଷ୍କାର ମାଟିରେ ହିଁ ତୁଳସୀ ଗଛ ଲଗାନ୍ତୁ । ସେଥିରୁ ଗୋଡ଼ି କଙ୍କଡ଼ ସଫା କରି ଦିଅନ୍ତୁ । ନଚେତ ପାପ ଲାଗିଥାଏ । ତୁଳସୀ ଗଛରେ ଶାଳୀଗ୍ରାମ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତୁଳସୀ ଗଛରେ ଅନ୍ୟ ଦେବଦେବୀଙ୍କ ପ୍ରତିମା ରଖିବା ଉଚିତ ନୁହେଁ । କେବଳ ଶାଳୀଗ୍ରାମ ପ୍ରତିମା ହିଁ ସର୍ବଶ୍ରେଷ୍ଠ ଅଟେ ।

୩ . ତୁଳସୀ ଗଛ ଶୁଖିଗଲେ ତାହାକୁ ଘରେ ରଖିବା ଉଚିତ ନୁହେଁ । ତାହାକୁ ମାଟିରେ ପୋତି ଦିଅନ୍ତୁ କିମ୍ବା ପାଣିରେ ବିସର୍ଜିତ କରି ଦିଅନ୍ତୁ । ନଚେତ ଆପଣ ତାହାକୁ ଘରେ ରଖନ୍ତୁ ଏବଂ କୌଣସି ଯଜ୍ଞ ପରମ୍ପରା ହେଲେ ହୋମରେ ବ୍ୟବହାର କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତୁଳସୀ ସାଧରଣତଃ ବିଭିନ୍ନ ପ୍ରକାରର ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ହିନ୍ଦୁ ପରିବାରରେ କେବଳ ରାମ ତୁଳସୀ ଏବଂ କୃଷ୍ଣ ତୁଳସୀ ଲଗା ଯାଇଥାଏ । ଅନ୍ୟ ତୁଳସୀ ରଖାଯାଇ ନଥାଏ ।

୪ . ଶୁଦ୍ଧ ମନରେ ପୁରା ପରମ୍ପରା ଏବଂ ବିଧିରେ ଯେଉଁ ବ୍ୟକ୍ତି ତୁଳସୀ ଏବଂ ଶାଳୀଗ୍ରାମର ବିବାହ କରାଇଥାଏ ସେହି ବ୍ୟକ୍ତିର ଜୀବନରେ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ପୂରଣ ହୋଇଯାଏ ଏବଂ ଜୀବନକୁ ସୁଖ ଶାନ୍ତି ଆସିଥାଏ । ଶୁଖିଲା ତୁଳସୀରେ ମାଳା ତିଆରି କରି ପିଲାଙ୍କୁ ପିନ୍ଧାଇଲେ ତାହା ଅତ୍ୟନ୍ତ ଶୁଭ ଏବଂ ଲାଭକାରୀ ହୋଇଥାଏ । ମାତ୍ର ତୁଳସୀ ମାଳା ବେକରେ ପିନ୍ଧିଲେ ଖରାପ ଆଚରଣ ଛାଡ଼ି ଦିଅନ୍ତୁ ଏବଂ ମନରେ ଥିବା କୁଚିନ୍ତାଧାରା ଛାଡ଼ିବା ସହିତ ଆମିଷ ଖାଆନ୍ତୁ ନାହିଁ ।

ତୁଳସୀ ଗଛରୁ ମିଳୁଥିବା ଉପକାର :

୧ . ପ୍ରତ୍ୟେକ ଦିନ ଚା’ ରେ କିମ୍ବା ଖାଲିରେ ଗୋଟିଏ ତୁଳସୀ ପତ୍ର ସେବନ କଲେ କର୍କଟ ରୋଗ ଭଳି ସମସ୍ୟା ହୋଇ ନଥାଏ ।

୨ . ତୁଳସୀ ଗଛ ଘରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯାହା ଘରର ବାତାବରଣକୁ ଶୁଦ୍ଧ କରିଥାଏ ।

୩ . ତୁଳସୀ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାଦ୍ବାରା ସବୁ ପ୍ରକାରର ଚର୍ମ ଜନିତ ସମସ୍ୟା ଦୂରେଇ ଯାଏ ।

୪ . ପ୍ରତ୍ୟେକ ଦିନ ତୁଳସୀଙ୍କୁ ହାତ ଯୋଡ଼ି ପ୍ରାର୍ଥନା କଲେ ସବୁ ନକରାତ୍ମକତା ଦୂରେଇ ଯାଏ ଏବଂ ମନରେ ଏକ ନୂଆ ସକାରାତ୍ମକତା ଉଜ୍ଜୀବିତ ହୋଇଥାଏ ।

୫ . ଯଦି ଆପଣଙ୍କର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ ତୁଳସୀ ପତ୍ରକୁ ବାଟି ସେଥିରେ ଫିଟିକିରି ମିଶାଇ ଲଗାଇଲେ ତାହା ଭଲ ହୋଇଯାଏ ।

୬ . ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ତୁଳସୀଙ୍କୁ ଆରାଧନା କରିବା ସହିତ ମାତା ଲକ୍ଷ୍ମୀଙ୍କ ଆରାଧନା କରିଥାଏ ସେହି ବ୍ୟକ୍ତିକୁ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।

୭ . ଯଦି ଆପଣ ଥଣ୍ଡା ଅବଙ୍କ କାଶ ଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ତୁଳସୀ ପତ୍ରରେ ଗୋଲମରିଚ ମିଶାଇ କାଢ଼ା ବନାଇ ପିଇଲେ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *