ନବରାତ୍ରୀର ତୃତୀୟ ଦିନରେ ମାତାଙ୍କର ତୃତୀୟ ରୂପ ଚନ୍ଦ୍ରଘଣ୍ଟା ମାତାଙ୍କର ପୂଜା କରାଯାଏ । ତେବେ ମାତାଙ୍କ ନାମ ଚନ୍ଦ୍ରଘଣ୍ଟା ରହିବାର କାରଣ ହେଉଛି ମସ୍ତକରେ ଘଣ୍ଟା ଆକାରର ଚନ୍ଦ୍ର ରହିବା କାରଣରୁ । ଯାହା ବାଜିବା ଦ୍ୱାରା ଅତି ଭୟଙ୍କର ରାକ୍ଷସ ମଧ୍ୟ ଭୟରେ କମ୍ପିଥାନ୍ତି । ମାତା ଚନ୍ଦ୍ରଘଣ୍ଟା ନିଜର ଭିନ୍ନ ଭିନ୍ନ ହାତରେ ଅସ୍ତ୍ରଶସ୍ତ୍ର ଧରି ବିଦ୍ୟମାନ ହୋଇଥାନ୍ତି ଏବଂ ଦୁଇଟି ହାତରେ ଆଶୀର୍ବାଦ ଦେଇଥାନ୍ତି । ମାତାଙ୍କର ତିନୋଟି ଆଖି ଥାଏ । ମାତାଙ୍କୁ ଦର୍ଶନ କଲେ ଶାନ୍ତି , ସାହସ ଏବଂ ଯଶ ପ୍ରାପ୍ତ ହୋଇଥାଏ । ତେବେ ଆଜିକାର ଲେଖାରେ ଆମେ ମାତାଙ୍କୁ ପୂଜା କରିବାର ସମ୍ପୂର୍ଣ୍ଣ ବିଧି ବିଷୟରେ କହିବୁ ।
ମାତା ଚନ୍ଦ୍ରଘଣ୍ଟାଙ୍କର ମଙ୍ଗଳ ଗ୍ରହ ସହିତ ସଂଯୋଗ ରହିଛି । ତେଣୁ ମାତାଙ୍କୁ ପୂଜା କଲେ ମଙ୍ଗଳ ସମ୍ବନ୍ଧୀୟ ସବୁ ସମସ୍ୟା ଠିକ ହୋଇଯାଏ । ତେବେ ଏହି ଦିନ ପୂଜାବିଧି କରିବା ପାଇଁ ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ନାଲି ବସ୍ତ୍ର ଧାରଣ କରନ୍ତୁ । ଏହାପରେ ମାତାଙ୍କ ସାମ୍ନାରେ ପ୍ରଥମେ ଏକ ଦୀପ ଜଳାନ୍ତୁ । ଏହାପରେ ମାତାଙ୍କୁ ନାଲି ଫୁଲ , ନାଲି ଚନ୍ଦନ ଏବଂ ନାଲି ଅଢଣୀ ମଧ୍ୟ ଅର୍ପିତ କରନ୍ତୁ । ଏହାପରେ ମାତାଙ୍କୁ ଗାଈ ଘିଅରେ ତିଆରି ପ୍ରସାଦ ଭୋଗ ଲାଗି ଆରାଧନା କରନ୍ତୁ । ଏହାଦ୍ୱାରା ମଙ୍ଗଳ ସମ୍ବନ୍ଧୀ ସବୁ ସମସ୍ୟା , ଯେପରିକି ଦୁର୍ଘଟଣା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ଭଲ ହୋଇଯିବ । ତେବେ ମାତାଙ୍କୁ ଆହ୍ୱାନ କରିବାର ମନ୍ତ୍ର ହେଉଛି ” ଓଁ ଏଂ ହ୍ରୀଂ କ୍ଲିଂ ଚାମୁଣ୍ଡାୟ ବିଚ୍ଚେ । ” ଦୁର୍ଘଟଣା ଭଳି ସମସ୍ୟା ଥିଲେ ‘ ଓଁ ଅଂ ଅଙ୍ଗାରକାୟ ନମଃ ‘ ଜପ କରନ୍ତୁ ।
ଯଦି ଆପଣଙ୍କର ବୈବାହିକ ଜୀବନରେ କୌଣସି ସମସ୍ୟା ଦେଖା ଦେଉଛି ତେବେ ହନୁମାନ ମନ୍ଦିରକୁ ଯାଇ ଏକ ପିତ୍ତଳ ଘଣ୍ଟା ଦାନ କରି ପାରିବେ । ଏହାଦ୍ବାରା ଆପଣଙ୍କର ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂରେଇ ଯିବ । ନଚେତ କୌଣସି ନବରାତ୍ରୀରେ ଏକ ଅଶ୍ୱତ୍ଥ ପତ୍ର ଆଣି ସେଥିରେ ସିନ୍ଦୁରରେ ରିଙ୍ଗ ଲେଖି ମାତାଙ୍କ ଚରଣ ତଳେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ପ୍ରକାରର ଚିନ୍ତା ଦୂରେଇ ଯିବ । ଯଦି ଆପଣ ମାତାଙ୍କୁ କ୍ଷୀର ଅର୍ପଣ କରନ୍ତି ତେବେ ମାତା ଅଧିକ ପ୍ରସନ୍ନ ହେବେ । ଯଦି ଆପଣ ମାତାଙ୍କର କୃପା ବଜାୟ ରହୁ ବୋଲି ଚାହୁଁଛନ୍ତି ତେବେ ମାତାଙ୍କର ଅତି ପ୍ରିୟ ଭୋଗ ଅର୍ପଣ କରନ୍ତୁ । ପ୍ରଥମ ହେଉଛି ରାବିଡ଼ି । ଆପଣ ଧଣିଆ ମଧ୍ୟ ଅର୍ପିତ କରି ପାରିବେ । ଏହାପରେ ଘଣ୍ଟା ବଜାଇବା ନିତାନ୍ତ ଜରୁରୀ ଅଟେ । ଯାହାଦ୍ୱାରା ମାତା ପ୍ରସନ୍ନ ହୁଅନ୍ତି ।
ଯଦି ଆପଣ ନିଜ ଘର ପାଇବାକୁ ଚାହୁଁଛନ୍ତି , ଘର ନିର୍ମାଣ କାର୍ଯ୍ୟ ଅଧା ରହିଛି ତେବେ ନବରାତ୍ରୀରେ ଏକ ଧଳା ସାଧା କାଗଜ ନେଇ ସେଥିରେ ହଳଦୀ ଗୁଣ୍ଡରେପ ପାଣି ମିଶାଇ ନିଜର ନାମ ଏବଂ ଜନ୍ମ ତିଥି ଲେଖନ୍ତୁ । ଏହାପରେ ତାହାକୁ ଫୋଲଡ଼ କରି ଦୀର୍ଘ ନିଶ୍ଵାସ ମାରନ୍ତୁ ଏବଂ ମାତାଙ୍କୁ ମନସ୍କାମନା କହି ମାତାଙ୍କ ଚରଣରେ ରଖି ଦିଅନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ହିଁ ଆପଣ ନିଜର ନୂଆ ଘରେ ରହିବେ ଏବଂ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ଏହିଦିନ ମାତାଙ୍କ କଥା ମଧ୍ୟ ଶୁଣନ୍ତୁ ।