ନବରାତ୍ରୀରେ ମାତା ରାଣୀ ଙ୍କୁ ଏହି ଚାରୋଟି ଜିନିଷ ଭୁଲରେବି ଚଢାନ୍ତୁ ନାହିଁ । ନଚେତ ଆସିଥାଏ ଦାରିଦ୍ର୍ୟତା

ଚଳିତ ବର୍ଷ ଶାରଦୀୟ ନବରାତ୍ରୀରେ ମାତା ଆଗମନ କରିବେ । ଯାହାକୁ ସାରା ଦେଶର ଲୋକେ ଉତ୍କଣ୍ଠାର ସହିତ ଅପେକ୍ଷା କରି ବସିଛନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ନବରାତ୍ରୀରେ ମାତା ଦୁର୍ଗାଙ୍କୁ ଅର୍ପିତ କରିବା ଉଚିତ ନୁହେଁ ନଚେତ ଦାରିଦ୍ର୍ୟତା ଆସିଥାଏ । ତେବେ ପ୍ରଥମତଃ ନବରାତ୍ରୀ ପୂର୍ବଦିନ ହିଁ ଘରକୁ ପରିଷ୍କାର ପରିଛନ୍ନ କରନ୍ତୁ । ଏହାବ୍ୟତୀତ ଘରର ମୁଖ୍ୟଦ୍ୱାରକୁ ଭଲଭାବରେ ସଫା କରନ୍ତୁ । ଘରର ମୁଖ୍ୟଦ୍ୱାରକୁ ପାଣି ଢ଼ାଳି ସଫା କରି ଦିଅନ୍ତୁ ଏବଂ ଆମ୍ବ ପତ୍ରର ବନ୍ଦନବାର ଲଗାନ୍ତୁ ଯାହା ମାତା ଦୁର୍ଗାଙ୍କୁ ଅତ୍ୟନ୍ତ ପସନ୍ଦ ଥାଏ । ପନ୍ଦର ଦିନ ପର୍ଯ୍ୟନ୍ତ ସେହି ବନ୍ଦନବାରକୁ ସେମିତି ଲଗାଇ ରଖନ୍ତୁ ।

ଏହାପରେ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ହଳଦୀ କିମ୍ବା ସିନ୍ଦୁରରେ କରନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ ।କଳସ ସ୍ଥାପନା ପାଇଁ ପଥମେ ଏକ ଚୌକିକୁ ଭଲଭାବରେ ସଫା କରନ୍ତୁ । ତାହା ଉପରେ ଏକ ନାଲି କପଡ଼ା ବିଛାଇ ଦିଅନ୍ତୁ । କାରଣ ନାଲି କପଡ଼ା ସୌଭଗ୍ୟର ପ୍ରତୀକ ଅଟେ । ତାହା ଉପରେ ପ୍ରଥମେ କଳସରେ ପାଣି ଭରି ରଖନ୍ତୁ ସେଥିରେ ଏକ ସୁପାରି ମଧ୍ୟ ପକାନ୍ତୁ । ଏହାପରେ ସେଥିରେ ପାଞ୍ଚ ପତ୍ର ଯୁକ୍ତ ଅଶୋକ ପତ୍ର ରଖନ୍ତୁ । ଅଶୋକ ପତ୍ର ଉପରେ ଏକ ପାଇଡ଼ ରଖି ଦିଅନ୍ତୁ । ଏଥିରେ ନାଲି ସୂତା ବାନ୍ଧି ସିନ୍ଦୁର ଲଗାଇ ଦିଅନ୍ତୁ । କଳସ ସ୍ଥାପନା ପରେ ଏକ ଅଖଣ୍ଡ ଜ୍ୟୋତି ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା ମାତା ଅଧିକ ପ୍ରସନ୍ନ ହେବେ ।

ନବରାତ୍ରୀରେ ମାତାଙ୍କୁ ପୂଜା କରିବାକୁ କିଛି ନିୟମର ପାଳନ କରନ୍ତୁ । ତେଣୁ ଆପଣ ମନ୍ଦିର ନଯାଇ ପାରିଲେ ମଧ୍ୟ ଘରେ ମାତାଙ୍କୁ ନିଷ୍ଠାର ସହିତ ପୂଜା କରନ୍ତୁ । ଘରକୁ ଭଲଭାବରେ ପରିଷ୍କାର କରନ୍ତୁ । ଏଥର ମାତା ଦୁର୍ଗା ହାତୀରେ ବିରାଜମାନ କରିବେ । ତେଣୁ ଏହି ସମୟରେ ପିଆଜ ରସୁଣ ମାଂସ ସେବନ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ କରନ୍ତୁ । ମାତାଙ୍କ ନାମରେ ଯଜ୍ଞ କରନ୍ତୁ ଏବଂ ପ୍ରସାଦ ଚଢାନ୍ତୁ । ଏହାବ୍ୟତୀତ ଦୀପ ମଧ୍ୟ ଜଳାନ୍ତୁ । ସେଥିରେ ବତୀ ନାଲି ରଙ୍ଗର ରଖନ୍ତୁ ଏବଂ ସେଥିରେ ଲବଙ୍ଗ ନିଶ୍ଚୟ ପକାନ୍ତୁ ।ଗରୀବଙ୍କ ଭୋଜନ ପାଇଁ ଆୟୋଜନ କରନ୍ତୁ । ଏହି ଦିନ କାହାକୁ ଗାଳିଗୁଲଜ କରନ୍ତୁ ନାହିଁ , କୌଣସି ପ୍ରକାରର କଳହ କ୍ଳେଶ ମଧ୍ୟ କରନ୍ତୁ ନାହିଁ । ଏହାବ୍ୟତୀତ ଏହିଦିନ ନଖ ଚୁଟି କାଟନ୍ତୁ ନାହିଁ ।

ଏହିଦିନ କାହାକୁ ଖରାପ ଭାଷାରେ ଗାଳି ଗୁଲଜ କରନ୍ତୁ ନାହିଁ । ମାତାଙ୍କୁ ବେଲପତ୍ର ନିଶ୍ଚିତ ରୂପରେ ଅର୍ପିତ କରନ୍ତୁ । ଏପରି ମାନ୍ୟତା ରହିଛି ଯେ ନବରାତ୍ରୀରେ ଲେମ୍ବୁ କାଟିବା ଉଚିତ ନୁହେଁ । ଖାସ କରି ଯଦି ଆପଣ ବ୍ରତ କରୁଛନ୍ତି ତେବେ ଏହି କାମ କରନ୍ତୁ ନାହିଁ । ମାତାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ । ଯଦି ଆପଣ ଭୁଲରେ ଅର୍ପିତ କରିଛନ୍ତି ତେବେ ମାତାଙ୍କୁ କ୍ଷମା ମାଗି ନିଅନ୍ତୁ । ମାତାଙ୍କୁ ଅଁଳା ଭୋଗ ଆଦୋୖ ଲଗାନ୍ତୁ ନାହିଁ । ମାତାଙ୍କୁ ଦୁବ ଘାସ ମଧ୍ୟ ଅର୍ପିତ କରନ୍ତୁ ନାହିଁ । ନଚେତ ଜୀବନରେ ସମସ୍ୟା ଆସିଥାଏ ।

Leave a Reply

Your email address will not be published. Required fields are marked *