କରଜରୁ ମୁକ୍ତି ପାଇବା ପାଇଁ ନବରାତ୍ରୀ ଦିନ କରି ଦିଅନ୍ତୁ ଏହି ଗୋଟିଏ ଉପାୟ , କେବଳ ଗୋଟିଏ ନଡ଼ିଆ ଏହି ସ୍ଥାନରେ ପୋତି ଦିଅନ୍ତୁ :-

ମନୁଷ୍ୟ ଜୀବନରେ ସବୁ ସମସ୍ୟା ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି କରଜ ସମସ୍ୟା । ତେଣୁ ନବରାତ୍ରୀ ଦିନ ଏକ ଉପାୟ ଦ୍ୱାରା ସେହି ସମସ୍ୟା ମଧ୍ୟ ଦୂରେଇ ଯିବ । ତେବେ ନବରାତ୍ରୀର ପ୍ରତ୍ୟେକ ଦିନ ଏହି ଉପାୟକୁ ଆପଣ କରି ପାରିବେ । ମାତ୍ର ଯଦି ପ୍ରତ୍ୟେକ ଦିନ ତାହା କରିବାକୁ ସକ୍ଷମ ନହୁଅନ୍ତି ତେବେ ତିନୋଟି ଶନିବାର ଏହି ଉପାୟ କରିବା ଉଚିତ । ତାହାକୁ କରିବା ଦ୍ୱାରା ଅତି ବଡ଼ରୁ ବଡ଼ କରଜ ସମସ୍ୟା ଦୂରେଇ ଯିବା ସହିତ ଧନର ଆଗମନ ହେବ । ତେବେ ଆଜିକାର ଏହି ଲେଖାରେ ଆମେ ସେହି ଉପାୟ ବିଷୟରେ ଆପଣଙ୍କୁ କହିବୁ । ଏହି ଉପାୟକୁ ନବରାତ୍ରୀର କୌଣସି ତିନି ଦିନ ନିଶ୍ଚୟ କରନ୍ତୁ ।

ତେବେ ସେହି ଉପାୟ ଅନୁଯାୟୀ ତିନୋଟି ନଡ଼ିଆ ଆଣନ୍ତୁ । ତାହା ପୁଣି ଶୁଖିଲା ହୋଇଥିବା ଆବଶ୍ୟକ ଅର୍ଥାତ ତାହା ମଧ୍ୟରେ ପାଣି ନରହିବା ଆବଶ୍ୟକ । ବର୍ତ୍ତମାନ ତାହାର ଉପର ଅଂଶରେ ଛିଦ୍ର କରନ୍ତୁ । ଯେପରି ତାହା ମଧ୍ୟରେ ଚିନି ଭର୍ତ୍ତି କରିହେବ । ତେବେ ନବରାତ୍ରୀର କୌଣସି ଦିନ ଏହି ଉପାୟକୁ ଆରମ୍ଭ କରନ୍ତୁ । ମାତ୍ର ମନେ ରଖନ୍ତୁ ଥରେ ଆରମ୍ଭ କଲେ ଲଗାତାର ତିନି ଦିନ ପର୍ଯ୍ୟନ୍ତ ସେହି ଉପାୟକୁ କରନ୍ତୁ । ତେଣୁ ତିନୋଟି ନଡ଼ିଆ ହିଁ ବାଛି ରଖନ୍ତୁ ଯାହା ଉପାୟ ପାଇଁ ଉପଯୋଗୀ ହୋଇଥିବ ।

ବର୍ତ୍ତମାନ ସେହି ଛିଦ୍ର ଦେଇ ନଡ଼ିଆ ମଧ୍ୟରେ ଚିନି ଭର୍ତ୍ତି କରି ଦିଅନ୍ତୁ । ବର୍ତ୍ତମାନ ତାହାକୁ କୌଣସି ଏକ ଅଶ୍ୱତ୍ଥ ବୃକ୍ଷ ତଳକୁ ନେଇ ମାଟିରେ ଏକ ଛୋଟ ଗାତ ତିଆରି କରନ୍ତୁ । ବର୍ତ୍ତମାନ ସେହି ଚିନି ପୁର୍ଣ୍ଣ ନଡ଼ିଆକୁ ତାହା ମଧ୍ୟରେ ରଖି ମାଟି ଢାଙ୍କି ଦିଅନ୍ତୁ । ଏହି ଉପାୟ ଲଗାତାର ଦିନି ଦିନ ପର୍ଯ୍ୟନ୍ତ ସକାଳ ସମୟରେ ହିଁ କରନ୍ତୁ । ମାତ୍ର ଏହି ଉପାୟ କରିବା ସମୟରେ ମନେ ମନେ ମାତା ଦୁର୍ଗାଙ୍କୁ ସ୍ମରଣ ନିଶ୍ଚୟ କରନ୍ତୁ ।

ଯଦି ଆପଣ ଏହି ଉପାୟ ଲଗାତାର ଭାବରେ ନବରାତ୍ରୀ ସମୟରେ କରିବାକୁ ସକ୍ଷମ ନୁହଁନ୍ତି ତେବେ କୌଣସି ଶନିବାର ଠାରୁ ଆରମ୍ଭ କରନ୍ତୁ ଏବଂ ଲଗାତାର ତିନୋଟି ଶନିବାର ନିଷ୍ଠାର ସହିତ ଏହି ଉପାୟ କରନ୍ତୁ । ମାତ୍ର ନବରାତ୍ରୀ ସମୟରେ ଏହି ଉପାୟ କଲେ ତାହାର ଅଧିକ ଫାଇଦା ମିଳିଥାଏ । ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ପ୍ରକାରର କରଜ ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ଧନ ଆଗମନର ଅନେକ ରାସ୍ତା ମଧ୍ୟ ଖୋଲିଯିବ । ଆପଣଙ୍କ ଦୁର୍ଭାଗ୍ୟ ସୌଭଗ୍ୟରେ ମଧ୍ୟ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *