କଉଡ଼ି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଏହିପରି ମାନ୍ୟତା ଅଛି କି କଉଡ଼ି ବି ସମୁଦ୍ର ମନ୍ଥନରୁ ହିଁ ବାହାରିଥିଲା | ଏହି କଉଡ଼ି ଦ୍ୱାରା ଆପଣ ଅନେକ ପ୍ରକାରର ପ୍ରୟୋଗ କରିପାରିବେ ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ଧନର ଅଭାବ କେବେ ହେବ ନାହିଁ | ତେବେ ଆଜି ଆମେ ସେହି କଉଡ଼ିର ପ୍ରୟୋଗ ବିଷୟରେ ରେ କହିବୁ |କଉଡ଼ିର ରଙ୍ଗ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ ହଳଦିଆ ରଙ୍ଗର କଉଡ଼ି ତେବେ ଯଦି ଏହି ରଙ୍ଗର ନାହିଁ ତେବେ ଧଳାରେ ଟିକିଏ ହଳଦୀ ଲଗେଇ ଆପଣ ଏହି ଉପାୟ କରିପାରିବେ | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହା ଆପଣଙ୍କୁ ଜୀବନ ରେ କେବେ ଧନର ସମସ୍ୟା ହେବାକୁ ଦେବ ନାହିଁ |
ତେବେ ବନ୍ଧୁଗଣ ସର୍ବପ୍ରଥମ ଆପଣ 11 ଟି ହଳଦିଆ କଉଡ଼ି ଆଣନ୍ତୁ, ଏହାକୁ ଦୀପାବଳି ଦିନ ଏକ ନାଲି କପଡା ରେ 5ଟି ରଖି ତାକୁ ବାନ୍ଧି ପୁଟୁଳି କରିଦିଅନ୍ତୁ | ଏହା ପରେ ଏହି ପୁଟୁଳି କୁ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ | ଏହି କଉଡ଼ି ଆପଣଙ୍କ ଜୀବନ ରେ ଟଙ୍କା ପଇସା ଜନିତର ସମସ୍ୟାର ସମାଧାନ କରିଦେବ | ଆପଣଙ୍କୁ କେବେ ପଇସା ଯୋଗୁ ହଇରାଣ ହେବାକୁ ପଡ଼ିବନି | ତେବେ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ଆପଣ ଏହି ଛୋଟ ଉପାୟ ମଧ୍ୟ କରିପାରିବେ ତେବେ ଦୁଇଟି କଉଡ଼ି ନିଅନ୍ତି ଏଥି ସହିତ ଦୁଇଟି ହଳଦୀ ଗଣ୍ଠି ଏକ ନାଲି କପଡା ରେ 1ଟଙ୍କା ମୁଦ୍ରା ବାନ୍ଧି ଦିଅନ୍ତୁ | ଏହାକୁ ଆପଣ ସୁରକ୍ଷିତ ରଖନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଶାନ୍ତି ଆସିଥାଏ, ସମ୍ପୂର୍ଣତା ଆପଣଙ୍କ ପାଖା ରେ ରହିଥାଏ | ହସ ଖୁସି ଜୀବନ ରେ ଭରି ହୋଇଯାଇଥାଏ..
ଯଦି ଆପଣଙ୍କୁ ଏହିପରି ଲାଗୁଚି କି କେହି ଆପଣଙ୍କୁ ତନ୍ତ୍ର ମନ୍ତ୍ର କରିଦେଇଛି କିମ୍ଵା କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ପାଖେ ପାଖେ ରଖୁଛି | ଆପଣଙ୍କର ସମସ୍ତ କାର୍ଯ୍ୟ ରେ ବାଧା ହେଉଛି ତେବେ ଆପଣ ଏହି ଛୋଟ ଉପାୟ କରନ୍ତୁ | ଗୋଟିଏ ନାଲି କପଡା ରେ 11 ଟି ହଳଦିଆ କଉଡ଼ି ରଖନ୍ତୁ ଏହାକୁ ବାନ୍ଧି ଆପଣଙ୍କ ଘରର ମୁଖ୍ୟ ଦ୍ୱାରା ସାମ୍ନା ରେ ଟାଙ୍ଗୀ ଦିଅନ୍ତୁ | ଏହିପରି କରିବା ଦ୍ୱାରା ଖରାପ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିପାରିବେ ନାହିଁ |
ତେବେ ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ତାଙ୍କୁ ନଜର ଦୋଷରୁ ମୁକ୍ତ କରିବା ପାଇଁ ସେମାନଙ୍କ ଅଣ୍ଟାରେ ନାଲି ଫିତା ରେ ଗୋଟିଏ ହଳଦିଆ କଉଡ଼ି ବାନ୍ଧିଦିଅନ୍ତୁ | ସବୁ ନଜର ଦୋଷରୁ ପିଲାକୁ ମୁକ୍ତି ମିଳିଥାଏ | ଯଦି ଘରେ ଟଙ୍କାର ଅଭାବ ହେଉଛି କିମ୍ଵା ଆପଣ ଯେତେ ରୋଜଗାର କଲେ ଅଣ୍ଟୁନାହିଁ ତେବେ ହଳଦିଆ କଉଡ଼ି କୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ନିଜ ପାଖରେ ରଖନ୍ତୁ |ସବୁ କିଛି ଶୁଭ ଏବଂ ମଙ୍ଗଳ ହେବ..
ଘରର ପୂର୍ବ ଏବଂ ଉତ୍ତର ଦିଗ କୁବେର ଙ୍କର ହୋଇଥାଏ | ତେବେ ଏହି ଦିଗରେ ଆପଣ ଗୋଟିଏ କଉଡ଼ି ନେଇ ମାଟି ଖୋଲି ପୋତି ଦିଅନ୍ତୁ ଏହା ଦ୍ୱାର ଆପଣଙ୍କ ଜୀବନ ରେ କେବେ ବି ଧନର ଅଭାବ ହେବା ନାହିଁ | ତେବେ ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି କୁବେର ଙ୍କର ଅପାର କୃପା ପାଇବା ପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ | ଘରର ଉତ୍ତର ଦିଗ ରେ ଗୋଟିଏ କିମ୍ଵା 11ଟି ହଳଦିଆ କଉଡ଼ି ଗ୍ରୀନ କପଡା ରେ ବାନ୍ଧି ରଖିଦିଅନ୍ତୁ | ମନେ ରଖନ୍ତୁ ଗୋଟିଏ କିମ୍ଵା 11 ଟି କଉଡ଼ି ନେବେ ତା ଠାରୁ କମ କିମ୍ଵା ବେଶୀ ନେଲେ କୌଣସି ସୁବିଧା ମିଳିନଥାଏ | ତେବେ ବନ୍ଧୁଗଣ ଏହା ପରେ ଆସନ୍ତୁ ଜାଣିବା କଉଡ଼ିର ମହା ପ୍ରୟୋଗ ବିଷୟରେ..
ତେବେ ବନ୍ଧୁଗଣ ଦୀପାବଳି ଦିନ ଆପଣ ଗୋଟିଏ ନାଲି କପଡା ନିଅନ୍ତୁ ତାକୁ ମାତା ଲକ୍ଷ୍ମୀଙ୍କ ଚରଣ ରେ ରଖନ୍ତୁ | ଏବଂ ପରେ ସେଥିରେ 2,5,7,11ଯେତିକି ବି ଆପଣ ନେଇପାରିବେ ହଳଦିଆ କଉଡ଼ି ନିଅନ୍ତୁ | ଏହାକୁ ନାଲି କପଡା ଉପରେ ରଖନ୍ତୁ ଏହା ପରେ ସେଥିରେ ସିନ୍ଦୁର ପକାନ୍ତୁ,ଦୁଇଟି ହଳଦୀ ଗଣ୍ଠି ରଖନ୍ତୁ | ଦୁଇଟି ଗୋଟା ଗୁଆ ଏବଂ ହଳଦୀ ଟିକିଏ ରଖି ଏହାକୁ ମା ଲକ୍ଷ୍ମୀଙ୍କ ଅର୍ପଣ କରନ୍ତୁ | ଏହାକୁ ପୂଜା କରିବା ପରେ ନିଜ ଘରର ଧନ ରଖିବା ସ୍ଥାନ ରେ ରଖନ୍ତୁ | ଯଦି ଆପଣ ଜଣେ ବେପାରୀ ତେବେ ଏହାକୁ ନିଜ ବ୍ୟବସାୟ ରେ ରଖନ୍ତୁ | ଏହା ଦ୍ୱାରା ଆପଣଙ୍କୁ ଅପାର ଧନ ପ୍ରାପ୍ତି ହୋଇଥାଏ | ଜୀବନ ରେ କେବେ ଧନର ଅଭାବ ହୁଏ ନାହିଁ |
ତେବେ ବନ୍ଧୁଗଣ ଦୀପାବଳୀ ଦିନ ମୁଖ୍ୟ ଦୀପରେ ଗୋଟିଏ କଉଡ଼ି ରଖି ଦୀପ ଜଳାନ୍ତୁ ଆପଣଙ୍କ ଇଛା ପୁରାଣ ହେବ | ଯଦି ଚାକିରୀ ଜନିତ ସମସ୍ୟା ହେଉଛି ଏହି ଦିନ ଆପଣ ମା ଲକ୍ଷ୍ମୀଙ୍କ ମନ୍ଦିର କୁ ଯାଇ 11ଟି ହଳଦିଆ କଉଡ଼ି ନାଲି କପଡା ରେ ବାନ୍ଧି ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ | ଜୀବନ ରେ ଉନ୍ନତି ବହୁତ ଶୀଘ୍ର ହେବ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଶନ୍ନ ହେବେ | ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ କୌଣସି ଗୁରୁବାର ଦିନ ଛୋଟ କନ୍ୟା ଙ୍କୁ କ୍ଷୀରି କିମ୍ଵା ଦହି ଖାଇବକୁ ଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ |