ବର୍ଷକ ମଧ୍ୟରେ ଏକାଧିକ ପର୍ବପର୍ବାଣି ଆସିଥାଏ । ଯାହାକୁ ହିନ୍ଦୁ ଧର୍ମରେ ଲୋକେ ଅନେକ ଆଡମ୍ବର ସହିତ ପାଳନ କରିଥାନ୍ତି । ସବୁ ପର୍ବପର୍ବାଣିର ଭିନ୍ନ ଭିନ୍ନ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ଏବଂ ସବୁ ଦେବା ଦେବୀଙ୍କ ପୂଜା ଭିନ୍ନ ଭିନ୍ନ ତିଥି ଏବଂ ମାସରେ ହୋଇଥାଏ । ତାମଧ୍ୟରୁ ଗୋଟିଏ ହେଉଛି ନବରାତ୍ରୀ । ଯେଉଁଥିରେ ମାତା ଦୁର୍ଗାଙ୍କର ନବ ରୂପର ପୂଜା କରାଯାଏ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ ଯାହା ଚକିତ ବର୍ଷ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହେବାକୁ ଯାଉଛି । ଏହିଦିନ ମାତାଙ୍କ ଭକ୍ତ ନଅ ଦିନ ପର୍ଯ୍ୟନ୍ତ ଜାଗରଣ କରି ମାତାଙ୍କୁ ଆହ୍ୱାନ କରନ୍ତି । ଯାହାଦ୍ୱାରା ସୁଖ ସମୃଦ୍ଧି ଏବଂ ସିଦ୍ଧି ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ମାତା ଦୁର୍ଗା ହାତୀ ଉପରେ ବସି ବିରାଜମାନ କରିବାକୁ ଯାଉଛନ୍ତି । ତେଣୁ ଚଳିତ ବର୍ଷ ଦୁର୍ଗା ପୂଜାର ଅଧିକ ମହତ୍ତ୍ୱ ରହିଛି ।
ଏପରି କୁହାଯାଏ ଯେ ମାତା ହାତୀ ଉପରେ ବିରାଜମାନ କଲେ ବର୍ଷା ହୋଇଥାଏ ଏବଂ ସବୁଠି ସବୁଜମୟ ହୋଇଯାଏ । ଏହାଦ୍ବାରା ଧନରେ ଅବିବୃଦ୍ଧି ହୋଇଥାଏ ଏବଂ ଖୁସିର ବାତାବରଣ ଖେଳିଯାଏ । ନବରାତ୍ରୀ ପୂର୍ବ ଦିନ କଳସ ସ୍ଥାପନା କରାଯାଏ ଏବଂ ଏବଂ ଅଖଣ୍ଡ ଜ୍ୟୋତି ଜଳା ଯାଇଥାଏ । ଏହିଦିନ ଯେଉଁ ପରିବାରରେ ସଦସ୍ୟ ମାନେ ବ୍ରତ କରିଥାନ୍ତି ସେମାନଙ୍କୁ ମାତାଙ୍କ ଆଶୀର୍ବାଦ ନିଶ୍ଚିତ ପ୍ରାପ୍ତ ହୋଇଥାଏ ଏବଂ ସେହି ଘର ଧନ ଧାନ୍ୟରେ ପୁରିଯାଏ । ଯେଉଁ ଘରକୁ ମାତା ଦୁର୍ଗା ପ୍ରବେଶ କରନ୍ତି ସେହିଘରେ ନଅ ଦିନ ପର୍ଯ୍ୟନ୍ତ ବାସ କରନ୍ତି । ସେହି ସମୟରେ ଘରେ କୌଣସି ପାପ କାର୍ଯ୍ୟ ହେବା ଉଚିତ । ଏହାବ୍ୟତୀତ ସେହି ସମୟରେ ଘରୁ କିଛି ଜିନିଷ ହଟାଇ ଦେବା ଉଚିତ । ନଚେତ ମାତା ଦ୍ୱାରରୁ ଆସି ଫେରିଯିବେ ।
ନବରାତ୍ରୀ ପୂର୍ବରୁ କିଛି ଦିନ ଘରୁ ନିଶ୍ଚୟ ହଟାଇ ଦିଅନ୍ତୁ ନଚେତ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ ସେହି ସବୁ ଜିନିଷକୁ ହଟାଇ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ବିଶ୍ୱାସର ସହିତ ମାତାଙ୍କ ପୂଜା ଅର୍ଚ୍ଚନା କରିବା ଉଚିତ । ତେବେ ଚାଲନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା ।
୧ . ଖଣ୍ଡିତ ମୂର୍ତ୍ତି :-
ଶାସ୍ତ୍ର ଅନୁସାରେ ଯେଉଁ ଘରେ ଖଣ୍ଡିତ ମୂର୍ତ୍ତିକୁ ପୂଜା କରାଯାଏ ସେହି ପୂଜାର ଫଳ ପ୍ରାପ୍ତ ହୋଇ ନଥାଏ । କାରଣ ଏହାଦ୍ବାରା ପୂଜାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ । ତେଣୁ ଘରେ ଖଣ୍ଡିତ ମୂର୍ତ୍ତି ଥିଲେ ତାହାକୁ ଫିଙ୍ଗନ୍ତୁ ନାହିଁ ବରଂ ଜଳରେ ପ୍ରବାହିତ କରି ଦିଅନ୍ତୁ କିମ୍ବା ତାହାକୁ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ ।
୨ . ପୁରୁଣା ଖରାପ ଝାଡୁ :-
ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଛିଡ଼ି ଯାଇଥିବା ଏବଂ ପୁରୁଣା ଝାଡୁରେ ଘର ସଫା କରିବା ଦ୍ୱାରା ଘରେ ନକରାତ୍ମକତା ବ୍ୟାପିଥାଏ । ତେଣୁ ନବରାତ୍ରୀ ଆସିବା ପୂର୍ବରୁ ସେହି ଝାଡୁକୁ ତୁରନ୍ତ ବାହାର କରି ଦିଅନ୍ତୁ ଏବଂ ନୂଆ ଝାଡୁ ଘରକୁ ଆଣନ୍ତୁ ।
୩ . ଆବର୍ଜନା :-
ଯଦି ଆପଣ ଘରେ ଏଣୁତେଣୁ ଆବର୍ଜନା ଜିନିଷ ଜମା କରି ରଖିଛନ୍ତି ତେବେ ତାହାକୁ ତୁରନ୍ତ ନବରାତ୍ରୀ ପୂର୍ବରୁ ହିଁ ବାହାର କରି ଦିଅନ୍ତୁ । କାରଣ ଏହି ସବୁ ଜିନିଷ ଘରେ ନକରାତ୍ମକତାକୁ ଜନ୍ମ ଦେଇଥାଏ । ଯାହାଦ୍ୱାରା ମାତା ଦୁର୍ଗା ଗୃହକୁ ପ୍ରବେଶ କରନ୍ତି ନାହିଁ ।
୪ . ଭଙ୍ଗା କାଚ ଜିନିଷ :-
କାଚ ଜିନିଷ ସହିତ ରାହୁର ସମ୍ପର୍କ ରହିଥାଏ । ତେଣୁ ଯଦି ଆପଣଙ୍କ ସୁଲଭ ଘରେ ଭଙ୍ଗା କାଚ ଜିନିଷ ଥାଏ ତେବେ ରାହୁ ଦୋଷ ଲାଗିଥାଏ ଏବଂ ନକରାତ୍ମକତା ସୃଷ୍ଟି ହୋଇଥାଏ । ତେଣୁ ଯଦି ଆପଣଙ୍କ ଘରେ ଏପରି ଜିନିଷ ଅଛି ତାହାକୁ ନବରାତ୍ରୀ ପୂର୍ବରୁ ହିଁ ହଟାଇ ଦିଅନ୍ତୁ । ନଚେତ ମାତା ଦୁର୍ଗା ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ ।
୫ . ମାଂସ ଏବଂ ମଦ :-
ଯଦି ଘରେ ମାଂସ ଏବଂ ମଦ ରହିଛି ତେବେ ତାହାକୁ ନବରାତ୍ରୀ ପୂର୍ବରୁ ଘରୁ ହଟାଇ ଦିଅନ୍ତୁ । କାରଣ ଏହାଦ୍ୱାରା ଘର ଅପବିତ୍ର ହୋଇଥାଏ ଏବଂ ମାତା ଦୁର୍ଗା ମଧ୍ୟ ଘରକୁ ପ୍ରବେଶ କରନ୍ତି ନାହିଁ ।
୬ . କଣ୍ଟାଯୁକ୍ତ ଗଛ :-
ଯଦି ଆପଣ ଘରେ କିମ୍ବା ଘର ବାହାରେ କଣ୍ଟାଯୁକ୍ତ ଗଛ ରଖିଛନ୍ତି କିମ୍ବା ରହିଛି ତାହାକୁ ନବରାତ୍ରୀ ପୂର୍ବରୁ ହିଁ ହଟାଇ ଦିଅନ୍ତୁ । କାରଣ ଏହି ଗଛ ନକରାତ୍ମକତାର କାରଣ ହୋଇଥାଏ । ଏହାଦ୍ବାରା ଘର ଅପବିତ୍ର ହୋଇଥାଏ ଏବଂ ଅପବିତ୍ର ଘରକୁ ମାତା ଦୁର୍ଗା କେବେବି ପ୍ରବେଶ କରନ୍ତି ନାହିଁ । ଏହାବ୍ୟତୀତ ବୁଢିଆଣି ଜାଲ ଥିଲେ ତାହାକୁ ହଟାଇ ଦିଅନ୍ତୁ ଏବଂ ଘରକୁ ଲୁଣ ପାଣିରେ ପୋଛା ମାରି ସଫା କରନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।